ଆଜି ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଅଳଙ୍କାର; ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

The Sakala Picture
Published On

ପୁରୀ: ଦୀର୍ଘ ୧୪ ମାସ ପରେ ମଙ୍ଗଳବାର ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ। ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ସ୍ଥାନାନ୍ତର ସମୟରେ ଆନନ୍ଦବଜାର କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱାଭାବିକ ରହିବ। ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ […]

ପୁରୀ: ଦୀର୍ଘ ୧୪ ମାସ ପରେ ମଙ୍ଗଳବାର ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ। ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ସ୍ଥାନାନ୍ତର ସମୟରେ ଆନନ୍ଦବଜାର କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱାଭାବିକ ରହିବ। ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଅନ୍ୟପକ୍ଷରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହି ମାର୍ଗଦର୍ଶିକାକୁ ଅନୁପାଳନ କରିବା ନେଇ ସୋମବାର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ରୁମ୍‌ରୁ (ଖଟଶେଯ ଓ ଚାଙ୍ଗଡ଼ା ଘର) ରତ୍ନ ଅଳଙ୍କାରଗୁଡ଼ିକ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧିକୃତ ୧୧ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଏଏସ୍‌ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍‌-କମିଟି ସଦସ୍ୟ ଗଣେଶ ଦାସମହାପାତ୍ର, ଦେଉଳକରଣ, ତଢ଼ଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରହିଛନ୍ତି। ଏତଦ୍‌ବ୍ୟତୀତ ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତରିକ୍ତ ମୁଖ୍ୟଯନ୍ତ୍ରୀ ସାମିଲ ହେବେ। ମାର୍ଗଦର୍ଶିକା ଆଧାରରେ ପୂର୍ବାହ୍ଣ ୧୦ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ଅମୃତ ବେଳା ଅନୁସାରେ ସକାଳ ୭ଟା ୧୭ରୁ ପୂର୍ବାହ୍ଣ ୧୧ଟା ୧୭ ମଧ୍ୟରେ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବେ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

23 Sep 2025 By The Sakala

ଆଜି ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଅଳଙ୍କାର; ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଦୀର୍ଘ ୧୪ ମାସ ପରେ ମଙ୍ଗଳବାର ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ। ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ସ୍ଥାନାନ୍ତର ସମୟରେ ଆନନ୍ଦବଜାର କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱାଭାବିକ ରହିବ। ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ।

ଅନ୍ୟପକ୍ଷରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହି ମାର୍ଗଦର୍ଶିକାକୁ ଅନୁପାଳନ କରିବା ନେଇ ସୋମବାର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ରୁମ୍‌ରୁ (ଖଟଶେଯ ଓ ଚାଙ୍ଗଡ଼ା ଘର) ରତ୍ନ ଅଳଙ୍କାରଗୁଡ଼ିକ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧିକୃତ ୧୧ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଏଏସ୍‌ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍‌-କମିଟି ସଦସ୍ୟ ଗଣେଶ ଦାସମହାପାତ୍ର, ଦେଉଳକରଣ, ତଢ଼ଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରହିଛନ୍ତି। ଏତଦ୍‌ବ୍ୟତୀତ ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତରିକ୍ତ ମୁଖ୍ୟଯନ୍ତ୍ରୀ ସାମିଲ ହେବେ। ମାର୍ଗଦର୍ଶିକା ଆଧାରରେ ପୂର୍ବାହ୍ଣ ୧୦ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ଅମୃତ ବେଳା ଅନୁସାରେ ସକାଳ ୭ଟା ୧୭ରୁ ପୂର୍ବାହ୍ଣ ୧୧ଟା ୧୭ ମଧ୍ୟରେ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର