ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ

The Sakala Picture
Published On

ଭୁବନେଶ୍ବର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପ୍‌ର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ ସାବିତ୍ରୀ ଜିନ୍ଦଲଙ୍କୁ ଏହି ପୁରସ୍କାର ଅନଲାଇନରେ ପ୍ରଦାନ କରାଯାଇଛି । ଏହି […]

ଭୁବନେଶ୍ବର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପ୍‌ର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ ସାବିତ୍ରୀ ଜିନ୍ଦଲଙ୍କୁ ଏହି ପୁରସ୍କାର ଅନଲାଇନରେ ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

ଏହି ଅବସରରେ ସାବିତ୍ରୀ ଜିନ୍ଦଲ ଏହି ଅନ୍ତର୍ଜାତୀୟ ସମ୍ମାନକୁ ମହିଳା ଜଗତକୁ ଏହି ସମ୍ମାନକୁ ଉତ୍ସର୍ଗ କରି କହିଛନ୍ତି ଯେ, ଝିଅମାନଙ୍କୁ ଶିକ୍ଷିତ ତଥା ସମର୍ଥ କରିବା ପାଇଁ ସେ ସଂକଳ୍ପବଦ୍ଧ । ଝିଅମାନେ ଦକ୍ଷତାର ସହ ଦେଶ ସେବା କରିବା ପାଇଁ ସମାନ ସୁଯୋଗ ପାଇବା ଉଚିତ୍ ବୋଲି ତାଙ୍କର ସ୍ବପ୍ନ ରହିଛି । ଏବେ ଏକ ପରିବର୍ତ୍ତନ ଆସିଛି ଏବଂ ଝିଅମାନେ ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଉଛନ୍ତି । ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ସେମାନଙ୍କୁ ସମାନ ସୁଯୋଗ ମିଳିଛି । ଏହା ଅତ୍ୟନ୍ତ ଆନନ୍ଦ ଦାୟକ ବିଷୟ ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ: ୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍କାମ୍: ସଡକ ଓ ଗୃହ ନିର୍ମାଣ ବିଭାଗର ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ଏହାସହ ସେ କହିଛନ୍ତି ଯେ, ସେ ଜଣେ ସାଧାରଣ ଗୃହିଣୀ ଥିଲେ ଏବଂ ତାଙ୍କ ପରିବାରର ଯତ୍ନ ନେଉଥିଲେ । କିନ୍ତୁ ହଠାତ୍ ଓପି ଜିନ୍ଦଲଙ୍କର ବିୟୋଗ ହେବାରୁ ତାଙ୍କୁ ଆଗକୁ ଆସିବାକୁ ପଡିଲା । ଗରିବ, କୃଷକ, ଶ୍ରମିକ, ଯୁବକ ଓ ମହିଳାଙ୍କ ଉନ୍ନତି ପାଇଁ ଓପି ଜିନ୍ଦଲଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେ ସାମାଜିକ ସେବା କ୍ଷେତ୍ରରେ ଆସିଥିଲେ । ଏବଂ ଶେଷ ନିଶ୍ବାସ ଥିବା ପର୍ୟ୍ୟନ୍ତ ସାଧାରଣ ଲୋକଙ୍କ ସେବା ପାଇଁ ସମର୍ପିତ ରହିବେ ବୋଲି କହିଛନ୍ତି ସାବିତ୍ରୀ ଜିନ୍ଦଲ ।

ଏହି ଅବସରରେ ସେ ଏସିଆ ୱାନ ପତ୍ରିକାର ଗ୍ଲୋବାଲ ମୁଖ୍ୟଙ୍କୁ ଧନ୍ୟବାଦ ଦେବା ସହ ସାମ୍ବାଦିକତା ମାଧ୍ୟମରେ ଏସିଆ ୱାନ ପତ୍ରିକା ସମାଜକୁ ବିକାଶର ନୂତନ ଆଲୋକ ଦେଖାଇବା ଉଚିତ ବୋଲି କହିଥିଲେ । ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ମୁଖତାର ଆବାସ ନକଭି, ଗଜେନ୍ଦ୍ର ସିଂ ଶେଖାଓ୍ବତ, କିରନ ରିଜିଜୁ, ଡକ୍ଟର ରାମଦାସ ଅଠାୱାଲେ, ସାଧବୀ ନିରଞ୍ଜନ ଜ୍ୟୋତି, ସାଂସଦ ଗୌତମ ଗମ୍ଭୀର, ମନୋଜ ତିୱାରୀ, ହଂସରାଜ ହଂସ, ରବି କିଶନ ଏବଂ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର, ନିରଂଜନ ହିରାନନ୍ଦାନୀ, ଆଶିଷ କୁମାର ଚୌହାନ, ଅନନ୍ତ ଗୋଏଙ୍କା, ଋଷବ ମାରିୱାଲା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର