ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ର ଅନ୍ତୁଡିଶାଳ ଜଗତସିଂହପୁର

The Sakala Picture
Published On

ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): କୁହାଯାଏ ୧୯୯୩ରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମ ହ୍ୟାଣ୍ଡ୍‌‌ବଲ୍‌‌ ଖେଳ ମୁଦୁପୁରରେ ଆରମ୍ଭ ହୋଇଥିଲା। କ୍ରୀଡ଼ାପ୍ରେମୀ ପ୍ରିୟନାଥ ରାୟଙ୍କ ଉଦ୍ୟମରେ ଏହି ଖେଳ ଆରମ୍ଭ ହେବାର ଦୁଇବର୍ଷ ମଧ୍ୟରେ ଏହା ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା। ଏହି ଖେଳ ପାଇଁ ଅଧିକ ଜାଗାର ଆବଶ୍ୟକତା ନ ଥିବାରୁ ଖୁବ କମ ଜାଗାରେ ଏହି ଖେଳ ପ୍ରତିଯୋଗିତା ଓ ଅଭ୍ୟାସ ହୋଇପାରୁଥିଲା। ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ର ଅନ୍ତୁଡିଶାଳ କହିଲେ ଜଗତସିଂହପୁରକୁ ବୁଝାଇଥାଏ। ଏହାର କାରଣ ହେଲା, ଅନ୍ୟ […]

ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): କୁହାଯାଏ ୧୯୯୩ରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମ ହ୍ୟାଣ୍ଡ୍‌‌ବଲ୍‌‌ ଖେଳ ମୁଦୁପୁରରେ ଆରମ୍ଭ ହୋଇଥିଲା। କ୍ରୀଡ଼ାପ୍ରେମୀ ପ୍ରିୟନାଥ ରାୟଙ୍କ ଉଦ୍ୟମରେ ଏହି ଖେଳ ଆରମ୍ଭ ହେବାର ଦୁଇବର୍ଷ ମଧ୍ୟରେ ଏହା ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା। ଏହି ଖେଳ ପାଇଁ ଅଧିକ ଜାଗାର ଆବଶ୍ୟକତା ନ ଥିବାରୁ ଖୁବ କମ ଜାଗାରେ ଏହି ଖେଳ ପ୍ରତିଯୋଗିତା ଓ ଅଭ୍ୟାସ ହୋଇପାରୁଥିଲା।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ର ଅନ୍ତୁଡିଶାଳ କହିଲେ ଜଗତସିଂହପୁରକୁ ବୁଝାଇଥାଏ। ଏହାର କାରଣ ହେଲା, ଅନ୍ୟ ଖେଳ ତୁଳନାରେ ଏଠାକାର ମହିଳାମାନଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ହ୍ୟାଣ୍ଡ୍‌‌ବଲ୍‌‌ ଖେଳ ସର୍ବାଧିକ ଲୋକପ୍ରିୟତା ଅର୍ଜନ କରିଆସିଛି। ଏବେ ମଧ୍ୟ ଜିଲ୍ଲାର ୧୭ଟି ସ୍ଥାନରେ ଝିଅମାନେ ଏହି ଖେଳର ଅଭ୍ୟାସ ଜାରି ରଖିଛନ୍ତି। ପ୍ରତିବର୍ଷ ୪୦ରୁ ୫୦ ଜଣ ମହିଳା ଖେଳାଳି ୧୨ବର୍ଷ, ୧୫ବର୍ଷ, ୧୯ ବର୍ଷ ଓ ବରିଷ୍ଠ ବିଭାଗରେ ରାଜ୍ୟରୁ ଜାତୀୟସ୍ତର ପ୍ରତିଯୋଗିତାରେ ଓଡ଼ିଶା ହ୍ୟାଣ୍ଡବଲ ଟିମରେ ପ୍ରତିନିଧିତ୍ୱ କରିଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଯେ, ଜିଲ୍ଲାର ୨୦୪ ଜଣ ହ୍ୟାଣ୍ଡ୍‌‌ବଲ୍‌‌ ଖେଳାଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରତିରକ୍ଷା, ପୁଲିସ, ଅଗ୍ନିଶମ ଓ ଶିକ୍ଷା ବିଭାଗରେ ଚାକିରି ପାଇଛନ୍ତି। ଅଳ୍ପ ଖର୍ଚ୍ଚରେ କେବଳ ଗୋଟିଏ ଛୋଟ ବଲ ଓ ଦୁଇ କଡରେ ତିନୋଟି ଲେଖା ବାଉଁଶ କିମ୍ବା କାଠର ଖୁଣ୍ଟ ପୋତି ଏହି ଖେଳ ଖେଳାଯାଇ ପାରୁଥିବାରୁ ଏହା ସାଧାରଣରେ ବେଶ ଗ୍ରହଣୀୟ। ୧୯୯୬ରୁ ୨୦୨୧ ପର୍ଯ୍ୟନ୍ତ ଜଗତସିଂହପୁର ଦଳ କ୍ରମାଗତ ଭାବରେ ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ରେ ଚାମ୍ପିଅନ ରହିଆସିଛି। ଜିଲ୍ଲାର ମହିଳା ହ୍ୟାଣ୍ଡବଲ ଖେଳାଳିଙ୍କ ମଧ୍ୟରେ ପ୍ରଦୀପ୍ତି ବଳ, ବବିତା ପରିଡ଼ା, ରୀନା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦାସ, ପ୍ରଜ୍ଞାପରମିତା ଚାନ୍ଦ ପ୍ରମୁଖ ଜାତୀୟସ୍ତରରେ ସଫଳତା ପାଇଛନ୍ତି। ଏପରିକି ଜାତୀୟ ସ୍କୁଲସ୍ତରୀୟ ହ୍ୟାଣ୍ଡବଲ୍‌‌ ପ୍ରତିଯୋଗିତାରେ ଜିଲ୍ଲାର ସରସ୍ୱତୀ ଦାସ ଓ ଅଲ ଇଣ୍ଡିଆ ଏନସିସି ହ୍ୟାଣ୍ଡବଲ ପ୍ରତିଯୋଗିତାରେ ସ୍ନେହଲତା ବେହେରା ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ତେବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜିଲ୍ଲାର ମହିଳା ଖେଳାଳିମାନେ ସଂଘର୍ଷ ଜାରି ରଖିଥିବା କଥା ଜଗତସିଂହପୁର ମହିଳା ହ୍ୟାଣ୍ଡ୍‌‌ବଲ୍‌‌ ଖେଳର ଜନକ କୁହାଯାଉଥିବା ପ୍ରିୟନାଥ ରାୟ ପ୍ରକାଶ କରିଛନ୍ତି।

15 Oct 2023 By The Sakala

ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ର ଅନ୍ତୁଡିଶାଳ ଜଗତସିଂହପୁର

ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): କୁହାଯାଏ ୧୯୯୩ରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମ ହ୍ୟାଣ୍ଡ୍‌‌ବଲ୍‌‌ ଖେଳ ମୁଦୁପୁରରେ ଆରମ୍ଭ ହୋଇଥିଲା। କ୍ରୀଡ଼ାପ୍ରେମୀ ପ୍ରିୟନାଥ ରାୟଙ୍କ ଉଦ୍ୟମରେ ଏହି ଖେଳ ଆରମ୍ଭ ହେବାର ଦୁଇବର୍ଷ ମଧ୍ୟରେ ଏହା ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା। ଏହି ଖେଳ ପାଇଁ ଅଧିକ ଜାଗାର ଆବଶ୍ୟକତା ନ ଥିବାରୁ ଖୁବ କମ ଜାଗାରେ ଏହି ଖେଳ ପ୍ରତିଯୋଗିତା ଓ ଅଭ୍ୟାସ ହୋଇପାରୁଥିଲା।

ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ର ଅନ୍ତୁଡିଶାଳ କହିଲେ ଜଗତସିଂହପୁରକୁ ବୁଝାଇଥାଏ। ଏହାର କାରଣ ହେଲା, ଅନ୍ୟ ଖେଳ ତୁଳନାରେ ଏଠାକାର ମହିଳାମାନଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ହ୍ୟାଣ୍ଡ୍‌‌ବଲ୍‌‌ ଖେଳ ସର୍ବାଧିକ ଲୋକପ୍ରିୟତା ଅର୍ଜନ କରିଆସିଛି। ଏବେ ମଧ୍ୟ ଜିଲ୍ଲାର ୧୭ଟି ସ୍ଥାନରେ ଝିଅମାନେ ଏହି ଖେଳର ଅଭ୍ୟାସ ଜାରି ରଖିଛନ୍ତି। ପ୍ରତିବର୍ଷ ୪୦ରୁ ୫୦ ଜଣ ମହିଳା ଖେଳାଳି ୧୨ବର୍ଷ, ୧୫ବର୍ଷ, ୧୯ ବର୍ଷ ଓ ବରିଷ୍ଠ ବିଭାଗରେ ରାଜ୍ୟରୁ ଜାତୀୟସ୍ତର ପ୍ରତିଯୋଗିତାରେ ଓଡ଼ିଶା ହ୍ୟାଣ୍ଡବଲ ଟିମରେ ପ୍ରତିନିଧିତ୍ୱ କରିଆସୁଛନ୍ତି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଯେ, ଜିଲ୍ଲାର ୨୦୪ ଜଣ ହ୍ୟାଣ୍ଡ୍‌‌ବଲ୍‌‌ ଖେଳାଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରତିରକ୍ଷା, ପୁଲିସ, ଅଗ୍ନିଶମ ଓ ଶିକ୍ଷା ବିଭାଗରେ ଚାକିରି ପାଇଛନ୍ତି। ଅଳ୍ପ ଖର୍ଚ୍ଚରେ କେବଳ ଗୋଟିଏ ଛୋଟ ବଲ ଓ ଦୁଇ କଡରେ ତିନୋଟି ଲେଖା ବାଉଁଶ କିମ୍ବା କାଠର ଖୁଣ୍ଟ ପୋତି ଏହି ଖେଳ ଖେଳାଯାଇ ପାରୁଥିବାରୁ ଏହା ସାଧାରଣରେ ବେଶ ଗ୍ରହଣୀୟ। ୧୯୯୬ରୁ ୨୦୨୧ ପର୍ଯ୍ୟନ୍ତ ଜଗତସିଂହପୁର ଦଳ କ୍ରମାଗତ ଭାବରେ ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ରେ ଚାମ୍ପିଅନ ରହିଆସିଛି। ଜିଲ୍ଲାର ମହିଳା ହ୍ୟାଣ୍ଡବଲ ଖେଳାଳିଙ୍କ ମଧ୍ୟରେ ପ୍ରଦୀପ୍ତି ବଳ, ବବିତା ପରିଡ଼ା, ରୀନା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦାସ, ପ୍ରଜ୍ଞାପରମିତା ଚାନ୍ଦ ପ୍ରମୁଖ ଜାତୀୟସ୍ତରରେ ସଫଳତା ପାଇଛନ୍ତି। ଏପରିକି ଜାତୀୟ ସ୍କୁଲସ୍ତରୀୟ ହ୍ୟାଣ୍ଡବଲ୍‌‌ ପ୍ରତିଯୋଗିତାରେ ଜିଲ୍ଲାର ସରସ୍ୱତୀ ଦାସ ଓ ଅଲ ଇଣ୍ଡିଆ ଏନସିସି ହ୍ୟାଣ୍ଡବଲ ପ୍ରତିଯୋଗିତାରେ ସ୍ନେହଲତା ବେହେରା ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ତେବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜିଲ୍ଲାର ମହିଳା ଖେଳାଳିମାନେ ସଂଘର୍ଷ ଜାରି ରଖିଥିବା କଥା ଜଗତସିଂହପୁର ମହିଳା ହ୍ୟାଣ୍ଡ୍‌‌ବଲ୍‌‌ ଖେଳର ଜନକ କୁହାଯାଉଥିବା ପ୍ରିୟନାଥ ରାୟ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର