ଜଗତସିଂହପୁର ଜିଲ୍ଲା ଜଇପୁର ଗାଁରେ ବୟନ ଶିଳ୍ପର ବିକାଶକୁ ଦେଖିବା ପାଇଁ ଦେଶ ବିଦେଶରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ

The Sakala Picture
Published On

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ପର୍ଯ୍ୟଟନର କେତେ ରୂପ। କେଉଁଠି ଜଙ୍ଗଲ, ଜୀବଜନ୍ତୁଙ୍କ ଆକର୍ଷଣ ତ କେଉଁଠି ଐତିହ୍ୟର ଅନୁଭବ ନେବାର ଇଛା। ଲୋକକଳା, କାରିଗରୀର ଆକର୍ଷଣରେ ବି ପର୍ଯ୍ୟଟକ ଛୁଟିଆସନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଇପୁର ଗାଁରେ ବୟନ ଶିଳ୍ପର ବିକାଶକୁ ଦେଖିବା ପାଇଁ ଏବେ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ସରକାର ଏହାକୁ ‘ବୟନ ଗ୍ରାମ’ର ମାନ୍ୟତା ଦେଇଛନ୍ତି। ପାରାଦୀପ ବନ୍ଦର, ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ଏବଂ ଓରମାସ ସହାୟତାରେ […]

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ପର୍ଯ୍ୟଟନର କେତେ ରୂପ। କେଉଁଠି ଜଙ୍ଗଲ, ଜୀବଜନ୍ତୁଙ୍କ ଆକର୍ଷଣ ତ କେଉଁଠି ଐତିହ୍ୟର ଅନୁଭବ ନେବାର ଇଛା। ଲୋକକଳା, କାରିଗରୀର ଆକର୍ଷଣରେ ବି ପର୍ଯ୍ୟଟକ ଛୁଟିଆସନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଇପୁର ଗାଁରେ ବୟନ ଶିଳ୍ପର ବିକାଶକୁ ଦେଖିବା ପାଇଁ ଏବେ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ସରକାର ଏହାକୁ ‘ବୟନ ଗ୍ରାମ’ର ମାନ୍ୟତା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ପାରାଦୀପ ବନ୍ଦର, ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ଏବଂ ଓରମାସ ସହାୟତାରେ ଗାଁର ବୁଣାକାରଙ୍କ ବିକାଶ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ୟଟନ ଭିତ୍ତିଭୂମିର ନିର୍ମାଣ କରାଯାଇଛି। ଗାଁକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଯିବା ପରେ ୯୦ ବୁଣାକାର ପରିବାରର ପ୍ରାୟ ୨୦୦ ମହିଳା ଏହା ଦ୍ୱାରା ଉପକୃତ ହୋଇ ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

୬ଟି ବୁଣାକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ବୟନ ଗ୍ରାମରେ ‘ପ୍ରଡ୍ୟୁସର ଗ୍ରୁପ୍‌‌’ ଗଠିତ ହୋଇଛି। ଏଠାରୁ ପ୍ରସ୍ତୁତ ସାମଗ୍ରୀର ସୁନ୍ଦରତା ଓ ଗୁଣାବତା ସହିତ ସ୍ଥାୟୀତ୍ୱ ପର୍ଯ୍ୟଟକ ଓ ଗ୍ରାହକଙ୍କ ପସନ୍ଦ ଆସୁଛି ବୋଲି ପାର୍ବତୀ ସ୍ୱୟଂ ସହାୟିକା ବୁଣାକାର ଗୋଷ୍ଠୀର ସରସ୍ୱତୀ ପୃଷ୍ଟି, ସନ୍ଧ୍ୟାରାଣୀ ବେହେରା, ପ୍ରତିମା ବେହେରା କହିଛନ୍ତି। ଶାରଳା ମନ୍ଦିରରେ ଦେବୀଙ୍କୁ ପ୍ରଦାନ କରାଯାଉଥିବା ଲାଲ ଓ କଳା ଶାଢୀ ସହିତ ଜଗତସିଂହପୁରର ସ୍ୱତନ୍ତ୍ର ଡିଜାଇନର ବୁଟି ଶାଢୀ, ଗାମୁଛା, ଲୁଙ୍ଗି, ଧୋତି, ଚାଦର, ସାର୍ଟ ଓ ଚୁଡିଦାର କପଡ଼ା, ରୁମାଲ, ବେଡ୍‌‌ସିଟ୍‌‌ ପ୍ରଭୃତି ବୁଣାବୁଣି କରୁଥିବା କହିଛନ୍ତି। ବୁଣାକାର ମହିଳାମାନେ ଦୈନିକ ୨୫୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଉଛନ୍ତି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଏହି ଗାଁର ‘ପାର୍ବତୀଦେବୀ ତନ୍ତବାୟ ସହଯୋଗ ସମିତି ଲିଃ’ର ନିଜସ୍ୱ ବିକ୍ରୟ କେନ୍ଦ୍ର ରହିଛି। ଜଗତସିଂହପୁର ସହରରେ ନିଜସ୍ୱ ଅଳକା ବିକ୍ରୟ କେନ୍ଦ୍ର ରହିଛି। ରାଜ୍ୟ ଓ ଜାତୀୟସ୍ତରୀୟ ପଦର୍ଶନୀରେ ମଧ୍ୟ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି କରିବାର ସୁଯୋଗ ମିଳୁଛି ବୋଲି ମା’ ବିମଳା ସ୍ୱୟଂ ସହାୟିକା ଗୋଷ୍ଠୀର ଜ୍ୟୋତ୍ସ୍ନାରାଣୀ ବେହେରା ଓ ଶୈଳବାଳା ପୃଷ୍ଟି କହିଛନ୍ତି। ବୟନ ଗ୍ରାମର କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଭାବେ ତାଲିମ, ଋଣ ସହାୟତା, ରିହାତି, ତନ୍ତ ସରଞ୍ଜାମ, ବାହାର ରାଜ୍ୟକୁ ପରିଦର୍ଶନ କରାଇବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସାଇରାମ ସ୍ୱୟଂ ସହାୟିକା ଗୋଷ୍ଠୀର ମନୋରମା ସାହୁ ଓ ମମତା ସାହୁ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୟନଜ୍ୟୋତି ଯୋଜନାରେ ବୁଣାକାରଙ୍କୁ ମାଗଣାରେ ଇନଭର୍ଟର ପ୍ରଦାନ କରାଯାଇଥିବା ସେମାନେ କହିଛନ୍ତି। ‘ବୟନ ଗ୍ରାମ’ ହେବା ଦ୍ୱାରା ବୁଣାକାରଙ୍କୁ ଦାଦନ ଖଟିବାକୁ ଯିବାରୁ ରୋକାଯାଇ ପାରିଛି ବୋଲି ବୁଢିକୁଆଁରୀ ସ୍ୱୟଂ ସହାୟିକା ଗୋଷ୍ଠୀର ଉର୍ମିଳା ସାହୁ ଓ ମମତା ପୃଷ୍ଟି କହିଛନ୍ତି।

ଏଠାରେ ‘ଅତିଥି ଦେବ ଭବ’ ଭାବେ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯିବା ସହିତ ସମ୍ପୂର୍ଣ୍ଣ ଗ୍ରାମୀଣ ଓଡିଆ ଖାଦ୍ୟ ପରସା ଯାଉଛି। ପର୍ଯ୍ୟଟକ ହସ୍ତଚାଳିତ ତନ୍ତରେ ବୁଣା ଯାଉଥିବା ବିଭିନ୍ନ ସାମଗ୍ରୀକୁ ଦେଖି ଖୁସି ହେଉଥିବା ବେଳେ ସେମାନଙ୍କୁ ଏଠାରେ ତନ୍ତ ଚଳାଇବାର ନିଆରା ଅନୁଭୂତି ମିଳୁଛି।

16 Apr 2023 By The Sakala

ଜଗତସିଂହପୁର ଜିଲ୍ଲା ଜଇପୁର ଗାଁରେ ବୟନ ଶିଳ୍ପର ବିକାଶକୁ ଦେଖିବା ପାଇଁ ଦେଶ ବିଦେଶରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ପର୍ଯ୍ୟଟନର କେତେ ରୂପ। କେଉଁଠି ଜଙ୍ଗଲ, ଜୀବଜନ୍ତୁଙ୍କ ଆକର୍ଷଣ ତ କେଉଁଠି ଐତିହ୍ୟର ଅନୁଭବ ନେବାର ଇଛା। ଲୋକକଳା, କାରିଗରୀର ଆକର୍ଷଣରେ ବି ପର୍ଯ୍ୟଟକ ଛୁଟିଆସନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଇପୁର ଗାଁରେ ବୟନ ଶିଳ୍ପର ବିକାଶକୁ ଦେଖିବା ପାଇଁ ଏବେ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ସରକାର ଏହାକୁ ‘ବୟନ ଗ୍ରାମ’ର ମାନ୍ୟତା ଦେଇଛନ୍ତି।

ପାରାଦୀପ ବନ୍ଦର, ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ଏବଂ ଓରମାସ ସହାୟତାରେ ଗାଁର ବୁଣାକାରଙ୍କ ବିକାଶ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ୟଟନ ଭିତ୍ତିଭୂମିର ନିର୍ମାଣ କରାଯାଇଛି। ଗାଁକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଯିବା ପରେ ୯୦ ବୁଣାକାର ପରିବାରର ପ୍ରାୟ ୨୦୦ ମହିଳା ଏହା ଦ୍ୱାରା ଉପକୃତ ହୋଇ ଆସୁଛନ୍ତି।

୬ଟି ବୁଣାକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ବୟନ ଗ୍ରାମରେ ‘ପ୍ରଡ୍ୟୁସର ଗ୍ରୁପ୍‌‌’ ଗଠିତ ହୋଇଛି। ଏଠାରୁ ପ୍ରସ୍ତୁତ ସାମଗ୍ରୀର ସୁନ୍ଦରତା ଓ ଗୁଣାବତା ସହିତ ସ୍ଥାୟୀତ୍ୱ ପର୍ଯ୍ୟଟକ ଓ ଗ୍ରାହକଙ୍କ ପସନ୍ଦ ଆସୁଛି ବୋଲି ପାର୍ବତୀ ସ୍ୱୟଂ ସହାୟିକା ବୁଣାକାର ଗୋଷ୍ଠୀର ସରସ୍ୱତୀ ପୃଷ୍ଟି, ସନ୍ଧ୍ୟାରାଣୀ ବେହେରା, ପ୍ରତିମା ବେହେରା କହିଛନ୍ତି। ଶାରଳା ମନ୍ଦିରରେ ଦେବୀଙ୍କୁ ପ୍ରଦାନ କରାଯାଉଥିବା ଲାଲ ଓ କଳା ଶାଢୀ ସହିତ ଜଗତସିଂହପୁରର ସ୍ୱତନ୍ତ୍ର ଡିଜାଇନର ବୁଟି ଶାଢୀ, ଗାମୁଛା, ଲୁଙ୍ଗି, ଧୋତି, ଚାଦର, ସାର୍ଟ ଓ ଚୁଡିଦାର କପଡ଼ା, ରୁମାଲ, ବେଡ୍‌‌ସିଟ୍‌‌ ପ୍ରଭୃତି ବୁଣାବୁଣି କରୁଥିବା କହିଛନ୍ତି। ବୁଣାକାର ମହିଳାମାନେ ଦୈନିକ ୨୫୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଉଛନ୍ତି।

ଏହି ଗାଁର ‘ପାର୍ବତୀଦେବୀ ତନ୍ତବାୟ ସହଯୋଗ ସମିତି ଲିଃ’ର ନିଜସ୍ୱ ବିକ୍ରୟ କେନ୍ଦ୍ର ରହିଛି। ଜଗତସିଂହପୁର ସହରରେ ନିଜସ୍ୱ ଅଳକା ବିକ୍ରୟ କେନ୍ଦ୍ର ରହିଛି। ରାଜ୍ୟ ଓ ଜାତୀୟସ୍ତରୀୟ ପଦର୍ଶନୀରେ ମଧ୍ୟ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି କରିବାର ସୁଯୋଗ ମିଳୁଛି ବୋଲି ମା’ ବିମଳା ସ୍ୱୟଂ ସହାୟିକା ଗୋଷ୍ଠୀର ଜ୍ୟୋତ୍ସ୍ନାରାଣୀ ବେହେରା ଓ ଶୈଳବାଳା ପୃଷ୍ଟି କହିଛନ୍ତି। ବୟନ ଗ୍ରାମର କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଭାବେ ତାଲିମ, ଋଣ ସହାୟତା, ରିହାତି, ତନ୍ତ ସରଞ୍ଜାମ, ବାହାର ରାଜ୍ୟକୁ ପରିଦର୍ଶନ କରାଇବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସାଇରାମ ସ୍ୱୟଂ ସହାୟିକା ଗୋଷ୍ଠୀର ମନୋରମା ସାହୁ ଓ ମମତା ସାହୁ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୟନଜ୍ୟୋତି ଯୋଜନାରେ ବୁଣାକାରଙ୍କୁ ମାଗଣାରେ ଇନଭର୍ଟର ପ୍ରଦାନ କରାଯାଇଥିବା ସେମାନେ କହିଛନ୍ତି। ‘ବୟନ ଗ୍ରାମ’ ହେବା ଦ୍ୱାରା ବୁଣାକାରଙ୍କୁ ଦାଦନ ଖଟିବାକୁ ଯିବାରୁ ରୋକାଯାଇ ପାରିଛି ବୋଲି ବୁଢିକୁଆଁରୀ ସ୍ୱୟଂ ସହାୟିକା ଗୋଷ୍ଠୀର ଉର୍ମିଳା ସାହୁ ଓ ମମତା ପୃଷ୍ଟି କହିଛନ୍ତି।

ଏଠାରେ ‘ଅତିଥି ଦେବ ଭବ’ ଭାବେ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯିବା ସହିତ ସମ୍ପୂର୍ଣ୍ଣ ଗ୍ରାମୀଣ ଓଡିଆ ଖାଦ୍ୟ ପରସା ଯାଉଛି। ପର୍ଯ୍ୟଟକ ହସ୍ତଚାଳିତ ତନ୍ତରେ ବୁଣା ଯାଉଥିବା ବିଭିନ୍ନ ସାମଗ୍ରୀକୁ ଦେଖି ଖୁସି ହେଉଥିବା ବେଳେ ସେମାନଙ୍କୁ ଏଠାରେ ତନ୍ତ ଚଳାଇବାର ନିଆରା ଅନୁଭୂତି ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର