“ଜେଡ୍‌‌ ଇଷ୍ଟେଟ” କର୍ତ୍ତୃପକ୍ଷ ମନଇଚ୍ଛା ବଦଳାଇଛନ୍ତି ମୂଳ ନକ୍ସା, ଭୂମିକମ୍ପ ହେଲେ ବଞ୍ଚିବା ବାଟ ବନ୍ଦ

The Sakala Picture
Published On

ଭୁବନେଶ୍ୱର : ଜେଡ୍‌‌ ଇଷ୍ଟେଟର ଦାଦାଗିରିରେ ଗୃହ କ୍ରେତା ବ୍ୟଥିତ। ଏକପକ୍ଷରେ ପ୍ରକଳ୍ପ ନାଁରେ ବେଆଇନ୍‌‌ କାର୍ଯ୍ୟର ଲମ୍ବା ତାଲିକା ଲମ୍ବୁଥିବାବେଳେ ଏବେ ‘ରେରା’ଆଇନ ଉଲ୍ଲଙ୍ଘନ ଅଭିଯୋଗ ଆଣିଛନ୍ତି ଗୃହ କ୍ରେତା। ଏପରିକି କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶୀ ଓ ବେଆଇନ କାର୍ଯ୍ୟ ଯୋଗୁଁ ଭୂମିକମ୍ପ ହେଲେ ଫ୍ଲାଟ୍‌‌ରୁ ବାହାରି ଜୀବନ ବଞ୍ଚାଇବା କଷ୍ଟକର ହେବ ବୋଲି ଗୃହ କ୍ରେତା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପ୍ରକଳ୍ପ ସାରିବା ପରେ ବିଲଡର ଘର ମାଲିକ ବା କ୍ରେତା ସଂଘଙ୍କୁ ସବୁ […]

ଭୁବନେଶ୍ୱର : ଜେଡ୍‌‌ ଇଷ୍ଟେଟର ଦାଦାଗିରିରେ ଗୃହ କ୍ରେତା ବ୍ୟଥିତ। ଏକପକ୍ଷରେ ପ୍ରକଳ୍ପ ନାଁରେ ବେଆଇନ୍‌‌ କାର୍ଯ୍ୟର ଲମ୍ବା ତାଲିକା ଲମ୍ବୁଥିବାବେଳେ ଏବେ ‘ରେରା’ଆଇନ ଉଲ୍ଲଙ୍ଘନ ଅଭିଯୋଗ ଆଣିଛନ୍ତି ଗୃହ କ୍ରେତା। ଏପରିକି କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶୀ ଓ ବେଆଇନ କାର୍ଯ୍ୟ ଯୋଗୁଁ ଭୂମିକମ୍ପ ହେଲେ ଫ୍ଲାଟ୍‌‌ରୁ ବାହାରି ଜୀବନ ବଞ୍ଚାଇବା କଷ୍ଟକର ହେବ ବୋଲି ଗୃହ କ୍ରେତା ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଅଭିଯୋଗ ଅନୁସାରେ ପ୍ରକଳ୍ପ ସାରିବା ପରେ ବିଲଡର ଘର ମାଲିକ ବା କ୍ରେତା ସଂଘଙ୍କୁ ସବୁ କିଛି ହସ୍ତାନ୍ତର କରିବା କଥା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ‘ରେରା’ ଆଇନରେ ମଧ୍ୟ ନିୟମ ରହିଛି। ହେଲେ ରାଜଧାନୀର ଜେଡ୍‌‌ ଇଷ୍ଟେଟ ଏସବୁ ଆଇନକୁ ଖାତିର ନ କରି ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ଠକି ଚାଲିଛି। ବାହୁବଳ, ଅର୍ଥବଳର ଧମକ ଦେଇ ଘରମାଲିକଙ୍କୁ ଚୁପ୍‌‌ କରିବାକୁ ଉଦ୍ୟମ କରାଯାଉଥିବା ବେଳେ କୋଟି କୋଟି ଟଙ୍କାରେ ଘର କିଣି ନିଜ ଅଧିକାରରୁ ଘରମାଲିକମାନେ ବଞ୍ଚିତ ହୋଇଛନ୍ତି। ଦୀର୍ଘ ଦିନ ଧରି ଏଭଳି ଅରାଜକତା ଚାଲିଥିବା ବେଳେ ଏହା ବିରୋଧରେ ଅନେକ ଘର ମାଲିକ ମୁହଁ ଖୋଲିଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ରାଜେନ୍ଦ୍ର ପତି ନାମକ ଜଣେ ଘର ମାଲିକ କହିଛନ୍ତି ଯେ ୨୦୧୧ରେ ପଟିଆ ରଘୁନାଥପୁର ଅଞ୍ଚଳରେ ‘ଜେଡ୍‌‌ ୱାନ୍‌‌ ହାଉସିଂ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସୁନ୍ଦର ମନଲୋଭା ପ୍ଲାନ, ରଙ୍ଗୀନ ଚିତ୍ର ଦେଖି ଅନେକ ଏନ୍‌‌ଆରଆଇ, ଡାକ୍ତର, ଇଞ୍ଜିନିୟର ଏଠାରେ ଘର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ସମୟ ଗଡ଼ିବା ପରେ ଧୀରେ ଧୀରେ ମୂଳ ପ୍ଲାନରେ ପରିବର୍ତ୍ତନ କରାଯାଇଥିଲା। ମାଲିକଙ୍କୁ ନ ପଚାରି ୨୦୧୬ ଓ ୨୦୨୧ରେ ଜେଡ୍‌‌ ଇଷ୍ଟେଟ ମନଇଚ୍ଛା ନକ୍ସା ବଦଳାଇଦେଲା। ମାଲିକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରି ନୂଆ ନକ୍ସା ପ୍ରସ୍ତୁତ କରାଗଲା। ନିୟମ ଅନୁସାରେ ୨୬ଏକର ପ୍ରକଳ୍ପରେ ୭୦ଭାଗ ଖାଲିଜାଗା ରହିବା କଥା, ହେଲେ ଏବେ ସେସବୁ ଜାଗା ନ ଥିବା ଯୋଗୁଁ ଘର ମାଲିକମାନେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଭୂମିକମ୍ପ ଜୋନରେ ଥିବା ବେଳେ ଯଦି କେବେ ଭୂମିକମ୍ପ ଆସେ, ତାହାଲେ ବଞ୍ଚିବାର ବାଟ ବନ୍ଦ ବୋଲି ଘର ମାଲିକ ରାଜେନ୍ଦ୍ର ପତି ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

୨୦୧୧ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୫ରେ ସରିଥିଲା। ୨୦୧୬ରୁ ଲୋକେ ଏଠାରେ ରହିବା ଆରମ୍ଭ କଲେ। ପ୍ରକଳ୍ପ ପରିସରରେ ଚଲାବୁଲା କରିବା ପାଇଁ ଚଉଡ଼ା ରାସ୍ତାକୁ ହଠାତ ଜେଡ୍‌‌ ଇଷ୍ଟେଟ ବନ୍ଦ କରି ଅଣ୍ଡରପାସ୍‌‌ ଓ ଓଭରବ୍ରିଜ୍‌‌ କରିଦେଲା। ଏଭଳି ଯୋଜନା ଯୋଗୁଁ ସେଠିକାର ବାସିନ୍ଦା ହଇରାଣ ହେବା ସହ ଅନେକ ଦୁର୍ଘଟଣାର ଶିକାର ବି ହେଉଛନ୍ତି। ଘର ବ୍ୟତୀତ ପ୍ରକଳ୍ପରେ ଥିବା କ୍ଲବ ହାଉସ୍‌‌, ସ୍ୱିମିଂ ପୁଲ୍‌‌, ପାର୍କ ପରି ସାଧାରଣ ସୁବିଧା ବ୍ୟବସ୍ଥାକୁ ବି ଜେଡ୍‌‌ ଇଷ୍ଟେଟ ନିଜ କବଜାରେ ରଖିଛି ବୋଲି ଅଭିଯୋଗ ହୋଇଛି। ଘର ବିକ୍ରି ପାଇଁ ରେରା ଆଇନରେ ଥିବା ଏଗ୍ରିମେଣ୍ଟ ଫର୍ମାଟ ଇଚ୍ଛା ମୁତାବକ ବଦଳାଇଛି। ସେଥିରେ ବେଆଇନ ଭାବେ ‘ପ୍ରମୋଟର ଏରିଆ’ ନାଁରେ ଭିନ୍ନ କମ୍ପାନୀ କରି ପରିଚାଳନା କରିବାକୁ ଚୁକ୍ତି କରିଥିବା ଭଳି ସଙ୍ଗିନ୍‌‌ ଅଭିଯୋଗ ହୋଇଛି। ଘର କ୍ରେତାଙ୍କ ସହ ସରକାରଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ଜେଡ୍‌‌ ଇଷ୍ଟେଟ ଏଭଳି ଠକିଚାଲିଛି। ରାଜନୈତିକ ପୃଷ୍ଠଭୂମି ଓ ମିଡିଆ ହାଉସର ଭୟ ଦେଖାଇ ରିଏଲ ଇଷ୍ଟେଟ ଆଇନକୁ ଠକିବା ସହ ଘରମାଲିକଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି।

15 Sep 2023 By The Sakala

“ଜେଡ୍‌‌ ଇଷ୍ଟେଟ” କର୍ତ୍ତୃପକ୍ଷ ମନଇଚ୍ଛା ବଦଳାଇଛନ୍ତି ମୂଳ ନକ୍ସା, ଭୂମିକମ୍ପ ହେଲେ ବଞ୍ଚିବା ବାଟ ବନ୍ଦ

ଭୁବନେଶ୍ୱର : ଜେଡ୍‌‌ ଇଷ୍ଟେଟର ଦାଦାଗିରିରେ ଗୃହ କ୍ରେତା ବ୍ୟଥିତ। ଏକପକ୍ଷରେ ପ୍ରକଳ୍ପ ନାଁରେ ବେଆଇନ୍‌‌ କାର୍ଯ୍ୟର ଲମ୍ବା ତାଲିକା ଲମ୍ବୁଥିବାବେଳେ ଏବେ ‘ରେରା’ଆଇନ ଉଲ୍ଲଙ୍ଘନ ଅଭିଯୋଗ ଆଣିଛନ୍ତି ଗୃହ କ୍ରେତା। ଏପରିକି କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶୀ ଓ ବେଆଇନ କାର୍ଯ୍ୟ ଯୋଗୁଁ ଭୂମିକମ୍ପ ହେଲେ ଫ୍ଲାଟ୍‌‌ରୁ ବାହାରି ଜୀବନ ବଞ୍ଚାଇବା କଷ୍ଟକର ହେବ ବୋଲି ଗୃହ କ୍ରେତା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ପ୍ରକଳ୍ପ ସାରିବା ପରେ ବିଲଡର ଘର ମାଲିକ ବା କ୍ରେତା ସଂଘଙ୍କୁ ସବୁ କିଛି ହସ୍ତାନ୍ତର କରିବା କଥା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ‘ରେରା’ ଆଇନରେ ମଧ୍ୟ ନିୟମ ରହିଛି। ହେଲେ ରାଜଧାନୀର ଜେଡ୍‌‌ ଇଷ୍ଟେଟ ଏସବୁ ଆଇନକୁ ଖାତିର ନ କରି ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ଠକି ଚାଲିଛି। ବାହୁବଳ, ଅର୍ଥବଳର ଧମକ ଦେଇ ଘରମାଲିକଙ୍କୁ ଚୁପ୍‌‌ କରିବାକୁ ଉଦ୍ୟମ କରାଯାଉଥିବା ବେଳେ କୋଟି କୋଟି ଟଙ୍କାରେ ଘର କିଣି ନିଜ ଅଧିକାରରୁ ଘରମାଲିକମାନେ ବଞ୍ଚିତ ହୋଇଛନ୍ତି। ଦୀର୍ଘ ଦିନ ଧରି ଏଭଳି ଅରାଜକତା ଚାଲିଥିବା ବେଳେ ଏହା ବିରୋଧରେ ଅନେକ ଘର ମାଲିକ ମୁହଁ ଖୋଲିଛନ୍ତି।

ରାଜେନ୍ଦ୍ର ପତି ନାମକ ଜଣେ ଘର ମାଲିକ କହିଛନ୍ତି ଯେ ୨୦୧୧ରେ ପଟିଆ ରଘୁନାଥପୁର ଅଞ୍ଚଳରେ ‘ଜେଡ୍‌‌ ୱାନ୍‌‌ ହାଉସିଂ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସୁନ୍ଦର ମନଲୋଭା ପ୍ଲାନ, ରଙ୍ଗୀନ ଚିତ୍ର ଦେଖି ଅନେକ ଏନ୍‌‌ଆରଆଇ, ଡାକ୍ତର, ଇଞ୍ଜିନିୟର ଏଠାରେ ଘର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ସମୟ ଗଡ଼ିବା ପରେ ଧୀରେ ଧୀରେ ମୂଳ ପ୍ଲାନରେ ପରିବର୍ତ୍ତନ କରାଯାଇଥିଲା। ମାଲିକଙ୍କୁ ନ ପଚାରି ୨୦୧୬ ଓ ୨୦୨୧ରେ ଜେଡ୍‌‌ ଇଷ୍ଟେଟ ମନଇଚ୍ଛା ନକ୍ସା ବଦଳାଇଦେଲା। ମାଲିକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରି ନୂଆ ନକ୍ସା ପ୍ରସ୍ତୁତ କରାଗଲା। ନିୟମ ଅନୁସାରେ ୨୬ଏକର ପ୍ରକଳ୍ପରେ ୭୦ଭାଗ ଖାଲିଜାଗା ରହିବା କଥା, ହେଲେ ଏବେ ସେସବୁ ଜାଗା ନ ଥିବା ଯୋଗୁଁ ଘର ମାଲିକମାନେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଭୂମିକମ୍ପ ଜୋନରେ ଥିବା ବେଳେ ଯଦି କେବେ ଭୂମିକମ୍ପ ଆସେ, ତାହାଲେ ବଞ୍ଚିବାର ବାଟ ବନ୍ଦ ବୋଲି ଘର ମାଲିକ ରାଜେନ୍ଦ୍ର ପତି ଅଭିଯୋଗ କରିଛନ୍ତି।

୨୦୧୧ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୫ରେ ସରିଥିଲା। ୨୦୧୬ରୁ ଲୋକେ ଏଠାରେ ରହିବା ଆରମ୍ଭ କଲେ। ପ୍ରକଳ୍ପ ପରିସରରେ ଚଲାବୁଲା କରିବା ପାଇଁ ଚଉଡ଼ା ରାସ୍ତାକୁ ହଠାତ ଜେଡ୍‌‌ ଇଷ୍ଟେଟ ବନ୍ଦ କରି ଅଣ୍ଡରପାସ୍‌‌ ଓ ଓଭରବ୍ରିଜ୍‌‌ କରିଦେଲା। ଏଭଳି ଯୋଜନା ଯୋଗୁଁ ସେଠିକାର ବାସିନ୍ଦା ହଇରାଣ ହେବା ସହ ଅନେକ ଦୁର୍ଘଟଣାର ଶିକାର ବି ହେଉଛନ୍ତି। ଘର ବ୍ୟତୀତ ପ୍ରକଳ୍ପରେ ଥିବା କ୍ଲବ ହାଉସ୍‌‌, ସ୍ୱିମିଂ ପୁଲ୍‌‌, ପାର୍କ ପରି ସାଧାରଣ ସୁବିଧା ବ୍ୟବସ୍ଥାକୁ ବି ଜେଡ୍‌‌ ଇଷ୍ଟେଟ ନିଜ କବଜାରେ ରଖିଛି ବୋଲି ଅଭିଯୋଗ ହୋଇଛି। ଘର ବିକ୍ରି ପାଇଁ ରେରା ଆଇନରେ ଥିବା ଏଗ୍ରିମେଣ୍ଟ ଫର୍ମାଟ ଇଚ୍ଛା ମୁତାବକ ବଦଳାଇଛି। ସେଥିରେ ବେଆଇନ ଭାବେ ‘ପ୍ରମୋଟର ଏରିଆ’ ନାଁରେ ଭିନ୍ନ କମ୍ପାନୀ କରି ପରିଚାଳନା କରିବାକୁ ଚୁକ୍ତି କରିଥିବା ଭଳି ସଙ୍ଗିନ୍‌‌ ଅଭିଯୋଗ ହୋଇଛି। ଘର କ୍ରେତାଙ୍କ ସହ ସରକାରଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ଜେଡ୍‌‌ ଇଷ୍ଟେଟ ଏଭଳି ଠକିଚାଲିଛି। ରାଜନୈତିକ ପୃଷ୍ଠଭୂମି ଓ ମିଡିଆ ହାଉସର ଭୟ ଦେଖାଇ ରିଏଲ ଇଷ୍ଟେଟ ଆଇନକୁ ଠକିବା ସହ ଘରମାଲିକଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର