ରାତିଅଧିଆ ଏସ୍ଆଇଙ୍କୁ ବଦଳି : ଆଇପିଏସ୍ ଘରୁ ଚୋରିର ତଦନ୍ତ ନ କରିବା ମହଙ୍ଗା ପଡ଼ିଲା

The Sakala Picture
Published On

ଭୁବନେଶ୍ୱର : ଭରତପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ଆଇପିଏସ୍ ଘରୁ ଚୋରି ମାମଲାର ତଦନ୍ତ ଠିକ୍ ଭାବରେ ନ କରି ଡିସିପିଙ୍କୁ ମିଛ ରିପୋର୍ଟ ଦେବା। ଭରତପୁର ଥାନାର ଏସ୍‌ଆଇ ମାନସ ରଞ୍ଜନ ମଲ୍ଲିକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ରାତିଅଧୂଆ ଡିସିପି ଅଫିସକୁ ବଦଳି କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଏହାସହ କିଭଳି ଭାବେ ଏସ୍‌ଆଇ ମିଛ ରିପୋର୍ଟ ଦେଲେ ଏହାର ତଦନ୍ତ କରିବା ପାଇଁ ଏସିପିଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି। […]

ଭୁବନେଶ୍ୱର : ଭରତପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ଆଇପିଏସ୍ ଘରୁ ଚୋରି ମାମଲାର ତଦନ୍ତ ଠିକ୍ ଭାବରେ ନ କରି ଡିସିପିଙ୍କୁ ମିଛ ରିପୋର୍ଟ ଦେବା। ଭରତପୁର ଥାନାର ଏସ୍‌ଆଇ ମାନସ ରଞ୍ଜନ ମଲ୍ଲିକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ରାତିଅଧୂଆ ଡିସିପି ଅଫିସକୁ ବଦଳି କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଏହାସହ କିଭଳି ଭାବେ ଏସ୍‌ଆଇ ମିଛ ରିପୋର୍ଟ ଦେଲେ ଏହାର ତଦନ୍ତ କରିବା ପାଇଁ ଏସିପିଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତ ସପ୍ତାହରେ ଭରତପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ଆଇପିଏସ୍‌ଙ୍କ ଘରୁ ଚୋରି ହୋଇଥିଲା । ସେ ଏନେଇ ଥାନାରେ ଜଣାଇବା ପରେ ଏହାକୁ ତଦନ୍ତ କରିବା ପାଇଁ ଏସ୍‌ଆଇ ମାନସ ରଞ୍ଜନଙ୍କୁ ଦାୟିତ୍ଵ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ହେଲେ ସେ ଏହାକୁ ଖାମଖିଆଲିଭାବେ ନେଇ ଘଟଣା ସ୍ଥଳକୁ ଯାଇ ନ ଥିଲେ। ଏପରିକି ଡିସିପି ତାଙ୍କୁ ଏହି ମାମଲା ବିଷୟରେ ପଚାରିବାରୁ ସେ ଏହାକୁ ସାଧାରଣ ଚୋରି ଭାବେ କହିଥିଲେ । କିନ୍ତୁ ଆଇପିଏସ୍ ଜଣଙ୍କ ଡିସିପିଙ୍କ ସହ ସିଧାସଳଖ କଥା ହୋଇ ତାଙ୍କ ଘରୁ କ’ଣ ଚୋରି ହୋଇଛି ସବୁ କଥା କହିଥିଲେ। ଏହାପରେ ଡିସିପି ଏସ୍‌ଆଇ ମାନସଙ୍କୁ ତାଙ୍କୁ ଏହି ଚୋରିର ତଦନ୍ତ ରିପୋର୍ଟ ମାଗିଥିଲେ। ହେଲେ ମାନସ ଘଟଣାସ୍ଥଳକୁ ନ ଯାଇ ମିଛ ରିପୋର୍ଟ ପ୍ରସ୍ତୁତ କରି ଡିସିପିଙ୍କୁ ଦେଇଥିଲେ। ଡିସିପି ଏହା ଜାଣିବା ପରେ ରାତିଅଧିଆ ମାନସକୁ ବଦଳି କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ

02 Oct 2021 By The Sakala

ରାତିଅଧିଆ ଏସ୍ଆଇଙ୍କୁ ବଦଳି : ଆଇପିଏସ୍ ଘରୁ ଚୋରିର ତଦନ୍ତ ନ କରିବା ମହଙ୍ଗା ପଡ଼ିଲା

ଭୁବନେଶ୍ୱର : ଭରତପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ଆଇପିଏସ୍ ଘରୁ ଚୋରି ମାମଲାର ତଦନ୍ତ ଠିକ୍ ଭାବରେ ନ କରି ଡିସିପିଙ୍କୁ ମିଛ ରିପୋର୍ଟ ଦେବା। ଭରତପୁର ଥାନାର ଏସ୍‌ଆଇ ମାନସ ରଞ୍ଜନ ମଲ୍ଲିକଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ରାତିଅଧୂଆ ଡିସିପି ଅଫିସକୁ ବଦଳି କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଏହାସହ କିଭଳି ଭାବେ ଏସ୍‌ଆଇ ମିଛ ରିପୋର୍ଟ ଦେଲେ ଏହାର ତଦନ୍ତ କରିବା ପାଇଁ ଏସିପିଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତ ସପ୍ତାହରେ ଭରତପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ଆଇପିଏସ୍‌ଙ୍କ ଘରୁ ଚୋରି ହୋଇଥିଲା । ସେ ଏନେଇ ଥାନାରେ ଜଣାଇବା ପରେ ଏହାକୁ ତଦନ୍ତ କରିବା ପାଇଁ ଏସ୍‌ଆଇ ମାନସ ରଞ୍ଜନଙ୍କୁ ଦାୟିତ୍ଵ ଦିଆଯାଇଥିଲା।

ହେଲେ ସେ ଏହାକୁ ଖାମଖିଆଲିଭାବେ ନେଇ ଘଟଣା ସ୍ଥଳକୁ ଯାଇ ନ ଥିଲେ। ଏପରିକି ଡିସିପି ତାଙ୍କୁ ଏହି ମାମଲା ବିଷୟରେ ପଚାରିବାରୁ ସେ ଏହାକୁ ସାଧାରଣ ଚୋରି ଭାବେ କହିଥିଲେ । କିନ୍ତୁ ଆଇପିଏସ୍ ଜଣଙ୍କ ଡିସିପିଙ୍କ ସହ ସିଧାସଳଖ କଥା ହୋଇ ତାଙ୍କ ଘରୁ କ’ଣ ଚୋରି ହୋଇଛି ସବୁ କଥା କହିଥିଲେ। ଏହାପରେ ଡିସିପି ଏସ୍‌ଆଇ ମାନସଙ୍କୁ ତାଙ୍କୁ ଏହି ଚୋରିର ତଦନ୍ତ ରିପୋର୍ଟ ମାଗିଥିଲେ। ହେଲେ ମାନସ ଘଟଣାସ୍ଥଳକୁ ନ ଯାଇ ମିଛ ରିପୋର୍ଟ ପ୍ରସ୍ତୁତ କରି ଡିସିପିଙ୍କୁ ଦେଇଥିଲେ। ଡିସିପି ଏହା ଜାଣିବା ପରେ ରାତିଅଧିଆ ମାନସକୁ ବଦଳି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର