ସୁଯୋଗ ଦେଇଛି ଡିଜିଟାଲ ବିପ୍ଲବ : ୟୁଟ୍ୟୁବ୍‌ରୁ ଭିଡିଓ କରି ପଢ଼ାଖର୍ଚ୍ଚ ଉଠାଉଛନ୍ତି ଆଦବାସୀ ଝିଅ ରାଣୀ

The Sakala Picture
Published On

(ଯାଜପୁରରୁ , ସନ୍ଦୀପ୍ତ ରାୟ) : ଶୋଇବା ପାଇଁ ଯେମିତି ନିଦ ଦରକାର, ସେମିତି ପାଠ ପଢ଼ିବା ପାଇଁ ପ୍ରଥମେ ଆଗ୍ରହ ହିଁ ଦରକାର। ଏହି ଆଗ୍ରହ ହିଁ ଜଣେ ଅଭାବୀ ଆଦିବାସୀ ବାପାର ଝିଅକୁ ବାଟ ଦେଖାଇଛି। ସୋସିଆଲ ମିଡିଆ ୟୁଟ୍ୟୁବ ଏ କୁନିଝିଅଟିକୁ ରୋଜଗାର ଦେବା ସହ ପାଠପଢ଼଼ିବା କ୍ଷେତ୍ରରେ ସମସ୍ତ ପ୍ରତିବନ୍ଧକକୁ ଦୂର କରିଛି। ଏ କାହାଣୀ କେନ୍ଦୁଝର ଅଞ୍ଚଳର ପୀତାମ୍ବର ସିଂହ ଓ ତାଙ୍କ ଝିଅ ରାଣୀଙ୍କର। ଯାଜପୁର ସହର ଉପକଣ୍ଠ […]

(ଯାଜପୁରରୁ , ସନ୍ଦୀପ୍ତ ରାୟ) : ଶୋଇବା ପାଇଁ ଯେମିତି ନିଦ ଦରକାର, ସେମିତି ପାଠ ପଢ଼ିବା ପାଇଁ ପ୍ରଥମେ ଆଗ୍ରହ ହିଁ ଦରକାର। ଏହି ଆଗ୍ରହ ହିଁ ଜଣେ ଅଭାବୀ ଆଦିବାସୀ ବାପାର ଝିଅକୁ ବାଟ ଦେଖାଇଛି। ସୋସିଆଲ ମିଡିଆ ୟୁଟ୍ୟୁବ ଏ କୁନିଝିଅଟିକୁ ରୋଜଗାର ଦେବା ସହ ପାଠପଢ଼଼ିବା କ୍ଷେତ୍ରରେ ସମସ୍ତ ପ୍ରତିବନ୍ଧକକୁ ଦୂର କରିଛି।

ଏ କାହାଣୀ କେନ୍ଦୁଝର ଅଞ୍ଚଳର ପୀତାମ୍ବର ସିଂହ ଓ ତାଙ୍କ ଝିଅ ରାଣୀଙ୍କର। ଯାଜପୁର ସହର ଉପକଣ୍ଠ ବାଣପୁରରେ ଘର ଭଡ଼ା ନେଇ ରହୁଛନ୍ତି ପୀତାମ୍ବରଙ୍କ ପରିବାର। ଅଳ୍ପ ରୋଜଗାର; କିନ୍ତୁ ଝିଅ ରାଣୀକୁ ପଢ଼଼ାଇବା ପାଇଁ ବହୁତ ଆଗ୍ରହ ଥିଲା ପୀତାମ୍ବର ଙ୍କର। ଏବେ ସ୍ଥାନୀୟ ଉପେନ୍ଦ୍ର କୁମାର ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼଼ୁଥିବା ରାଣୀଙ୍କ ପାଠପଢ଼଼ା ବି ଦିନେ ସଂକଟରେ ପଡ଼ିଯାଇଥିଲା। ରୋଜଗାର ପୂରା କମିଯିବା ପରେ ଘର ଚଳାଇବା କଷ୍ଟକର ହୋଇପଡ଼ିଥିଲା ପୀତାମ୍ବରଙ୍କ ପାଇଁ। ଏମିତି ପରିସ୍ଥିତିରେ ଝିଅକୁ ପଢ଼ାଇବା ପାଇଁ କେଉଁଠୁ ପଇସା ପାଇବେ ବୋଲି ଚିନ୍ତାରେ ପଡ଼ିଯାଇଥିଲେ ପୀତାମ୍ବର। ବାପା ବିକଳ୍ପ ରୋଜଗାରର ବାଟ ଖୋଜୁଥିବା ଥିବା ବେଳେ ରାଣୀ ବାପାଙ୍କ ମୋବାଇଲ ନେଇ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲିଥିଲେ।

କିଛି ଭଲ କରିବାର ଲକ୍ଷ୍ୟ ଓ ପରିଶ୍ରମ ଥିଲେ; ଡେରି ହେଲେ ମଧ୍ୟ ସଫଳତା ମିଳେ। ରାଣୀଙ୍କ କ୍ଷେତ୍ରରେ ମଧ୍ୟ ତାହା ଘଟିଥିଲା ରାଣୀ ନିଜ ୟୁଟ୍ୟୁବ ଚ୍ୟାନେଲର ନାଁ ଦେଇଥିଲେ ‘ଟ୍ରାଇବ ବ୍ଲଗ୍‌‌’। ସେଥିରେ ସେ ଆଦିବାସୀ ଜନଜାତିର ଜୀବନଚର୍ଯ୍ୟା, ଖାଦ୍ୟପେୟ, ନୃତ୍ୟଗୀତ ସମ୍ପର୍କିତ ଭିଡିଓ ଅପଲୋଡ଼ କରୁଥିଲେ। ଏବେ ତାଙ୍କ ୟୁଟ୍ୟୁବ୍‌‌ ଚ୍ୟାନେଲରେ ୨ ଲକ୍ଷରୁ ଅଧିକ ସବ୍‌‌ସ୍କ୍ରାଇବର। ଦିନେ ରୋଜଗାର ବନ୍ଦ ହୋଇଯିବାରୁ ଗାଁକୁ ଫେରିଯିବା ପାଇଁ ଚିନ୍ତା କରିଥିବା ପୀତାମ୍ବରଙ୍କର ଏବେ ଆଉ ସେ ଚିନ୍ତା ନାହିଁ। ରାଣୀଙ୍କ ‘ଟ୍ରାଇବବ୍ଲଗ୍‌‌’ରୁ ଏବେ ପଇସା ମିଳୁଛି। ଏଥିରେ ରାଣୀଙ୍କ ପଢ଼଼ାଖର୍ଚ୍ଚ, ଭାଇର ପଢ଼ାଖର୍ଚ୍ଚ; ଏମିତି କି ଘର ଖର୍ଚ୍ଚ ବି ଉଠିଯାଉଛି।

ଆଗକୁ ଜଣେ ସଫଳ ୟୁଟ୍ୟୁବର୍‌‌ ହେବା ରାଣୀଙ୍କର ଲକ୍ଷ୍ୟ। ନିଜ ପାଇଁ ଏକ ଘର କରିବାକୁ ମଧ୍ୟ ସେ ସ୍ୱପ୍ନ ଦେଖିଛନ୍ତି। ରାଣୀ ସବୁବେଳେ ଏଥିରେ ମାତି ପାଠକୁ ଅବହେଳା କରି ନାହାନ୍ତି। ବରଂ ପାଠପଢ଼ାରେ ବି ସେ ବେଶ୍‌ ଆଗରେ ବୋଲି ତାଙ୍କ ଶିକ୍ଷକମାନେ କହନ୍ତି। ମୋବାଇଲ ପାଇଁ ଅନେକ ଛାତ୍ରଛାତ୍ରୀ ବିପଥଗାମୀ ହେଉଛନ୍ତି; ବାପାମାଆଙ୍କ ପଇସା ବରବାଦ କରୁଛନ୍ତି। କିନ୍ତୁ ରାଣୀ ନିଜ ବାପାଙ୍କ କଷ୍ଟ ଦୂର କରିପାରିଛନ୍ତି।

23 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର