ଢିଙ୍କିଆରେ ୨୨୫ ପାନ ଚାଷୀଙ୍କୁ ମିଳିଲା ୫କୋଟି ୬୬ ଲକ୍ଷ

The Sakala Picture
Published On

ଏରସମା / ପାରାଦୀପ: ପ୍ରସ୍ତାବିତ ଜେଏସ୍‌ଡବ୍ୟ ପ୍ରକଳ୍ପ ପାଇଁ ତିନି ପଞ୍ଚାୟତରେ ଆଜି ଜମି ଅଧଗ୍ରହଣ ଓ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଶାନ୍ତିଶୃଙ୍ଖଳା ସହ ଚାଲିଛି। ଇଡ୍‌କୋ ପକ୍ଷରୁ ମଧ୍ୟ ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି। ରବିବାର ରାତିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖେଳେଶ୍ବର ସିଂ ଢିଙ୍କିଆ ପଞ୍ଚାୟତକୁ ଯାଇ ଗାଁ ଗାଁ ବୁଲି ଲୋକଙ୍କ ସହ ଆଲୋଚନା […]

ଏରସମା / ପାରାଦୀପ: ପ୍ରସ୍ତାବିତ ଜେଏସ୍‌ଡବ୍ୟ ପ୍ରକଳ୍ପ ପାଇଁ ତିନି ପଞ୍ଚାୟତରେ ଆଜି ଜମି ଅଧଗ୍ରହଣ ଓ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଶାନ୍ତିଶୃଙ୍ଖଳା ସହ ଚାଲିଛି। ଇଡ୍‌କୋ ପକ୍ଷରୁ ମଧ୍ୟ ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି। ରବିବାର ରାତିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖେଳେଶ୍ବର ସିଂ ଢିଙ୍କିଆ ପଞ୍ଚାୟତକୁ ଯାଇ ଗାଁ ଗାଁ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଆଜି ସୁଦ୍ଧା ଢିଙ୍କିଆ ପଞ୍ଚାୟତରେ ୩୦୪ଟି ଭଙ୍ଗାଯାଇଥିବାବେଳେ ୨୨୫ ଜଣ କ୍ଷତିଗ୍ରସ୍ତ ପାନବରଜୀଙ୍କୁ ପାଞ୍ଚ କୋଟି ୬୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ରାଶି ବାବଦରେ ପ୍ରଦାନ କରାଯାଇଛି। ମାହାଳ ପାଟଣା ଗାଁରେ ୪୫ ରୁ ଉର୍ଦ୍ଧ୍ବ ପାନବରଜ ପାନବରଜ ମାପଚୁପ କରାଯାଇଛି।

ଲୋକଙ୍କ ମଧ୍ୟରେ ପାନବରଜ ମାପଚୁପ ଓ ଭଙ୍ଗା ନେଇ ସହଯୋଗ ଦେଖିବାକୁ ମିଳିଛି । ଯେଉଁମାନଙ୍କର ବରଜ ମାପ କି କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ସମସ୍ୟା ସମ୍ପର୍କରେ ସିଧାସଳଖ ତହସିଲଦାରଙ୍କ ସହିତ ଆଲୋଚନା କରୁଛନ୍ତି। ଏଥିସହିତ ସ୍ଥାନୀୟ ମାଳାଳ, ଗୋବିନ୍ଦପୁର, ପାଟଣ ଲୋକଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଲୋକମାନେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରୁଛନ୍ତି। ଅପରପକ୍ଷରେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଜାରି ରହିଛି।

18 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର