କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି । ଖରସ୍ରୋତା କେନାଲରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି  । ପ୍ରିୟରଞ୍ଜନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ, ଗତକାଲି ପ୍ରିୟରଞ୍ଜନ […]

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି । ଖରସ୍ରୋତା କେନାଲରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି  । ପ୍ରିୟରଞ୍ଜନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

ସୂଚନା ଅନୁଯାୟୀ, ଗତକାଲି ପ୍ରିୟରଞ୍ଜନ ଘରୁ କେଉଁଆଡେ ଯାଇ ଆଉ ଫେରି ନ ଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ନିରାଶ ହୋଇଥିଲେ । ଆଜି ସ୍ଥାନୀୟ ଲୋକ ମୃତଦେହଟିକୁ  ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ବିଞ୍ଝାରପୁର ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି  । ତେବେ ମୃତଦେହ ବ୍ୟବଚ୍ଛେଦ ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି

ଆହୁରି ପଢ଼ନ୍ତୁ: ନିରଞ୍ଜନଙ୍କ ଘରୁ ଲୁଟ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp