ନାବାଳକ ଛାତ୍ରକୁ ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗ, ରାଜ୍ୟ ମାନବାଧିକାର କମିଶନ୍‌ଙ୍କ ନିକଟରେ ଫେରାଦ୍‌

Madhusudan Das Picture
Published On

ଜଗତସିଂହପୁର: ନାବାଳକ ଛାତ୍ରକୁ ପୁଲିସର ଥାର୍ଡ ଡିଗ୍ରି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ପୁଲିସ ବିରୋଧରେ । ଥାନା ଭିତରେ ଜଣେ ନାବାଳକ ଓ ତା’ର ମା’କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ଚୋରି ଏବଂ ବେଆଇନ୍ ବନ୍ଧୁକ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସଦର ପୁଲିସ, ସଂପୃକ୍ତ ବ୍ୟକ୍ତିଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକ ପୁଅକୁ ସ୍କୁଲରୁ ଡକାଇ ପୁଲିସ ବେଲ୍ଟ ଓ ଜୋତାରେ ମାଡ଼ ମାରି ଆହତ କରିବା ସହ ତାଙ୍କ ମା’ଙ୍କୁ ମଧ୍ୟ ମାଡ଼ ମାରିଥିବା ନେଇ ମାନବାଧିକାର କମିଶନର ଓ ପୋଲିସ ଡିଜିଙ୍କୁ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିପିଓ।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ବାସ ନେଲା ଜୀବନ: ଗୁପ୍ତଧନ ଖୋଜିବାବେଳେ ମାଟି ତଳେ ପୋତି ହୋଇ ଘର ମାଲିକ ମୃତ

Join Us @ WhatsApp

About The Author

Google News
Join Us @ WhatsApp