ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଝାରସୁଗୁଡ଼ା କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

ଝାରସୁଗୁଡା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍ ବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରିସାରିଥିଲା। ଆଜି ଘଟଣାର ତଦନ୍ତକାରୀ ଅଫିସର କ୍ରାଇମବ୍ରାଞ୍ଚ DSP ରମେଶ ଦୋରା ଝାରସୁଗୁଡ଼ା JMFC କୋର୍ଟରେ ଉପସ୍ଥିତ ରହି ଚାର୍ଜସିଟ ଦାଖଲ କରିଛନ୍ତି। ନବ ଦାଶ ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ୧୧୮ ଦିନ ପରେ ୫୪୩ ପୃଷ୍ଠାର ପ୍ରେଲିମିନେରୀ […]

ଝାରସୁଗୁଡା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍ ବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରିସାରିଥିଲା। ଆଜି ଘଟଣାର ତଦନ୍ତକାରୀ ଅଫିସର କ୍ରାଇମବ୍ରାଞ୍ଚ DSP ରମେଶ ଦୋରା ଝାରସୁଗୁଡ଼ା JMFC କୋର୍ଟରେ ଉପସ୍ଥିତ ରହି ଚାର୍ଜସିଟ ଦାଖଲ କରିଛନ୍ତି।

ନବ ଦାଶ ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ୧୧୮ ଦିନ ପରେ ୫୪୩ ପୃଷ୍ଠାର ପ୍ରେଲିମିନେରୀ ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଅଧିକାରୀ ସମେତ ୮୯ ଜଣ ସାକ୍ଷୀ ଆଧାରରେ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଆଇପିସିର ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ପ୍ରେଲିମିନେରୀ ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଛି ।

ତେବେ ଚାର୍ଜସିଟରେ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡିଛି। ତେବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ତାହ କେତେ ପୃଷ୍ଠା ସମ୍ବଳିତ ଏବଂ ସେଥିରେ କଣ ସବୁ ଉଲ୍ଲେଖ ରହିଛି, ତାହା ଜଣାପଡିନାହିଁ। ଏଥି ସହିତ ନବ ଦାସ ହତ୍ୟାଘଟଣାରେ ଆଉ କେଉଁ ସବୁ ଦିଗ ରହିଛି, ସେନେଇ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ  ଗତ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଯାଇଥିବା ବେଳେ ପୁଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର