ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବିରେ ନାଗରିକ ମଞ୍ଚ ତରଫରୁ ରେଳରୋକୋ ଆନ୍ଦୋଳନ

The Sakala Picture
Published On

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ସ୍ଥାନୀୟ ନାଗରିକ ମଞ୍ଚ ତରଫରୁ ରେଳରୋକୋ ଆନ୍ଦୋଳନ କରା ଯାଇଛି । ଆଜି ସକାଳ ୬ ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି। ବ୍ରଜରାଜନଗର ରେଳ ଷ୍ଟେସନରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନ ସମେତ ଅନ୍ୟ ସମସ୍ତ ଦୃତଗାମୀ ଟ୍ରେନର ରହଣି ଦାବିରେ  ଏହି ଆନ୍ଦୋଳନ କରାଯାଉଛି। ଦାବି ପୂରଣ ହେବା ଯାଏ  […]

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ସ୍ଥାନୀୟ ନାଗରିକ ମଞ୍ଚ ତରଫରୁ ରେଳରୋକୋ ଆନ୍ଦୋଳନ କରା ଯାଇଛି । ଆଜି ସକାଳ ୬ ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି। ବ୍ରଜରାଜନଗର ରେଳ ଷ୍ଟେସନରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନ ସମେତ ଅନ୍ୟ ସମସ୍ତ ଦୃତଗାମୀ ଟ୍ରେନର ରହଣି ଦାବିରେ  ଏହି ଆନ୍ଦୋଳନ କରାଯାଉଛି। ଦାବି ପୂରଣ ହେବା ଯାଏ  ଆନ୍ଦୋଳନ ବୋଲି  ବ୍ରଜରାଜନଗର ନାଗରିକ ମଞ୍ଚ ଚେତାବନୀ ଦେଇଛି। ଆଜି ସକାଳ ସମୟରୁ ଶହଶହ ଲୋକ ରେଳ ଧାରଣାରେ ବସି ରହିଛନ୍ତି।  ବିଭିନ୍ନ ରାଜନୈତିକ ଦଳ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସମର୍ଥନ ଜଣାଇଛି। ବ୍ରଜରାଜନଗରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି।  ଆନ୍ଦୋଳନ ଫଳରେ   ମୁମ୍ବାଇ-ହାୱାଡା ରେଳ ଲାଇନରେ  ଚାଲୁଥିବା ସମସ୍ତ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।  ଝାରସୁଗୁଡା ରେଳ ଜଂକ୍ସନ ରେ ହାୱାଡା-ଅହମଦାବାଦ ଦୃତଗାମୀ ଟ୍ରେନ ଅଟକି ରହିଛି । ସେହିପରି ଇବ ରେଳ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି । ଉତ୍କଳ ଏକ୍ସପ୍ରେସ ଟ୍ରେନ ରାଉରକେଲା ଝାରସୁଗୁଡା ମଧ୍ୟରେ ଅଟକି ରହିଛି। ଅନ୍ୟ ସମସ୍ତ  ଟ୍ରେନ ଗୁଡିକ ବିଳମ୍ବରେ ଚାଲୁଛି ।  ସେହିପରି ଏହି ଲାଇନରେ ଚଳାଚଳ କରୁଥିବା ସମସ୍ତ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛ।  ଅଟକି ରହିଥିବା ଟ୍ରେନ ଗୁଡିକରେ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

05 May 2022 By The Sakala

https://www.thesakala.in/latest-odisha-news/jharsuguda-news/railroko-at-brajarajnagar-demanding-train-stay-at-train-station/article-11309
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର