ପାରାଦୀପ ସମୁଦ୍ରରେ ମାଛଧରା ଟ୍ରଲର ନିଖୋଜ, ମିଳୁନି ୧୩ ମତ୍ସ୍ୟଜୀବୀଙ୍କ ପତ୍ତା
ପାରାଦୀପ: ପାରାଦୀପରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଦୁଇଟି ଟ୍ରଲର ନିଖୋଜ। ଦୁଇଟି ବୋଟରେ ରହିଥିଲେ ୧୩ ଜଣ ମତ୍ସ୍ୟଜୀବୀ। ଗତ ୪ଦିନ ହେଲା ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଏକ ଚିଠି ଲେଖିଛନ୍ତି। ସୂଚନା ଅନୁଯାୟୀ, ଦେବୀ ଲକ୍ଷ୍ମୀ ଓ କିନାରା ନାମକ ଦୁଇଟି ବୋଟ ୮ ତାରିଖରେ ମାଛ ଧରିବାକୁ ଯାଇଥିଲେ। ତେବେ […]
ପାରାଦୀପ: ପାରାଦୀପରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଦୁଇଟି ଟ୍ରଲର ନିଖୋଜ। ଦୁଇଟି ବୋଟରେ ରହିଥିଲେ ୧୩ ଜଣ ମତ୍ସ୍ୟଜୀବୀ। ଗତ ୪ଦିନ ହେଲା ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଏକ ଚିଠି ଲେଖିଛନ୍ତି।
ସୂଚନା ଅନୁଯାୟୀ, ଦେବୀ ଲକ୍ଷ୍ମୀ ଓ କିନାରା ନାମକ ଦୁଇଟି ବୋଟ ୮ ତାରିଖରେ ମାଛ ଧରିବାକୁ ଯାଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ଉଭୟ ମାଲିକ ଟ୍ରଲର୍ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା। ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳି ନଥିଲା। ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ। ତେବେ ଖବର ଜଣାପଡିବା ପରେ କୋଷ୍ଟଗାର୍ଡକୁ ଚିଠି ଲେଖି ସହାୟତା ମାଗିଛି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।