ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

୧୦୬ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ପ୍ରତିଷ୍ଠା ହେବ ବିଶାଳ ପ୍ଲାଷ୍ଟିକ ପାର୍କ

The Sakala Picture
Published On

ଭୁବନେଶ୍ବର : ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏନେଇ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ । ଏହି ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ […]

ଭୁବନେଶ୍ବର : ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏନେଇ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଏହି ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଭାରତରେ ପ୍ରଥମ । ଏହି ପ୍ଲାଷ୍ଟିକ୍ ପାର୍କରେ ପାରାଦୀପ ବିଶୋଧନାଗାରରେ କମ୍ପ୍ଲେକ୍ସରୁ ଉତ୍ପାଦିତ ପଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯିବ । ଏହି ପ୍ଲାଷ୍ଟିକ୍ ପାର୍କ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏବେ ପ୍ଲାଷ୍ଟିକ ପାର୍କ ହେଲେ ପ୍ଲାଷ୍ଟିକ ଆମଦାନି ବହୁମାତ୍ରାରେ କମିବ । ବିଶେଷ କରି ଏଠାରେ ସିମେଣ୍ଟ ବ୍ୟାଗ ଅନ୍ୟାନ୍ୟ ଘରୋଇ ପ୍ଲାଷ୍ଟିକ ସାମଗ୍ରୀ ସହିତ ଟେକ୍ସଟାଇଲ ଶିଳ୍ପ ମଧ୍ୟ ଗଢ଼ି ଉଠିବ । ପ୍ଲାଷ୍ଟିକ ଶିଳ୍ପରେ ମନୋ ନିବେଶ କରିବାକୁ ଚାହୁଁଥିବା ଓଡ଼ିଆ ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇପାରିବ । ଓଡ଼ିଆ ଶିଳ୍ପୋଦ୍ୟୋଗୀଙ୍କୁ ଟନ ପିଛା ୨ ହଜାର ଟଙ୍କା ଶସ୍ତାରେ କଞ୍ଚାମାଲ ଯୋଗାଇବ ଇଣ୍ଡିଆନ ଅଏଲ ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲଜ୍ଜ୍ୟା; ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

ଆଇଓସିଏଲ-ଇଡକୋ ମଧ୍ୟରେ ପାରାଦୀପରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଏମଓୟୁ ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ପାରାଦୀପ ପ୍ଲାଷ୍ଟିକ ପାର୍କ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଇସିଓଏଲର ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ ପ୍ରକଳ୍ପ ଲାଗି ସମସ୍ତ ସହଯୋଗ ରାଜ୍ୟ ଯୋଗାଇ ଦିଆଯିବ । ଡାଉନ୍ ଷ୍ଟ୍ରିମ୍ ପଲିମରକୁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭଲ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେବଳ ପ୍ଲାଷ୍ଟିକ ନୁହେଁ, ରାଜ୍ୟରେ ପେଟ୍ରୋକେମିକାଲ୍‌ ଶିଳ୍ପର ବିକାଶ ପାଇଁ ମଧ୍ୟ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ ଅଏଲ ରାଜ୍ୟରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଜାରି ରଖିଛି । ଏବେ ବିଶୋଧନାଗାରର ଉତ୍ପାଦନ କ୍ଷମତା ୨୫ ମିଲିୟନ ଟନକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

09 Mar 2021 By The Sakala

୧୦୬ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ପ୍ରତିଷ୍ଠା ହେବ ବିଶାଳ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ବର : ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏନେଇ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ ।

ଏହି ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଭାରତରେ ପ୍ରଥମ । ଏହି ପ୍ଲାଷ୍ଟିକ୍ ପାର୍କରେ ପାରାଦୀପ ବିଶୋଧନାଗାରରେ କମ୍ପ୍ଲେକ୍ସରୁ ଉତ୍ପାଦିତ ପଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯିବ । ଏହି ପ୍ଲାଷ୍ଟିକ୍ ପାର୍କ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏବେ ପ୍ଲାଷ୍ଟିକ ପାର୍କ ହେଲେ ପ୍ଲାଷ୍ଟିକ ଆମଦାନି ବହୁମାତ୍ରାରେ କମିବ । ବିଶେଷ କରି ଏଠାରେ ସିମେଣ୍ଟ ବ୍ୟାଗ ଅନ୍ୟାନ୍ୟ ଘରୋଇ ପ୍ଲାଷ୍ଟିକ ସାମଗ୍ରୀ ସହିତ ଟେକ୍ସଟାଇଲ ଶିଳ୍ପ ମଧ୍ୟ ଗଢ଼ି ଉଠିବ । ପ୍ଲାଷ୍ଟିକ ଶିଳ୍ପରେ ମନୋ ନିବେଶ କରିବାକୁ ଚାହୁଁଥିବା ଓଡ଼ିଆ ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇପାରିବ । ଓଡ଼ିଆ ଶିଳ୍ପୋଦ୍ୟୋଗୀଙ୍କୁ ଟନ ପିଛା ୨ ହଜାର ଟଙ୍କା ଶସ୍ତାରେ କଞ୍ଚାମାଲ ଯୋଗାଇବ ଇଣ୍ଡିଆନ ଅଏଲ ।

ଆଇଓସିଏଲ-ଇଡକୋ ମଧ୍ୟରେ ପାରାଦୀପରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଏମଓୟୁ ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ପାରାଦୀପ ପ୍ଲାଷ୍ଟିକ ପାର୍କ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଇସିଓଏଲର ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ ପ୍ରକଳ୍ପ ଲାଗି ସମସ୍ତ ସହଯୋଗ ରାଜ୍ୟ ଯୋଗାଇ ଦିଆଯିବ । ଡାଉନ୍ ଷ୍ଟ୍ରିମ୍ ପଲିମରକୁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭଲ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେବଳ ପ୍ଲାଷ୍ଟିକ ନୁହେଁ, ରାଜ୍ୟରେ ପେଟ୍ରୋକେମିକାଲ୍‌ ଶିଳ୍ପର ବିକାଶ ପାଇଁ ମଧ୍ୟ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ ଅଏଲ ରାଜ୍ୟରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଜାରି ରଖିଛି । ଏବେ ବିଶୋଧନାଗାରର ଉତ୍ପାଦନ କ୍ଷମତା ୨୫ ମିଲିୟନ ଟନକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର