ହନିଟ୍ରାପ୍‌ ମାମଲା: ଆଜି ସରୁଛି ଗିରଫ ଚାନ୍ଦିପୁର ଆଇଟିଆର୍‌ର ବରିଷ୍ଠ ଟେକ୍ନିକାଲ୍‌ ଅଫିସର ବାବୁରାମଙ୍କ ରିମାଣ୍ଡ ଅବଧି

The Sakala Picture
Published On

ବାଲେଶ୍ବର: ଚାନ୍ଦିପୁର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଗିରଫ ବରିଷ୍ଠ ଟେକନିସିଆନ୍ ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି । ତିନ ଦିନ ମାରାଥନ୍‌ ଜେରା କରି ଅନେକ ତଥ୍ୟ ହାସଲ କରିଛି ବାଲେଶ୍ୱର ପୋଲିସ । ପାକିସ୍ତାନ ସୁନ୍ଦରୀଙ୍କ ସହ କେମିତି ହୋଇଥିଲା ସମ୍ପର୍କ ? କି କି ତଥ୍ୟ ଦେଇଛନ୍ତି ? ବାବୁରାମଙ୍କୁ ଜେରା ବେଳେ ପୋଲିସକୁ ଏଦିଗରେ ସୁରାକ ମିଳିଛି । ବାବୁରାମ ବ୍ୟବହାର କରୁଥିବା ଲାପଟପ୍, ମୋବାଇଲ୍, […]

ବାଲେଶ୍ବର: ଚାନ୍ଦିପୁର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଗିରଫ ବରିଷ୍ଠ ଟେକନିସିଆନ୍ ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି । ତିନ ଦିନ ମାରାଥନ୍‌ ଜେରା କରି ଅନେକ ତଥ୍ୟ ହାସଲ କରିଛି ବାଲେଶ୍ୱର ପୋଲିସ । ପାକିସ୍ତାନ ସୁନ୍ଦରୀଙ୍କ ସହ କେମିତି ହୋଇଥିଲା ସମ୍ପର୍କ ? କି କି ତଥ୍ୟ ଦେଇଛନ୍ତି ? ବାବୁରାମଙ୍କୁ ଜେରା ବେଳେ ପୋଲିସକୁ ଏଦିଗରେ ସୁରାକ ମିଳିଛି । ବାବୁରାମ ବ୍ୟବହାର କରୁଥିବା ଲାପଟପ୍, ମୋବାଇଲ୍, ପେନଡ୍ରାଇଭ୍ ସମେତ ୬ଟି ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଏହିସବୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ପରୀକ୍ଷା ପାଇଁ କୋଲକାତା ଓ ଦିଲ୍ଲୀ ସ୍ଥିତ ଫୋରେନସିକ୍‌ ଟେକ୍ନିକାଲ୍‌ ଲାବ୍ରୋଟୋରୀକୁ ପଠାଯିବ । ଏଥିସହ ତାଙ୍କର ଆର୍ଥିକ କାରବାର, ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତିର ଯାଞ୍ଚ କରାଯାଉଛି । ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ସ୍ଥାବର, ଅସ୍ଥାବର ସମ୍ପତିର ଯାଞ୍ଚ ଚାଲିଛି । ଯେଉଁ ଯୁବତୀଙ୍କ ହନିଟ୍ରାପରେ ଫସିଥିଲେ ସେ ନିଜକୁ ହାଇଦ୍ରାବାଦର ଜଣେ ଇଞ୍ଜିନିୟରିଂ ଛାତ୍ରୀ ବୋଲି ପରିଚୟ ଦେଇଥିବା କୁହାଯାଉଛି । ଏଥିପାଇଁ ବାଲେଶ୍ୱର ଜିଲ୍ଲା ପୋଲିସ, ବାୟୁସେନା ସହ ତଦନ୍ତରେ ଆନ୍ଧ୍ର ଗୁଇନ୍ଦା ସଂସ୍ଥାର ଟିମକୁ ସାମିଲ କରାଯାଉଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ବାବୁରାମଙ୍କୁ ଆଉ ଥରେ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ବାଲେଶ୍ୱର ପୋଲିସ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଗତ ୨୫ ତାରିଖରେ ବାବୁରାମଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଘରେ ଧାରା ୧୨୦ଓ, ୧୨୦ବି, ୩୪ ଆଇପିସି ସେକସନ୍‌ ୩,୪,୫ ଓ ୧୯୨୩ ଅଫିସିଆଲ୍‌ ସିକ୍ରେଟସ୍‌ ଆକ୍ଟରେ ରୁଜୁ ହୋଇଛି ମାମଲା ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର