ଦିନରେ ଘୁଷୁରୀ ଚରାଳି, ରାତିରେ ଚୋରି: ଦୁଇ ମାଷ୍ଟର ମାଇଣ୍ଡଙ୍କ ସମେତ ୭ ଗିରଫ

The Sakala Picture
Published On

ଜଗତସିଂହପୁର: ଗତ ୬ମାସ ଧରି ଜଗତସିଂହପୁର ଓ ତିର୍ତୋଲ ପୁଲିସ ଆଖିରୁ ନିଦ ହଜାଇଦେଇଥିବା ଏକ ଦୁର୍ଦ୍ଦାନ୍ତ ଚୋର ଗ୍ୟାଙ୍ଗକୁ ଜଗତସିଂହପୁର ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ପ୍ରାୟ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ୭ଟି ମୋବାଇଲ , ଗୋଟିଏ ବାଇକ ଓ ସ୍କୁଟି ଜବତ ହୋଇଛି । ଗିରଫ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଚୋର ଓ ଦୁଇଜଣ ଚୋରୀ ଜିନିଷର ଜମାକାରୀ ତଥା ଘଟଣାର ମାଷ୍ଟର ମାଇଣ୍ଡ […]

ଜଗତସିଂହପୁର: ଗତ ୬ମାସ ଧରି ଜଗତସିଂହପୁର ଓ ତିର୍ତୋଲ ପୁଲିସ ଆଖିରୁ ନିଦ ହଜାଇଦେଇଥିବା ଏକ ଦୁର୍ଦ୍ଦାନ୍ତ ଚୋର ଗ୍ୟାଙ୍ଗକୁ ଜଗତସିଂହପୁର ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ପ୍ରାୟ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ୭ଟି ମୋବାଇଲ , ଗୋଟିଏ ବାଇକ ଓ ସ୍କୁଟି ଜବତ ହୋଇଛି । ଗିରଫ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଚୋର ଓ ଦୁଇଜଣ ଚୋରୀ ଜିନିଷର ଜମାକାରୀ ତଥା ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସ ସୂଚନାରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଗତ ୬ମାସ ମଧ୍ୟରେ ପ୍ରଥମେ ତିର୍ତୋଲ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ନିୟମିତ ଚୋରୀ ହେଉଥିଲା । ପରେ ଏହି ଚୋରୀ ଜଗତସିଂହପୁର ଥାନା ଅଞ୍ଚଳ ସମେତ ସୁଦୂର ବିରିଡି ଅଂଚଳରେ ମଧ୍ୟ ଦେଖିବାକୁ ମିଳିଥିଲା । ଲଗାଦାର ଚୋରୀ ହେବା ପରେ ପୁଲିସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ଏପରକି ଜଗତସିଂହପୁର ଥାନା ଅଧିନ ଓହଳ , ଖେରସ, ପଲ୍ଲି, ମୁଣ୍ଡିଲୋ ଓ ପିତେଇପୁରରେ ଏହି ଚୋରୀ ହେବାପରେ ପୁଲିସ ସଜାଗ ହେବା ସହିତ ଚୋରଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଏଥିପାଇଁ ରାତିରେ ପେଟ୍ରୋଲିଂକୁ ଯୋରଦାର କରାଯିବା ସହିତ ଘଟଣା ଉପରେ କଡା ନଜର ରଖାଯାଇଥିଲା । ଏହି ଚୋରୀରେ ତିର୍ତୋଲ ଅଂଚଳର ଘୁଷୁୁରିଆ କେଳାମାନେ ସଂପୃକ୍ତ ରହିଥିବା ପୁଲିସକୁ ସୂଚନା ମିଳିବା ପରେ କେଳା ବସ୍ତିର ମୁଖିଆଙ୍କ ସମେତ କେତେକଙ୍କୁ ଡାକି ପୁଲିସ ପକ୍ଷରୁ ପଚରା ଉଚରା କରାଯାଇଥିଲା । ଏଥିରୁ ଚେରୀ ଘଟଣାରେ କେତେକ ସଂପୃକ୍ତ ଥିବା ସଂପର୍କରେ ସୂଚନା ମିଳିବା ପରେ ପୁଲିସ ସେମାନଙ୍କୁ ଆଣି ପଚରା ଉଚରା କରିଥିଲା । ଏହି ଘଟଣାରେ କେନ୍ଦ୍ରାପଡା ଓ ଜଗତସିଂହପୁରର ମୋଟ ୫ ଜଣଙ୍କୁ ଗିରଫ କରାଯିବା ପରେ ସେମାନେ ଥାନାରେ ନିଜ ଦୋଷ ସ୍ୱିକାର କରିଥିଲେ । ସେହିପରି ଏଥି ସହିତ ଦୁଇଜଣ ଜମାକାରୀ ବା ଚୋରୀ ଘଟଣାର ମାଷ୍ଟର ମାଇଣ୍ଡ ସଂପର୍କରେ ମଧ୍ୟ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସେମାନଙ୍କୁ ମଧ୍ୟ ଗିରଫ କରିବା ସହିତ ଜମାକାରୀଙ୍କ ଦ୍ୱାରା ବ୍ୟାଙ୍କରେ ଜମା କରାଯାଇଥିବା ଚୋରୀ ଅଳଙ୍କାରକୁ ଉଦ୍ଧାର କରିଥିଲା ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ପୁଲିସ ସୂଚନା ଅନୁଯାୟୀ, ଏହି ଚୋର ମାନଙ୍କ କାର୍ଯ୍ୟକଳାପ ଅତି ଚତୁରତା ପୂର୍ଣ୍ଣ ଓ ସୁଚିନ୍ତିତ ଯୋଜନା ଅନୁସାରେ ହେଉଥିିଲା। ଏମାନେ ଦିନରେ ସ୍ଥାନୀୟ ଅଞ୍ଚଳରେ ଘୁଷୂରି ଚରାଳି ଭାବରେ ନିଜର ଘୁଷୁରୀ ଚରାଉଥିଲେ । ଏହି ସମୟରେ କେଉଁ ଘରେ ଚୋରି କରାଯାଇ ପାରିବ ସେ ସଂପର୍କରେ ତଥ୍ୟ ସଂଗ୍ରହ କରୁଥିଲେ। ସବୁବେଳେ ସେମାନେ ଗାଁ ବାହାରକୁ ଉଠିଆସିଥିବା ଗୋଟିକିଆ ଘର, ଗାଁର ଶେଷ ମୁଣ୍ଡରେ ରହିଥିବା ଘର କିମ୍ବା ଅନ୍ୟ ଘର ଠାରୁ କିଛି ଦୂରତା ଥିବା ଘରକୁ ଚୋରୀ ପାଇଁ ଟାର୍ଗେଟ କରୁଥିଲେ । ତେବେ ଏଥିପାଇଁ ସେମାନେ ଭଲ ଚଳଣି ଥିବା ଧନୀ ଲୋକ ଓ ଟଙ୍କା ସୁନା ମିଳିବାର ସଂମ୍ଭାବନା ଥିବା ଘରକୁ ସ୍ଥିର କରୁଥିଲେ ।

ଲୁହା ରଡରେ ରାତିରେ ଗେଟର ତାଲା ଓ ଘରର କବାଟ ଭାଂଗି ଘରେ ପଶି ଚୋରୀ କରୁଥିଲେ। ମଧ୍ୟ ରାତ୍ରିରେ ଚୋରି କରିବା ସମୟରେ ଯଦି ଘରର କେହି ଉଠି ପଡୁଥିଲା ତେବେ ଏମାନଙ୍କ କବଳରୁ ସେ ରକ୍ଷା ପାଇପାରୁନଥିଲା। ଏପରିକି ଏମାନେ ନିଦରୁ ଉଠୁଥିବା ଘରର ଅତି ବୟସ୍କ ମହିଳା , ଯୁବତୀ ,ବୃଦ୍ଧ ବ୍ୟକ୍ତିଙ୍କୁ ନିର୍ଦ୍ଦୟ ଭାବରେ ନିସ୍ତୁକ ମାଡ ମାରି ଆହତ କରୁଥିଲେ। ଶେଷରେ ଘରେ କଳାକନା ବୁଲାଇବା ସହିତ ସାଙ୍ଗରେ ନେଇଥିବା ସ୍କୁଟି ଓ ବାଇକରେ ଚୋରୀ ଜିନିଷ ଲଦି ଘଟଣା ସ୍ଥଳରୁ ଫେରାର ହୋଇ ଯାଉଥିଲେ । ସେହିପରି ସେମାନେ ଚୋରୀ ଟଙ୍କାକୁ ନିଜ ମଧ୍ୟରେ ବଂଟି ନେଉଥିବା ସମୟରେ ଚୋରୀ ଅଳଙ୍କାର କେଉଁଠି ବିକ୍ରି କରିବାର ଅସୁବିଧାକୁ ଏଡାଇବାକୁ ଘରୋଇ ବ୍ୟାଙ୍କରେ ଦୁଇ ଜାମାକାରୀଙ୍କ ମାଧ୍ୟମରେ ଜମା ଦେଉଥିଲେ। ମାଛ ବେପାର କରୁଥିବା ବସନ୍ତ ଗୁରୁ ଓ ସଂଜୟ ଦାସ ଏଥିପାଇଁ ସେମାନଙ୍କୁ ସବୁବେଳେ ସହଯୋଗ କରୁଥିଲେ । ତେବେ ଏହି ଚୋରୀ ଟଙ୍କାରେ ଅଭିଯୁକ୍ତ ମାନେ ମଦ ମାଂସ ଖାଇବା ସହିତ ବାଇକ ଓ ସ୍କୁଟି ଚଢି ଅୟସ କରୁଥିବା ସଂପର୍କରେ ପୁଲିସକୁ ସୂଚନା ମିଳିଛିି।

ଏ ସଂପର୍କରେ ଜଗତସିଂହପୁର ଥାନାରେ କେସ ନଂ – ୫୨/୨୦୨୩ ଦଫା ୪୫୭ , ୩୮୦ ଆଇପିସିରେ ରୁଜୁ ହେବା ସହିତ , ତିର୍ତୋଲ ଥାନା ଅନ୍ତର୍ଗତ ଗୁଣ୍ଠିଲୋର ସନାତନ ଦାସଙ୍କ ପୁଅ ବିଜୁ ଦାସ (୨୭), ଶ୍ରଧର ଦାସଙ୍କ ପୁଅ ମିନୁଆ ଦାସ (୨୦), ସନାତାନ ଦାସଙ୍କ ପୁଅ ସୁଜୁ ଦାସ (୨୦), କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର କୈଳାସ ଦାସଙ୍କ ପୁଅ ଗୈାତମ ଦାସ (୩୭) , କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡଝରିଆ ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁଅ ରଂଜିତ ଦାସ (୨୨), ଜଗତସିଂହପୁର ଥାନା ଖେରସର ମୀନ ଗୁରୁଙ୍କ ପୁଅ ବସନ୍ତ ଗୁରୁ (୫୦) ଓ ବାଲିକୁଦା ଥାନା ବାଖରାବାଦର ଚଗଲି ଦାସଙ୍କ ପୁଅ ସଂଜୟ ଦାସ (୪୧) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାଂସୁ ଶେଖର ପରିଡା ସୂଚନା ପ୍ରଦାନ କରିଛନ୍ତି ।

ଅଭିଯୁକ୍ତ ମାନଙ୍କ ଠାରୁ ଜବତ ପ୍ରାୟ ୧୦୦ ଗ୍ରାମ ଚୋରୀ ସୁନା ଅଳଙ୍କାର ମଧ୍ୟରେ ଦୁଇଟି ସୁନାହାର, ଚାରିଟି ସୁନା ଚେନ , ସୁନା କାନଫୁଲ ୮ହଳ, ୧୫ଟି ସୁନା ମୁଦି, ସେହିପରି ୭ଟି ମୋବାଇଲ ଫୋନ, ଗୋଟିଏ ଛୁରୀ , ବାଡି , ଲୁହାରଡ , କଟୁରୀ , ଗୋଟିଏ ନୀଳ ରଂଗର ସ୍କୁଟି , ଗୋଟିଏ ନୀଳ ଓ କଳା ରଙ୍ଗ ୃର ପଲସର ଗାଡିକୁ ଜବତ କରାଯାଇଥିବା ଥାନ ଅଧିକାରୀ ଶ୍ରୀ ପରିଡାଙ୍କ ଠାରୁ ସୂଚନା ମିଳିଛି ।

06 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର