ବଜ୍ରପାତରେ ୨ ଯୁବକଙ୍କ ମୃତ୍ୟୁ, ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ଚାଲିଗଲା ଜୀବନ

The Sakala Picture
Published On

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କାଳିବାହାଲ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କାଳିବାହାଲ ଗ୍ରାମର ଦୁଃଖବନ୍ଧୁ ମାଝୀ (୨୫) ଏବଂ ବୀର କିଷାନ (୪୫) ବୋଲି ପୁଲିସ ସୂଚନା ଦେଇଛି। ଦିନ ପ୍ରାୟ ୨ ଟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡି ହେବାରୁ ଚାଷ କରିବାକୁ ଯାଇଥିବା ଉଭୟ ଦୁଃଖବନ୍ଧୁ, ଏବଂ ବୀର କିଶୋର ପାଖରେ ଥିବା ଏକ ମହୁଲ […]

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କାଳିବାହାଲ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କାଳିବାହାଲ ଗ୍ରାମର ଦୁଃଖବନ୍ଧୁ ମାଝୀ (୨୫) ଏବଂ ବୀର କିଷାନ (୪୫) ବୋଲି ପୁଲିସ ସୂଚନା ଦେଇଛି। ଦିନ ପ୍ରାୟ ୨ ଟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡି ହେବାରୁ ଚାଷ କରିବାକୁ ଯାଇଥିବା ଉଭୟ ଦୁଃଖବନ୍ଧୁ, ଏବଂ ବୀର କିଶୋର ପାଖରେ ଥିବା ଏକ ମହୁଲ ଗଛ ମୂଳେ ଆଶ୍ରୟ ନେଇଥିଲେ। ତେବେ ସେଠାରେ ହିଁ ବଜ୍ରାଘାତ ଶିକାର ହେବାରୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଉଭୟଙ୍କୁ ନିଆଯାଇଥିଲା । ତେବେ ଡାକ୍ତର ବୀର କିଶୋର ଏବଂ ଦୁଃଖବନ୍ଧୁଙ୍କୁ ମୃତ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର