ଭାଙ୍ଗିଲା ଇନ୍ଦ୍ରାବତୀ ଜଳସେଚନ କେନାଲ ବନ୍ଧ, ଶହ ଶହ ଏକର ଧାନ ଜମି ଜଳାର୍ଣ୍ଣବ

The Sakala Picture
Published On

କଳାହାଣ୍ଡି: ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ଘାଇ। ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମାଝୀ ଗୁଡା ନିକଟରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଚଳିତ ବର୍ଷ ଠାରୁ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇ ଜୟପାଟଣା କୋକସରା ଓ ଧର୍ମଗଡ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡା […]

କଳାହାଣ୍ଡି: ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ଘାଇ। ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମାଝୀ ଗୁଡା ନିକଟରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଚଳିତ ବର୍ଷ ଠାରୁ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇ ଜୟପାଟଣା କୋକସରା ଓ ଧର୍ମଗଡ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା। ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ। ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଛି। କୋକସରା ବ୍ଲକର ମାଝୀଗୁଡା ନିକଟରେ ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ଯୋଗୁଁ ଓ ନିମ୍ନମାନର କାମ ହୋଇଥିବା ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଛି। ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ବର୍ତ୍ତମାନ ହେକ୍ଟର ହେକ୍ଟର ଜମିରେ ଚାଷୀଙ୍କ ରୁଆ ଓ ବୁଣା ଧାନରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଚାଷୀମାନେ କେନାଲ ବନ୍ଧ ଭାଙ୍ଗିବା ପାଇଁ ଠିକାସଂସ୍ଥାର ନିମ୍ନମାନର କାମ ଓ ଅବହେଳାକୁ ଦାୟୀ କରିବା ସହ ସେମାନଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସେପଟେ ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ଠିକାସଂସ୍ଥାର ଜଣେ ଯନ୍ତ୍ରୀ ପହଞ୍ଚି କେନାଲ ପାଣିକୁ ବନ୍ଦ କରିବା ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କାର୍ଯାଲୟକୁ ଜଣାଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

31 Jul 2021 By The Sakala

ଭାଙ୍ଗିଲା ଇନ୍ଦ୍ରାବତୀ ଜଳସେଚନ କେନାଲ ବନ୍ଧ, ଶହ ଶହ ଏକର ଧାନ ଜମି ଜଳାର୍ଣ୍ଣବ

କଳାହାଣ୍ଡି: ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ଘାଇ। ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମାଝୀ ଗୁଡା ନିକଟରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି।

ଚଳିତ ବର୍ଷ ଠାରୁ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇ ଜୟପାଟଣା କୋକସରା ଓ ଧର୍ମଗଡ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା। ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ। ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଛି। କୋକସରା ବ୍ଲକର ମାଝୀଗୁଡା ନିକଟରେ ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ଯୋଗୁଁ ଓ ନିମ୍ନମାନର କାମ ହୋଇଥିବା ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଛି। ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ବର୍ତ୍ତମାନ ହେକ୍ଟର ହେକ୍ଟର ଜମିରେ ଚାଷୀଙ୍କ ରୁଆ ଓ ବୁଣା ଧାନରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ।

ଚାଷୀମାନେ କେନାଲ ବନ୍ଧ ଭାଙ୍ଗିବା ପାଇଁ ଠିକାସଂସ୍ଥାର ନିମ୍ନମାନର କାମ ଓ ଅବହେଳାକୁ ଦାୟୀ କରିବା ସହ ସେମାନଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସେପଟେ ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ଠିକାସଂସ୍ଥାର ଜଣେ ଯନ୍ତ୍ରୀ ପହଞ୍ଚି କେନାଲ ପାଣିକୁ ବନ୍ଦ କରିବା ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କାର୍ଯାଲୟକୁ ଜଣାଇଥିବା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର