ଜିଏସଟି ପରିଷଦ ବୈଠକରେ ଓଡ଼ିଶାର ଦାବି ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଛାଡ ହେଉ ଜିଏସଟି

The Sakala Picture
Published On

ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ । ଅର୍ଥମନ୍ତ୍ରୀ ଶ୍ରୀ […]

ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମିଲେଟ ମିଶନ ମାଧ୍ୟମରେ ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ । ମିଲେଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିଶନ ମଡେଲକୁ ଗ୍ରହଣ କରିବାକୁ ଭାରତ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି । ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ । ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରିପାରିବେ । ଏହି ପଦକ୍ଷେପ ଦ୍ୱାରା ଅଧିକରୁ ଅଧିକ ଲୋକ ମିଲେଟକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଉତ୍ସାହିତ ହୋଇପାରିବେ, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୋଇପାରିବ ଏବଂ ସ୍ଥାନୀୟ ମିଲେଟ ଚାଷୀମାନଙ୍କୁ ସହାୟତା ମିଳିପାରିବ ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥିରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ । ଓଡ଼ିଶାରେ ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗର ସାମଗ୍ରିକ ବିକାଶରେ ଏହା ସହାୟକ ହେବ ।କେବଳ ସେତିକି ନୁହେଁ, ଜିଏସଟି ହାର ହ ୍ରାସ ଦ୍ୱାରା ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉତ୍ପାଦନରେ ନିୟୋଜିତ ଉଦ୍ୟୋଗୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସୁନିଶ୍ଚିତ ହୋଇପାରିବ । ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏହି ଜିଏସଟି ହାର ହହ୍ରାସ ପାଇଁ ଜିଏସଟି ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଡିଏମ୍‌ଏଫ୍‌ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥିବା ସେବା ଉପରେ ଜିଏସଟି ଛାଡ଼ ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଫିଟମେଣ୍ଟ କମିଟି ଓଡ଼ିଶାର ପ୍ରସ୍ତାବକୁ ଅନୁଧ୍ୟାନ କରିଥିଲା ଏବଂ ଏହା ସ୍ପଷ୍ଟ କରିବାକୁ ସୁପାରିଶ କରିଥିଲା ଯେ ଡି.ଏମ୍‌.ଏଫ୍‌.ଟି ଏକ ସରକାରୀ କର୍ତ୍ତୃପକ୍ଷ ଏବଂ ତେଣୁ ବର୍ତ୍ତମାନର ଯୋଜନାରେ ଯେକୌଣସି ସରକାରୀ କର୍ତ୍ତୃପକ୍ଷ ସମାନ ରିହାତି ପାଇବାକୁ ଯୋଗ୍ୟ ।ଏହି ପରିପ୍ରେକ୍ଷୀରେ ପରିଷଦର ବିଚାର ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନିମ୍ନଲିଖିତ ବିଷୟଗୁଡ଼ିକୁ ଉପସ୍ଥାପନ କରିଥିଲେ ।

ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମାବଳୀର ନିୟମ ୧୦ରେ ଉଲ୍ଲେଖ ରହିଛି, ଡିଏମଏଫ ଟ୍ରଷ୍ଟର ଉପଯୋଗ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରମୁଖ କାର୍ୟ୍ୟକଳାପର କାର୍ୟ୍ୟାନ୍ୱୟନ ପାଇଁ କରାଯାଇଥାଏ । ଡିଏମ୍‌ଏଫ୍‌ ପାଣ୍ଠି ଦ୍ୱାରା କରାଯାଇଥିବା ଏହି କାର୍ୟ୍ୟକଳାପଗୁଡିକ ମୁଖ୍ୟତଃ ଭାରତୀୟ ସମ୍ବିଧାନର ଏକାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩ ଜି) ଏବଂ ଦ୍ୱାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩)ରେ ତାଲିକାଭୁକ୍ତ କାର୍ୟ୍ୟକଳାପ ସହିତ ଜଡିତ ଅଟେ । ଡିଏମଏଫ ଟ୍ରଷ୍ଟରେ ସ୍ଥାନୀୟ ସଂସ୍ଥାର ସଦସ୍ୟମାନଙ୍କୁ ସାମିଲ କରି ସ୍ଥାନୀୟ ସ୍ୱୟଂଶାସିତ ସଂସ୍ଥା ସହିତ ସମନ୍ୱୟ ସୁନିଶ୍ଚିତ କରିବା ଲାଗି ଏହି ନିୟମରେ ବ୍ୟବସ୍ଥା କରାଯାଇଛି ।

ଓଡିଏମ୍‌ଏଫ୍‌ ନିୟମାବଳୀର ନିୟମ ୧୩ ଅନୁଯାୟୀ ଟ୍ରଷ୍ଟ ଦ୍ୱାରା କରାଯାଇଥିବା କାର୍ୟ୍ୟ ସରକାରୀ ବିଭାଗ, ଏଜେନ୍ସି ଓ ରାଷ୍ଟ୍ରାୟତ ସଂସ୍ଥା ମାଧ୍ୟମରେ କିମ୍ବା ଖଣି ପ୍ରଭାବିତ ଅଞ୍ଚଳରେ ସେ୍ୱଚ୍ଛାସେବୀ ସଂସ୍ଥା ମାଧ୍ୟମରେ ସମ୍ପାଦିତ ହୋଇଥାଏ । ଏହାର ବ୍ୟବହାରକାରୀ ହେଉଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ବ୍ୟକ୍ତି, ମହିଳା, ଶିଶୁ ଏବଂ ପରିବାର ଯେଉଁମାନେ ବିନା ଶୁଷ୍ଠରେ ଏହି ସେବା ପାଇପାରିବେ ।ଗତ ଦୁଇ ବର୍ଷ ମଧ୍ୟରେ ଡିଏମଏଫଟି କେବଳ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସାମାଜିକ-ଆର୍ଥିକ ବିକାଶ ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିବା ଡିଏମଏଫ ପାଣ୍ଠିରୁ ୭୭୬ କୋଟି ଟଙ୍କା ଜିଏସଟି ପ୍ରଦାନ କରିଛି ।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଓଡ଼ିଶାର ପ୍ରସ୍ତାବକୁ ନିମ୍ନୋକ୍ତ ଦୁଇଟି ଉପାୟରୁ କୌଣସି ଗୋଟିଏ ଉପାୟରେ ବିଚାର କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ କରିଥିଲେ । ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଓ ଜିଏସ୍‌ଟି କମିଶନର ସଂଜୟ କୁମାର ସିଂ ଯୋଗଦେଇଥିଲେ ।

07 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର