ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କଟୁରୀରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

Madhusudan Das Picture
Published On

ପଟ୍ଟାମୁଣ୍ଡାଇ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କଟୁରୀରେ ହାଣି ବିଷ ପିଇଲା ସ୍ୱାମୀ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ଘଟିଛି ଏପରି ଏକ  ଅଭାବନୀୟ ଘଟଣା । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ପ୍ରତାପ ମଳିକ ପାରିବାରିକ କଳହରୁ ସ୍ତ୍ରୀ ଭାରତୀଙ୍କୁ କଟୁରୀରେ ହାଣି ନିଜେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ପ୍ରତାପ । ଗୁରୁତର ଭାରତୀଙ୍କୁ ପଡୋଶୀ ମାନେ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଆଜି ସକାଳୁ ଗାଁଲୋକେ ଏକ ପୋଖରୀ ନିକଟରୁ ଚେତାଶୁନ୍ୟ ଅବସ୍ଥାରେ ପ୍ରତାପଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କ ନିକଟରୁ ଏକ ବିଷ ବୋତଲ ଓ ରକ୍ତାକ୍ତ କଟୁରୀ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ଡାହାଣୀ ସନ୍ଦେହରେ ଜନ୍ମକଲା ମା'କୁ କଟୁରୀରେ ହାଣି ହତ୍ୟା କଲା ନୃଶଂସ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp