ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ମାରିଦେଲେ ଦୁଇ ସାଙ୍ଗ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଥାନା ଶାଳଜଙ୍ଗ ପଞ୍ଚାୟତ ଚାରିବାଟିଆ କଦମଗଛ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ହତ୍ୟାର ଶିକାର ହୋଇଛନ୍ତି ବୋଲେରୋ ଡ୍ରାଇଭର ସାଗର ନାୟକ । ସାଗର ପାନ ଖାଇବାକୁ ପାଖ ଦୋକାନକୁ ଯାଇଥିବା ବେଳେ ସେହି ଗାଁର ପ୍ରତାପ ବେହେରା ଓ ସାଥୀ ଦିଲୁ ସାମଲ ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ମୃତଦେହ ଜବତ କରି […]

ଜଗତସିଂହପୁର: ଜଗତସିଂହପୁର ଥାନା ଶାଳଜଙ୍ଗ ପଞ୍ଚାୟତ ଚାରିବାଟିଆ କଦମଗଛ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ହତ୍ୟାର ଶିକାର ହୋଇଛନ୍ତି ବୋଲେରୋ ଡ୍ରାଇଭର ସାଗର ନାୟକ । ସାଗର ପାନ ଖାଇବାକୁ ପାଖ ଦୋକାନକୁ ଯାଇଥିବା ବେଳେ ସେହି ଗାଁର ପ୍ରତାପ ବେହେରା ଓ ସାଥୀ ଦିଲୁ ସାମଲ ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ମୃତଦେହ ଜବତ କରି ଦିଲୁ ସାମଲକୁ ଗିରଫ କରିଥିବା ବେଳେ ପ୍ରତାପ ବେହେରା ଏବେ ବି ଫେରାର ଅଛି । ଦିଲୁର ଶଳା ଓ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

24 Aug 2023 By The Sakala

ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ମାରିଦେଲେ ଦୁଇ ସାଙ୍ଗ

ଜଗତସିଂହପୁର: ଜଗତସିଂହପୁର ଥାନା ଶାଳଜଙ୍ଗ ପଞ୍ଚାୟତ ଚାରିବାଟିଆ କଦମଗଛ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ହତ୍ୟାର ଶିକାର ହୋଇଛନ୍ତି ବୋଲେରୋ ଡ୍ରାଇଭର ସାଗର ନାୟକ । ସାଗର ପାନ ଖାଇବାକୁ ପାଖ ଦୋକାନକୁ ଯାଇଥିବା ବେଳେ ସେହି ଗାଁର ପ୍ରତାପ ବେହେରା ଓ ସାଥୀ ଦିଲୁ ସାମଲ ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ମୃତଦେହ ଜବତ କରି ଦିଲୁ ସାମଲକୁ ଗିରଫ କରିଥିବା ବେଳେ ପ୍ରତାପ ବେହେରା ଏବେ ବି ଫେରାର ଅଛି । ଦିଲୁର ଶଳା ଓ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର