ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର । ରାଜଧାନୀ ଭୁବନେଶ୍ବରର ବଡଗଡରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଦୀପକ କୁମାରକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ । ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ […]

ଭୁବନେଶ୍ବର: ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର । ରାଜଧାନୀ ଭୁବନେଶ୍ବରର ବଡଗଡରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଦୀପକ କୁମାରକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ । ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ହୋଇଥିଲା ମୁହାଁମୁହିଁ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସକୁ ଦେଖି ଗୁଳି ଚଳାଇଥିଲା ଦୀପକ । ପାଲଟା ଜବାବରେ ପୋଲିସ ଦୀପକଙ୍କୁ ଏନକାଉଣ୍ଟର କରିଛି । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଛି । ଏହାପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଦୀପକଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

09 Mar 2025 By The Sakala

ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର

ଭୁବନେଶ୍ବର: ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର । ରାଜଧାନୀ ଭୁବନେଶ୍ବରର ବଡଗଡରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଦୀପକ କୁମାରକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ । ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ହୋଇଥିଲା ମୁହାଁମୁହିଁ ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସକୁ ଦେଖି ଗୁଳି ଚଳାଇଥିଲା ଦୀପକ । ପାଲଟା ଜବାବରେ ପୋଲିସ ଦୀପକଙ୍କୁ ଏନକାଉଣ୍ଟର କରିଛି । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଛି । ଏହାପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଦୀପକଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର