ଗେଣ୍ଡାଳିଆଙ୍କ ସୁରକ୍ଷାରେ ସାପଗଡ଼ିଆବାସୀ

The Sakala Picture
Published On

ଯାଜପୁର(ସନ୍ଦୀପ୍ତ ରାୟ): ଗ୍ରାମବାସୀଙ୍କ ସ୍ନେହ ଓ ସୁରକ୍ଷା ପାଇଁ ଗେଣ୍ଡାଳିଆ ନିଜକୁ ଏଠାରେ ସୁରକ୍ଷିତ ମଣୁଛନ୍ତି। ସେଥିପାଇଁ କାହିଁ କେତେ ଦୂରରୁ ଏହି ଗେଣ୍ଡାଳିଆ ଆସି ସେମାନଙ୍କ ବଂଶ ବିସ୍ତାର କରୁଥିବା ବେଳେ ସେମାନଙ୍କ କିଚିର ମିଚିର ଶବ୍ଦରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ଗେଣ୍ଡାଳିଆଙ୍କୁ ସୁରକ୍ଷା ଦେଉଛନ୍ତି ଅଞ୍ଚଳବାସୀ। ଫଳରେ ପ୍ରତିବର୍ଷ ଏହି ଗେଣ୍ଡାଳିଆଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ […]

ଯାଜପୁର(ସନ୍ଦୀପ୍ତ ରାୟ): ଗ୍ରାମବାସୀଙ୍କ ସ୍ନେହ ଓ ସୁରକ୍ଷା ପାଇଁ ଗେଣ୍ଡାଳିଆ ନିଜକୁ ଏଠାରେ ସୁରକ୍ଷିତ ମଣୁଛନ୍ତି। ସେଥିପାଇଁ କାହିଁ କେତେ ଦୂରରୁ ଏହି ଗେଣ୍ଡାଳିଆ ଆସି ସେମାନଙ୍କ ବଂଶ ବିସ୍ତାର କରୁଥିବା ବେଳେ ସେମାନଙ୍କ କିଚିର ମିଚିର ଶବ୍ଦରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ଗେଣ୍ଡାଳିଆଙ୍କୁ ସୁରକ୍ଷା ଦେଉଛନ୍ତି ଅଞ୍ଚଳବାସୀ। ଫଳରେ ପ୍ରତିବର୍ଷ ଏହି ଗେଣ୍ଡାଳିଆଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ସାପଗଡ଼ିଆ ଗ୍ରାମରେ ଏବେ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀ ଦେଖିବାକୁ ମିଳୁଛି। ଏହି ପକ୍ଷୀଗୁଡ଼ିକ ଗତ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଗାଁରେ ଥିବା ଗଛରେ ବସାବାନ୍ଧି ରହିଆସୁଛନ୍ତି। ଏହି ପକ୍ଷୀଗୁଡ଼ିକ ବର୍ଷର ଜୁଲାଇ ମାସ ଆରମ୍ଭରୁ ଆସିଥା’ନ୍ତି ଓ ଡିସେମ୍ବର ମାସ ବେଳକୁ ଏମାନେ ଏଠୁ ଚାଲି ଯାଇଥା’ନ୍ତି। ଏମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ପାଳିକରି ଜଗି ରହୁଛନ୍ତି। ଫଳରେ ଗେଣ୍ଡାଳିଆଙ୍କ ପ୍ରତିବର୍ଷ ବଂଶବୃଦ୍ଧି ହେଉଛି। ସେମାନଙ୍କ କିଚିର ମିଚିର ଶବ୍ଦରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରତ୍ୟେକ ବର୍ଷ ଏହି ସମୟରେ ଆସିଥା’ନ୍ତି ବୋଲି କହନ୍ତି ଗ୍ରାମବାସୀ। ଏହି ଗେଣ୍ଡାଳିଆଙ୍କୁ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଲୋକ ଏଠାକୁ ଆସୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଏଭଳି ପକ୍ଷୀପ୍ରେମକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp