ବାଂଲାଦେଶ ମୁକ୍ତି ସଂଗ୍ରାମକୁ ପୁରିଛି ୫୦ ବର୍ଷ: ଜାଣନ୍ତୁ ଭାରତର ଏହି ବିଜୟରେ ରହିଥିବା ଜଣେ ଜଗତସିଂହପୁରର ବୀର ଯବାନଙ୍କ ଭୂମିକା

The Sakala Picture
Published On

ଜଗତସିଂହପୁର:୧୯୭୧ ମସିହାରେ ସଂଗଠିତ ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ ତମ ସୁବର୍ଣ୍ଣର୍ ଜୟନ୍ତୀ ପୂର୍ତ୍ତୀ ଦିବସକୁ ବିଜୟ ଦିବସ ଭାବରେ ସାରାଦେଶରେ ପାଳିତ ହେଉଛି। ଏହି ଯୁଦ୍ଧରେ ଜଗତସିଂହପୁର ଜିଲ୍ଳାର ଜଣେ ବୀର /ଜବାନଙ୍କ ଅପୁର୍ବ ଦେଶଭକ୍ତି ପୂର୍ଣ୍ଣ ତ୍ୟାଗ ଓ ସାହାସ ସ୍ମରଣୀୟ ହୋଇ ରହିଛି। ଯୁଦ୍ଧର ଏହି ଘମାଘଟା ଓ ବିଭିଷିକା ମଧ୍ୟରେ ସେ ନିଜ ରେଜିମେଣ୍ଟର ଅନ୍ୟ ଜବାନଙ୍କ ସହ ମିଶି ଶତ୍ରୁର ମୁକାବିଲା କରିବା ସହିତ ଦେଶକୁ ବିଜୟ ଦେଇଥିଲେ। ଏହି […]

ଜଗତସିଂହପୁର:୧୯୭୧ ମସିହାରେ ସଂଗଠିତ ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ ତମ ସୁବର୍ଣ୍ଣର୍ ଜୟନ୍ତୀ ପୂର୍ତ୍ତୀ ଦିବସକୁ ବିଜୟ ଦିବସ ଭାବରେ ସାରାଦେଶରେ ପାଳିତ ହେଉଛି। ଏହି ଯୁଦ୍ଧରେ ଜଗତସିଂହପୁର ଜିଲ୍ଳାର ଜଣେ ବୀର /ଜବାନଙ୍କ ଅପୁର୍ବ ଦେଶଭକ୍ତି ପୂର୍ଣ୍ଣ ତ୍ୟାଗ ଓ ସାହାସ ସ୍ମରଣୀୟ ହୋଇ ରହିଛି। ଯୁଦ୍ଧର ଏହି ଘମାଘଟା ଓ ବିଭିଷିକା ମଧ୍ୟରେ ସେ ନିଜ ରେଜିମେଣ୍ଟର ଅନ୍ୟ ଜବାନଙ୍କ ସହ ମିଶି ଶତ୍ରୁର ମୁକାବିଲା କରିବା ସହିତ ଦେଶକୁ ବିଜୟ ଦେଇଥିଲେ। ଏହି ଯୁଦ୍ଧର ପ୍ରତ୍ୟକ୍ଷଦର୍ଶୀ ଭାବରେ ଏହି ବୀର ଜବାନ ଏବେବି ୭୨ବର୍ଷର୍ ବୟସରେ ଯୁଦ୍ଧର ସେହି ଲୋମହର୍ଷଣକାରୀ କାହାଣୀ ବୟାନ କରନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସୋଗଲ ଗ୍ରାମର ଏହି ଜବାନ ଜଣକ ହେଉଛନ୍ତି ଅବସରପ୍ରାପ୍ତ ସୁବେଦାର କୈଳାସ ଚନ୍ଦ୍ର ବିଶ୍ୱାଳ। ବୟସର ଅପରାହ୍ନରେ ସେ ଅତୀତର ଯୁଦ୍ଧର ଘମାଘଟାକୁ ମନେପକାଇବା ସହିତ ଆଜିିବି ତାଙ୍କ ମନରେ ସେଦିନର ସ୍ମୃତି ଉଜ୍ଜୀବିତ ରହିଥିବା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

୧୯୭୧ ମସିହା ତତ୍କାଳୀନ ପୂର୍ବ ପାକସ୍ତାନ(ବାଂଲାଦେଶ) ରେ ପାକିସ୍ତାନ ସେନା ବର୍ବର ଅତ୍ୟାଚାର ଚଳାଇ ଥାନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ଶରଣାର୍ଥୀ ଜୀବନ ବିକଳରେ ଭାରତରେ ଶରଣ ନେବାକୁ ଛୁଟିଥିବା ବେଳେ , ବାଂଲା ଦେଶ ମୁକ୍ତିବାହିନୀକୁ ସାହାଯ୍ୟ କରିବାକୁ ଭାରତ ସରକାର ଯୁଦ୍ଧ ଘୋଷଣା କରିଥିଲେ। ଭାରତୀୟ ସେନାକୁ ମୁଖ୍ୟତ ବାଂଲାଦେଶ ଓ ପାକିସ୍ତାନ ଉଭୟ ପଟରେ ଯୁଦ୍ଧ କରିବାକୁ ପଡ଼ିଥିଲା। ପାକିସ୍ତାନ ସେନା ସହ ହୋଇଥିବା ଘମାଘୋଟ ଲଢାଇରେ ସୁବେଦାର ଶ୍ରୀ ବିଶ୍ୱାଳ ଯୋଗଦେଇଥିବା ବିହାର ରେଜିମେଣ୍ଟର ସିକ୍ସ ବାଟେଲିୟନ ପକ୍ଷରୁ ପାକିସ୍ତାନର ଅନେକ ଯୁଦ୍ଧ ଗାଡି ଗୁଡିକ ନଷ୍ଟ କରାଯିବା ସହିତ ଅନେକ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା ଓ ବନ୍ଦି କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଏ ସମ୍ପର୍କରେ ସୁବେଦାର ଶ୍ରୀ ବିଶ୍ୱାଳ କହନ୍ତି, ଭାରତୀୟ ସେନାରେ ସୋଲଜର ଭାବରେ ୧୯୬୯ରେ ୧୮ ବର୍ଷ ବୟସରେ ଯୋଗ ଦେଇଥିଲି। ଆମେ ୧୯୭୧ ଡିସେମ୍ବର ୧ତାରିଖ ରେ ପୂର୍ବ ପାକିସ୍ତାନରେ ପହଁଚିବା ପାଇଁ ଅଗ୍ରତାଲାଠାରୁ ସୀମା ପାର କରିଥିଲୁ। ୫ ଡିସେମ୍ବରରୁ ୧୦ ଡିସେମ୍ବର ମଧ୍ୟରେ ଆମେ ମିମେନସିଂହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ସୈନ୍ୟଙ୍କ ବିରୋଧରେ ଲଢାଇ କରିଥିଲୁ। ଯେଉଁଠାରେ ଉଭୟପକ୍ଷର ବହୁ ସୈନ୍ୟ ଆହତ ହେବା ସହିତ ମୃତାହତ ମଧ୍ୟ ହୋଇଥିଲେ। ଏହି ସମରରେ ଅନେକ ପାକିସ୍ତାନୀ ସୈନ୍ୟଙ୍କୁ ନିପାତ କରାଯାଇଥିବା ବେଳେ ବିହାର ରେଜିମଣ୍ଟର ଷଷ୍ଠ ବାଟେଲିୟନ ୧୪ ଜଣ ସାହସୀ ସୈନ୍ୟଙ୍କୁ ଏହି ଯୁଦ୍ଧରେ ହରାଇଥିଲା। ମୋ ସହ ଶତ୍ରୁଙ୍କ ବିରୋଧରେ ଯୁଦ୍ଧ କରୁଥିବା ଦୁଇ ଓଡିଆ ଢେଙ୍କାନାଳର ଗୋପବନ୍ଧୁ ରାଉତ ଓ ଗଂଜାମର ଭାସ୍କର ରାଉତ ସହିଦ ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଡିସେମ୍ବର ୧୦ରେ ଭାରତୀୟ ସେନ୍ୟ ଓ ବଂଲାଦେଶ ମୁକ୍ତିବାହିନୀ ମିମେନସିଂହ ଜିଲ୍ଲାକୁ ଅକ୍ତାଆର କରିଥିଲେ। ବହୁ ପାକିସ୍ତାନୀ ସୈନ୍ୟ ଏହି ଯୁଦ୍ଧରେ ମୃତାହତ ହେବା ସହିତ ଜୀବିତ ଥିବା ସେନ୍ୟମାନେ ଛତ୍ରଭଙ୍ଗ ଦେଇ ଢାକା ଆଡକୁ ପଳାଇ ଯାଇଥିଲେ ବୋଲି ସୁବେଦାର ଶ୍ରୀ ବିଶ୍ୱାଳ କହିଛନ୍ତି।

୧୬ ଡିସେମ୍ବରରେ ଢାକାରେ ପାକିସ୍ତାନୀ ସୈନ୍ୟଙ୍କ ନିପାତ ପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଆମେ ଢାକା ରାସ୍ତାରେ ନାଚି ନାଚି ବିଜୟର ଖୁସି ମନାଇଥିିଲୁ। ବାଂଲାଦେଶ ପାକିସ୍ତାନ କବଳରୁ ମୂକ୍ତ ହେବାପରେ ଢାକାସ୍ଥିତ ଇଂଜିନିୟରିଂ କଲେଜରେ ରହି ମୁକ୍ତିବାହିନୀଙ୍କୁ ଯୁଦ୍ଧପାଇଁ ତାଲିମଦେବା ସହିତ ବାଂଲାଦେଶ ପୁନଃ ନିର୍ମାଣ କାର୍ଯ୍ୟରେ ନିଜ ରେଜିମେଣ୍ଟର ଅନ୍ୟ ସୈନ୍ୟଙ୍କ ସହିତ ସହଯୋଗ କରିଥିବା ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ପୁରାତନ ସୈନିକମାନଙ୍କ ପାଇଁ ଏହା ଜୀବନର ଏକ ସୁନ୍ଦର ଅନୁଭୁତି। ବାଂଲାଦେଶ ଯୁଦ୍ଧରେ ମୋର ଭୁମିକା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ମୋତେ ସମ୍ମାନୀତ କାରଯାଇଥିଲେ ମଧ୍ୟ ପୁଣିଥରେ ଢାକାକୁ ପରିଦର୍ଶନ କରିବା ମୋର ଏକ ସ୍ୱପ୍ନ ଥିବାବେଳେ ଏହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନଥିବା ପ୍ରକାଶ କରିଛନ୍ତି।

ପ୍ରାୟ ଦୁଇ ଦଶନ୍ଧିିଧରି ସୈନ୍ୟ ବାହିନୀରେ ଦେଶର ସେବା କରିବା ଅବସରରେ ମିଜୋରାମ, ଆସାମ ,ତ୍ରିପୁରା, କାଶ୍ମୀର ଓ ନାଗାଲାଣ୍ଡରେ କାମ କରିବା ପରେ ୧୯୮୯ରେ ଅବସର ପରେ ଏବେ ନିଜ ଗାଁରେ ରହୁଥିବା ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ସେ ୪୦ ହଜାର ଟଙ୍କା ପେନସନ୍‍ ପାଉଥିବା ବେଳେ ନିଜ ସ୍ତ୍ରୀ ଓ ଦୁଇ ପୁଅ ସହିତ ଏଠାରେ ରହୁଥିବା ପ୍ରକାଶ କରିଛନ୍ତି।

19 Dec 2021 By The Sakala

ବାଂଲାଦେଶ ମୁକ୍ତି ସଂଗ୍ରାମକୁ ପୁରିଛି ୫୦ ବର୍ଷ: ଜାଣନ୍ତୁ ଭାରତର ଏହି ବିଜୟରେ ରହିଥିବା ଜଣେ ଜଗତସିଂହପୁରର ବୀର ଯବାନଙ୍କ ଭୂମିକା

ଜଗତସିଂହପୁର:୧୯୭୧ ମସିହାରେ ସଂଗଠିତ ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ ତମ ସୁବର୍ଣ୍ଣର୍ ଜୟନ୍ତୀ ପୂର୍ତ୍ତୀ ଦିବସକୁ ବିଜୟ ଦିବସ ଭାବରେ ସାରାଦେଶରେ ପାଳିତ ହେଉଛି। ଏହି ଯୁଦ୍ଧରେ ଜଗତସିଂହପୁର ଜିଲ୍ଳାର ଜଣେ ବୀର /ଜବାନଙ୍କ ଅପୁର୍ବ ଦେଶଭକ୍ତି ପୂର୍ଣ୍ଣ ତ୍ୟାଗ ଓ ସାହାସ ସ୍ମରଣୀୟ ହୋଇ ରହିଛି। ଯୁଦ୍ଧର ଏହି ଘମାଘଟା ଓ ବିଭିଷିକା ମଧ୍ୟରେ ସେ ନିଜ ରେଜିମେଣ୍ଟର ଅନ୍ୟ ଜବାନଙ୍କ ସହ ମିଶି ଶତ୍ରୁର ମୁକାବିଲା କରିବା ସହିତ ଦେଶକୁ ବିଜୟ ଦେଇଥିଲେ। ଏହି ଯୁଦ୍ଧର ପ୍ରତ୍ୟକ୍ଷଦର୍ଶୀ ଭାବରେ ଏହି ବୀର ଜବାନ ଏବେବି ୭୨ବର୍ଷର୍ ବୟସରେ ଯୁଦ୍ଧର ସେହି ଲୋମହର୍ଷଣକାରୀ କାହାଣୀ ବୟାନ କରନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସୋଗଲ ଗ୍ରାମର ଏହି ଜବାନ ଜଣକ ହେଉଛନ୍ତି ଅବସରପ୍ରାପ୍ତ ସୁବେଦାର କୈଳାସ ଚନ୍ଦ୍ର ବିଶ୍ୱାଳ। ବୟସର ଅପରାହ୍ନରେ ସେ ଅତୀତର ଯୁଦ୍ଧର ଘମାଘଟାକୁ ମନେପକାଇବା ସହିତ ଆଜିିବି ତାଙ୍କ ମନରେ ସେଦିନର ସ୍ମୃତି ଉଜ୍ଜୀବିତ ରହିଥିବା ପ୍ରକାଶ କରିଛନ୍ତି।

୧୯୭୧ ମସିହା ତତ୍କାଳୀନ ପୂର୍ବ ପାକସ୍ତାନ(ବାଂଲାଦେଶ) ରେ ପାକିସ୍ତାନ ସେନା ବର୍ବର ଅତ୍ୟାଚାର ଚଳାଇ ଥାନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ଶରଣାର୍ଥୀ ଜୀବନ ବିକଳରେ ଭାରତରେ ଶରଣ ନେବାକୁ ଛୁଟିଥିବା ବେଳେ , ବାଂଲା ଦେଶ ମୁକ୍ତିବାହିନୀକୁ ସାହାଯ୍ୟ କରିବାକୁ ଭାରତ ସରକାର ଯୁଦ୍ଧ ଘୋଷଣା କରିଥିଲେ। ଭାରତୀୟ ସେନାକୁ ମୁଖ୍ୟତ ବାଂଲାଦେଶ ଓ ପାକିସ୍ତାନ ଉଭୟ ପଟରେ ଯୁଦ୍ଧ କରିବାକୁ ପଡ଼ିଥିଲା। ପାକିସ୍ତାନ ସେନା ସହ ହୋଇଥିବା ଘମାଘୋଟ ଲଢାଇରେ ସୁବେଦାର ଶ୍ରୀ ବିଶ୍ୱାଳ ଯୋଗଦେଇଥିବା ବିହାର ରେଜିମେଣ୍ଟର ସିକ୍ସ ବାଟେଲିୟନ ପକ୍ଷରୁ ପାକିସ୍ତାନର ଅନେକ ଯୁଦ୍ଧ ଗାଡି ଗୁଡିକ ନଷ୍ଟ କରାଯିବା ସହିତ ଅନେକ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା ଓ ବନ୍ଦି କରିଥିଲେ।

ଏ ସମ୍ପର୍କରେ ସୁବେଦାର ଶ୍ରୀ ବିଶ୍ୱାଳ କହନ୍ତି, ଭାରତୀୟ ସେନାରେ ସୋଲଜର ଭାବରେ ୧୯୬୯ରେ ୧୮ ବର୍ଷ ବୟସରେ ଯୋଗ ଦେଇଥିଲି। ଆମେ ୧୯୭୧ ଡିସେମ୍ବର ୧ତାରିଖ ରେ ପୂର୍ବ ପାକିସ୍ତାନରେ ପହଁଚିବା ପାଇଁ ଅଗ୍ରତାଲାଠାରୁ ସୀମା ପାର କରିଥିଲୁ। ୫ ଡିସେମ୍ବରରୁ ୧୦ ଡିସେମ୍ବର ମଧ୍ୟରେ ଆମେ ମିମେନସିଂହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ସୈନ୍ୟଙ୍କ ବିରୋଧରେ ଲଢାଇ କରିଥିଲୁ। ଯେଉଁଠାରେ ଉଭୟପକ୍ଷର ବହୁ ସୈନ୍ୟ ଆହତ ହେବା ସହିତ ମୃତାହତ ମଧ୍ୟ ହୋଇଥିଲେ। ଏହି ସମରରେ ଅନେକ ପାକିସ୍ତାନୀ ସୈନ୍ୟଙ୍କୁ ନିପାତ କରାଯାଇଥିବା ବେଳେ ବିହାର ରେଜିମଣ୍ଟର ଷଷ୍ଠ ବାଟେଲିୟନ ୧୪ ଜଣ ସାହସୀ ସୈନ୍ୟଙ୍କୁ ଏହି ଯୁଦ୍ଧରେ ହରାଇଥିଲା। ମୋ ସହ ଶତ୍ରୁଙ୍କ ବିରୋଧରେ ଯୁଦ୍ଧ କରୁଥିବା ଦୁଇ ଓଡିଆ ଢେଙ୍କାନାଳର ଗୋପବନ୍ଧୁ ରାଉତ ଓ ଗଂଜାମର ଭାସ୍କର ରାଉତ ସହିଦ ହୋଇଥିଲେ।

ଡିସେମ୍ବର ୧୦ରେ ଭାରତୀୟ ସେନ୍ୟ ଓ ବଂଲାଦେଶ ମୁକ୍ତିବାହିନୀ ମିମେନସିଂହ ଜିଲ୍ଲାକୁ ଅକ୍ତାଆର କରିଥିଲେ। ବହୁ ପାକିସ୍ତାନୀ ସୈନ୍ୟ ଏହି ଯୁଦ୍ଧରେ ମୃତାହତ ହେବା ସହିତ ଜୀବିତ ଥିବା ସେନ୍ୟମାନେ ଛତ୍ରଭଙ୍ଗ ଦେଇ ଢାକା ଆଡକୁ ପଳାଇ ଯାଇଥିଲେ ବୋଲି ସୁବେଦାର ଶ୍ରୀ ବିଶ୍ୱାଳ କହିଛନ୍ତି।

୧୬ ଡିସେମ୍ବରରେ ଢାକାରେ ପାକିସ୍ତାନୀ ସୈନ୍ୟଙ୍କ ନିପାତ ପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଆମେ ଢାକା ରାସ୍ତାରେ ନାଚି ନାଚି ବିଜୟର ଖୁସି ମନାଇଥିିଲୁ। ବାଂଲାଦେଶ ପାକିସ୍ତାନ କବଳରୁ ମୂକ୍ତ ହେବାପରେ ଢାକାସ୍ଥିତ ଇଂଜିନିୟରିଂ କଲେଜରେ ରହି ମୁକ୍ତିବାହିନୀଙ୍କୁ ଯୁଦ୍ଧପାଇଁ ତାଲିମଦେବା ସହିତ ବାଂଲାଦେଶ ପୁନଃ ନିର୍ମାଣ କାର୍ଯ୍ୟରେ ନିଜ ରେଜିମେଣ୍ଟର ଅନ୍ୟ ସୈନ୍ୟଙ୍କ ସହିତ ସହଯୋଗ କରିଥିବା ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ପୁରାତନ ସୈନିକମାନଙ୍କ ପାଇଁ ଏହା ଜୀବନର ଏକ ସୁନ୍ଦର ଅନୁଭୁତି। ବାଂଲାଦେଶ ଯୁଦ୍ଧରେ ମୋର ଭୁମିକା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ମୋତେ ସମ୍ମାନୀତ କାରଯାଇଥିଲେ ମଧ୍ୟ ପୁଣିଥରେ ଢାକାକୁ ପରିଦର୍ଶନ କରିବା ମୋର ଏକ ସ୍ୱପ୍ନ ଥିବାବେଳେ ଏହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନଥିବା ପ୍ରକାଶ କରିଛନ୍ତି।

ପ୍ରାୟ ଦୁଇ ଦଶନ୍ଧିିଧରି ସୈନ୍ୟ ବାହିନୀରେ ଦେଶର ସେବା କରିବା ଅବସରରେ ମିଜୋରାମ, ଆସାମ ,ତ୍ରିପୁରା, କାଶ୍ମୀର ଓ ନାଗାଲାଣ୍ଡରେ କାମ କରିବା ପରେ ୧୯୮୯ରେ ଅବସର ପରେ ଏବେ ନିଜ ଗାଁରେ ରହୁଥିବା ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ସେ ୪୦ ହଜାର ଟଙ୍କା ପେନସନ୍‍ ପାଉଥିବା ବେଳେ ନିଜ ସ୍ତ୍ରୀ ଓ ଦୁଇ ପୁଅ ସହିତ ଏଠାରେ ରହୁଥିବା ପ୍ରକାଶ କରିଛନ୍ତି।

https://www.thesakala.in/latest-odisha-news/jagatsinghpur/bangladesh-mukti-sangrama-jagatshinghapur-veer-jawan/article-7733
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର