ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

The Sakala Picture
Published On

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପଶି ଅସନ୍ତୁଷ୍ଟ ଗୋଷ୍ଠୀ  କାଳିମାଡ଼ କରିଥିବା ଜଣାପଡ଼ିଛି। ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା । କାଳିମାଡ଼ରେ ଦବିଯିବିନି ବୋଲି ଶରତ କହିଛନ୍ତି। ଏହା ମୋ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ […]

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପଶି ଅସନ୍ତୁଷ୍ଟ ଗୋଷ୍ଠୀ  କାଳିମାଡ଼ କରିଥିବା ଜଣାପଡ଼ିଛି। ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

କାଳିମାଡ଼ରେ ଦବିଯିବିନି ବୋଲି ଶରତ କହିଛନ୍ତି। ଏହା ମୋ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି।  କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। ଏମିତି କେତେ ଆସିଛନ୍ତି, ଯାଇଛନ୍ତି । ସେସବୁ ଖାତିର୍‌ କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଖବର ଅନୁଯାୟୀ, ଚଳିତ ନିର୍ବାଚନକରେ କଂଗ୍ରେସ ମାତ୍ର ୧୪ ଆସନ ଜିତିବାରେ ସଫଳ ହୋଇଥିଲା । ଏହାପରେ କଂଗ୍ରେସରେ ବିରୋଧ ଦେଖିବାକୁ ମିଳିଥିଲା । ଏପରିକି ଟିକେଟ୍‌ ବଣ୍ଟନକୁ ନେଇ ମଧ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଟିକେଟ୍‌ ବଣ୍ଟନରେ ଘୋଟାଲା ହୋଇଥିବା ନେଇ ସିଧାସଳଖ ଶରତ ପଟ୍ଟନାୟକଙ୍କୁ ଘେରିଥିଲେ କିଛି କଂଗ୍ରେସ କର୍ମୀ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର