ରଜରେ ଅଘଟଣ, ଗାଧୋଉଥିବାବେଳେ ପୋଖରୀରେ ବୁଡି ନାବଳିକା ମୃତ

The Sakala Picture
Published On

ଯାଜପୁର: ରଜ ପର୍ବର ଶେଷ ଦିନରେ ଅଘଟଣ । ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ। ସୂଚନା ମୁତାବକ, ଆରୁହା ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲିମା ସେଠୀ (୧୪) ଆଜି ସାଙ୍ଗ ମାନଙ୍କ ସହ ଗ୍ରାମରେ ଥିବା ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ହେଲେ ଗାଧୋଉଥିବା ସମୟରେ ଅସାବଧାନତାବଶତଃ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ। […]

ଯାଜପୁର: ରଜ ପର୍ବର ଶେଷ ଦିନରେ ଅଘଟଣ । ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ। ସୂଚନା ମୁତାବକ, ଆରୁହା ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲିମା ସେଠୀ (୧୪) ଆଜି ସାଙ୍ଗ ମାନଙ୍କ ସହ ଗ୍ରାମରେ ଥିବା ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ହେଲେ ଗାଧୋଉଥିବା ସମୟରେ ଅସାବଧାନତାବଶତଃ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ସ୍ଥାନୀୟ ଲୋକେ ପୋଖରୀରେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ। ସଂଗେସଂଗେ ନାବାଳିକାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ନାବାଳିକାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

16 Jun 2022 By The Sakala

ରଜରେ ଅଘଟଣ, ଗାଧୋଉଥିବାବେଳେ ପୋଖରୀରେ ବୁଡି ନାବଳିକା ମୃତ

ଯାଜପୁର: ରଜ ପର୍ବର ଶେଷ ଦିନରେ ଅଘଟଣ । ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ। ସୂଚନା ମୁତାବକ, ଆରୁହା ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲିମା ସେଠୀ (୧୪) ଆଜି ସାଙ୍ଗ ମାନଙ୍କ ସହ ଗ୍ରାମରେ ଥିବା ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ହେଲେ ଗାଧୋଉଥିବା ସମୟରେ ଅସାବଧାନତାବଶତଃ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ।

ସ୍ଥାନୀୟ ଲୋକେ ପୋଖରୀରେ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ। ସଂଗେସଂଗେ ନାବାଳିକାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ନାବାଳିକାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର