ବିପୁଳ ପରିମାଣର ବ୍ରାଉନସୁଗର, ନଗଦ ଟଙ୍କା ଓ ଗାଡ଼ି ଜବତ; ୩ ଗିରଫ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦୁଇଟିି ଥାନା ଅଞ୍ଚଳରୁ ୨୭୪ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗରର ମୂଲ୍ୟ ୨୬ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ଏଥି ସସହିତ ନଗଦ ୨ଲକ୍ଷ ୨୪ ହଜାର ଟଙ୍କା , ବାଇକ ଓ ଏକ କାରକୁ ମଧ୍ୟ ଜବତ କରାଯାଇଛି। ଏହି ଦୁଇଟି ମାମଲାରେ ମୋଟ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସୂଚନା […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦୁଇଟିି ଥାନା ଅଞ୍ଚଳରୁ ୨୭୪ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗରର ମୂଲ୍ୟ ୨୬ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ଏଥି ସସହିତ ନଗଦ ୨ଲକ୍ଷ ୨୪ ହଜାର ଟଙ୍କା , ବାଇକ ଓ ଏକ କାରକୁ ମଧ୍ୟ ଜବତ କରାଯାଇଛି। ଏହି ଦୁଇଟି ମାମଲାରେ ମୋଟ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ସୂଚନା ଅନୁଯାୟୀ. ବିରିଡିଥାନା ଶିବପୁର ପଞ୍ଚାୟତ ଅନ୍ତର୍ଗତ ଶଡେଇକଣା ଗ୍ରାମରେ ବ୍ରାଉନସୁଗର ବିକ୍ରୟ ଚାଲିଥିବା ଖବରପାଇ ବିରିଡି ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଗ୍ରାମର ଚନ୍ଦ୍ର ବଳବନ୍ତରାୟ (୨୮) ଅଲିୟାସ ପୋଡାଜିତୁ ଏବଂ ସୂର୍ଯ୍ୟକାନ୍ତ ବଳବନ୍ତରାୟଙ୍କ ସ୍ତ୍ରୀ ସିପ୍ରା ବଳବନ୍ତରାୟ ଆଲିୟାସ ମିଲି(୩୪)ଙ୍କୁ ଗିରଫ କାରଯିବା ସହିତ ସେମାନଙ୍କ ଠାରୁ ୧୨ଗ୍ରାମ ଧଳା ଜହର, ନଗଦ ୨ଲକ୍ଷ ୨୪ ହଜାର ୭୬୦ ଟଙ୍କା , ଏକ ମାରୁତି ସୁଜୁକି ଅଲଟୋ କାର, ଏବଂ ହିରୋ ସ୍ପେଣ୍ଡର ବାଇକକୁ ଜବତ କରାଯାଇଥିଲା। ଏ ସମ୍ପର୍କରେ ବିରିଡି ଥାନାରେ କେସ୍‍ ନଂ ୨୨୧/୨୦୨୧ରେ ମାମଲା ପଂଜିକରଣ କରାଯିବା ସହିତ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସେହିପରି ଜଗତସିଂହପୁର ସଦରଥାନା ପୁଲିସ ପକ୍ଷରୁ ପଦ୍ମପୁର ଗ୍ରାମର ଗୌଡୁଣି ପଡ଼ିଆରେ ଚଢାଉ କରାଯାଇ ଭୁବନାନନ୍ଦ ମଲ୍ଲିକ(୫୫) ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ହେବ ବୋଲି ପୁଲିସ ଆକଳନ କରିଛି। ଏସମ୍ପର୍କରେ ଜଗତସିଂହପୁର ଥାନାରେ ୬୪୨/୨୦୨୧ରେ ମାମଲା ପଂଜିକରଣ କରାଯିବା ସହିତ ଆସାମୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସପି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

23 Nov 2021 By The Sakala

ବିପୁଳ ପରିମାଣର ବ୍ରାଉନସୁଗର, ନଗଦ ଟଙ୍କା ଓ ଗାଡ଼ି ଜବତ; ୩ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦୁଇଟିି ଥାନା ଅଞ୍ଚଳରୁ ୨୭୪ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗରର ମୂଲ୍ୟ ୨୬ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ଏଥି ସସହିତ ନଗଦ ୨ଲକ୍ଷ ୨୪ ହଜାର ଟଙ୍କା , ବାଇକ ଓ ଏକ କାରକୁ ମଧ୍ୟ ଜବତ କରାଯାଇଛି। ଏହି ଦୁଇଟି ମାମଲାରେ ମୋଟ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ. ବିରିଡିଥାନା ଶିବପୁର ପଞ୍ଚାୟତ ଅନ୍ତର୍ଗତ ଶଡେଇକଣା ଗ୍ରାମରେ ବ୍ରାଉନସୁଗର ବିକ୍ରୟ ଚାଲିଥିବା ଖବରପାଇ ବିରିଡି ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଗ୍ରାମର ଚନ୍ଦ୍ର ବଳବନ୍ତରାୟ (୨୮) ଅଲିୟାସ ପୋଡାଜିତୁ ଏବଂ ସୂର୍ଯ୍ୟକାନ୍ତ ବଳବନ୍ତରାୟଙ୍କ ସ୍ତ୍ରୀ ସିପ୍ରା ବଳବନ୍ତରାୟ ଆଲିୟାସ ମିଲି(୩୪)ଙ୍କୁ ଗିରଫ କାରଯିବା ସହିତ ସେମାନଙ୍କ ଠାରୁ ୧୨ଗ୍ରାମ ଧଳା ଜହର, ନଗଦ ୨ଲକ୍ଷ ୨୪ ହଜାର ୭୬୦ ଟଙ୍କା , ଏକ ମାରୁତି ସୁଜୁକି ଅଲଟୋ କାର, ଏବଂ ହିରୋ ସ୍ପେଣ୍ଡର ବାଇକକୁ ଜବତ କରାଯାଇଥିଲା। ଏ ସମ୍ପର୍କରେ ବିରିଡି ଥାନାରେ କେସ୍‍ ନଂ ୨୨୧/୨୦୨୧ରେ ମାମଲା ପଂଜିକରଣ କରାଯିବା ସହିତ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

ସେହିପରି ଜଗତସିଂହପୁର ସଦରଥାନା ପୁଲିସ ପକ୍ଷରୁ ପଦ୍ମପୁର ଗ୍ରାମର ଗୌଡୁଣି ପଡ଼ିଆରେ ଚଢାଉ କରାଯାଇ ଭୁବନାନନ୍ଦ ମଲ୍ଲିକ(୫୫) ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ହେବ ବୋଲି ପୁଲିସ ଆକଳନ କରିଛି। ଏସମ୍ପର୍କରେ ଜଗତସିଂହପୁର ଥାନାରେ ୬୪୨/୨୦୨୧ରେ ମାମଲା ପଂଜିକରଣ କରାଯିବା ସହିତ ଆସାମୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସପି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/jagatsinghpur/huge-quantities-of-brown-sugar-cash-and-vehicles-seized-3-arrested/article-7088
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର