ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ଦୁଇ ମୃତ

The Sakala Picture
Published On

ଯାଜପୁର: ଟମକା ଥାନା ଅନ୍ତର୍ଗତ ଜନିନ୍ଦା ପାଳ ଗାଁରେ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ପୂର୍ବାହ୍ନରେ ଜନିନ୍ଦାପାଳ ଗାଁରେ ମହିଳା ଜଣକ ଘର ନିକଟରେ ଥିବା ଏକ ଜିଆଇ ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ପଡିଶା ଘରର ଜଣେ ବ୍ୟକ୍ତି ମଧ୍ୟ ବିଦ୍ୟୁତ ଆଘାତର ଶୀକାର ହୋଇଛନ୍ତି। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ […]

ଯାଜପୁର: ଟମକା ଥାନା ଅନ୍ତର୍ଗତ ଜନିନ୍ଦା ପାଳ ଗାଁରେ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ପୂର୍ବାହ୍ନରେ ଜନିନ୍ଦାପାଳ ଗାଁରେ ମହିଳା ଜଣକ ଘର ନିକଟରେ ଥିବା ଏକ ଜିଆଇ ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ପଡିଶା ଘରର ଜଣେ ବ୍ୟକ୍ତି ମଧ୍ୟ ବିଦ୍ୟୁତ ଆଘାତର ଶୀକାର ହୋଇଛନ୍ତି। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଟମକା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ମୃତା ମହିଳା ନିତୁ ମାରାଣ୍ଡିଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ସେ ରାଇଘାଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ମହିଳାଙ୍କ ଘର କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଟାଙ୍ଗିରିଆପାଳ ଅଞ୍ଚଳରେ ବୋଲି ଜଣାପଡିଛି। ଅନ୍ୟ ଜଣେ ମୃତକ ହେଲେ ଶ୍ୟାମସୁନ୍ଦର ମାରାଣ୍ଡି (ବୟସ ୪୫)ଏବଂ ସେ ଚକ୍ରଧରପୁର ଗ୍ରାମର। ଶ୍ୟାମସୁନ୍ଦର ମୟୂରଭଞ୍ଜ ରେଲୱେ ପୋଲିସ ବିଭାଗର କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି । ନିତୁ ମାରାଣ୍ଡି କିଆଝର ଗ୍ରାମପଞ୍ଚାୟତର ଜନିନ୍ଦା ପାଳ ଗ୍ରାମରେ ଜାଗା କିଣି ଘର କରି ରହୁଥିଲେ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

12 May 2023 By The Sakala

ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ଦୁଇ ମୃତ

ଯାଜପୁର: ଟମକା ଥାନା ଅନ୍ତର୍ଗତ ଜନିନ୍ଦା ପାଳ ଗାଁରେ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ପୂର୍ବାହ୍ନରେ ଜନିନ୍ଦାପାଳ ଗାଁରେ ମହିଳା ଜଣକ ଘର ନିକଟରେ ଥିବା ଏକ ଜିଆଇ ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ପଡିଶା ଘରର ଜଣେ ବ୍ୟକ୍ତି ମଧ୍ୟ ବିଦ୍ୟୁତ ଆଘାତର ଶୀକାର ହୋଇଛନ୍ତି। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଟମକା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତା ମହିଳା ନିତୁ ମାରାଣ୍ଡିଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ସେ ରାଇଘାଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ମହିଳାଙ୍କ ଘର କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଟାଙ୍ଗିରିଆପାଳ ଅଞ୍ଚଳରେ ବୋଲି ଜଣାପଡିଛି। ଅନ୍ୟ ଜଣେ ମୃତକ ହେଲେ ଶ୍ୟାମସୁନ୍ଦର ମାରାଣ୍ଡି (ବୟସ ୪୫)ଏବଂ ସେ ଚକ୍ରଧରପୁର ଗ୍ରାମର। ଶ୍ୟାମସୁନ୍ଦର ମୟୂରଭଞ୍ଜ ରେଲୱେ ପୋଲିସ ବିଭାଗର କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି । ନିତୁ ମାରାଣ୍ଡି କିଆଝର ଗ୍ରାମପଞ୍ଚାୟତର ଜନିନ୍ଦା ପାଳ ଗ୍ରାମରେ ଜାଗା କିଣି ଘର କରି ରହୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର