ଯାଜପୁରରେ ନାବାଳିକା ହକି ଖେଳାଳିଙ୍କୁ ଗଣଦୁଷ୍କର୍ମ, ପ୍ରଶିକ୍ଷକଙ୍କ ସମେତ ୪ ଅଭିଯୁକ୍ତ ଅଟକ
ଯାଜପୁର : ସାରା ରାଜ୍ୟରେ ଏବେ ନାରୀ ନିର୍ଯାତନାକୁ ନେଇ ହୁଲସ୍ତୁଲ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଯାଜପୁରରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହକି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକଙ୍କ ଦ୍ୱାରା ଜଣେ ନାବାଳିକା ଖେଳାଳିଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ମୁତାବକ, ଯାଜପୁର ଥାନା ଅଞ୍ଚଳର […]
ଯାଜପୁର : ସାରା ରାଜ୍ୟରେ ଏବେ ନାରୀ ନିର୍ଯାତନାକୁ ନେଇ ହୁଲସ୍ତୁଲ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଯାଜପୁରରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହକି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକଙ୍କ ଦ୍ୱାରା ଜଣେ ନାବାଳିକା ଖେଳାଳିଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ଅଭିଯୋଗ ମୁତାବକ, ଯାଜପୁର ଥାନା ଅଞ୍ଚଳର ନାବାଳିକା ହକି ଖେଳାଳିଙ୍କୁ ସ୍ଥାନୀୟ ଷ୍ଟାଡିୟମ୍ରେ ପ୍ରଶିକ୍ଷକ ବାରମ୍ୱାର ଅସଦାଚାରଣ କରୁଥିଲେ। ଏନେଇ ସଂପୃକ୍ତ ନାବାଳିକା ପ୍ରତିବାଦ କରିଥିଲେ। ତେବେ ଗତ ଜୁଲାଇ ୩ ତାରିଖରେ ସଂପୃକ୍ତ ନାବାଳିକା ଘରକୁ ଫେରୁଥିବା ବେଳେ କୋଚ ସିଦ୍ଧାର୍ଥ ରାଉତ, ସନ୍ଦୀପ ସ୍ୱାଇଁ ଏବଂ ସାଗର ବିଭିନ୍ନ ବାହାନା କରି ତାଙ୍କୁ ଏକ ବାଇକ୍ରେ ବସାଇ ଜ୍ୟୋତି ଲଜ୍କୁ ନେଇ ଯାଇଥିଲେ। ଲଜ୍ରେ ସାଗର ଓ ସାର୍ଥକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏସଂପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇ ଛାଡ଼ି ଦେଇଥିଲେ। ଏସଂକ୍ରାନ୍ତରେ ନାବାଳିକା ଜଣଙ୍କ ରବିବାର ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ର ଧାରା ୭୦(୨), ୩୫୧(୨), ୭୪, ୩(୫)ଏବଂ ୬ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ନାବାଳିକାର ବୟାନ ରେକର୍ଡ କରିବା ସହିତ ଘଟଣାର ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ସଂପୃକ୍ତ ନାବାଳିକାକୁ ଡାକ୍ତରମାଇନା କରିବା ନିମନ୍ତେ ଯାଜପୁର ମେଡିକାଲକୁ ପଠାଇବା ସହ ବିଚାରପତିଙ୍କ ନିକଟରେ ନାବାଳିକାକୁ ହାଜର କରାଯାଇ ତା’ର ବୟାନ ରେକର୍ଡ କରାଯାଇଛି। ପୁଲିସ ମଧ୍ୟ ଗତ ରବିବାର ରାତିରେ ନାବାଳିକାର ବୟାନ ରେକର୍ଡ କରିଥିଲା। ତେବେ ଏହି ଘଟଣା ଗତ ୩ ତାରିଖରୁ ହୋଇଥିଲେ ମଧ୍ୟ କାହିଁକି ମାମଲା ରୁଜୁ ପାଇଁ ବିଳମ୍ୱ ହେଉଥିଲା ଏବଂ ଯେଉଁ ଲଜ୍ରେ ଏଭଳି ଅଭିଯୋଗ ହୋଇଛି, ସେହି ଲଜ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ ଉଠିଛି। ଏନେଇ ଯାଜପୁର ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ ଘଟଣା ସଂପର୍କରେ ତଦନ୍ତ ଚାଲିଛି ଏବଂ ଘଟଣାରେ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।