୧୪ରୁ ୧୬ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ମହାନଦୀ ସହ ଫୁଲିବ ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଗକୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଓଡ଼ିଶା ଉପରେ ଗୋଟିଏ ଲଘୁଚାପର ପ୍ରଭାବ ରହିଛି। ଏହାସହିତ ଆସନ୍ତା ୧୨-୧୩ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ମୌସୁମୀ ସକ୍ରିୟ ହେବା ସାଙ୍ଗକୁ ରାଜ୍ୟକୁ ଭଲ ପରିମାଣରେ ବର୍ଷା ମିଳିବାର ସମ୍ଭାବନା ରହିଛି। ଏମିତି ଆଗକୁ ହେବାକୁ ଥିବା ବର୍ଷା ଦ୍ୱାରା ରାଜ୍ୟର […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଗକୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଓଡ଼ିଶା ଉପରେ ଗୋଟିଏ ଲଘୁଚାପର ପ୍ରଭାବ ରହିଛି। ଏହାସହିତ ଆସନ୍ତା ୧୨-୧୩ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ମୌସୁମୀ ସକ୍ରିୟ ହେବା ସାଙ୍ଗକୁ ରାଜ୍ୟକୁ ଭଲ ପରିମାଣରେ ବର୍ଷା ମିଳିବାର ସମ୍ଭାବନା ରହିଛି। ଏମିତି ଆଗକୁ ହେବାକୁ ଥିବା ବର୍ଷା ଦ୍ୱାରା ରାଜ୍ୟର ବିଭିନ୍ନ ନଦୀ ଫୁଲିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨ ଟି ଲଘୁଚାପ ହେବା ନେଇ ଆକଳନ କରାଯାଇଥିଲା। ଏହାଦ୍ୱାରା ରାଜ୍ୟରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ପ୍ରଥମ ଲଘୁଚାପଟି ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରେ ରହିବା ଦ୍ୱାରା ୧୧-୧୩ ସାରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସେହିପରି ଦ୍ୱିତୀୟ ଲଘୁଚାପଟି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ସହ ୧୪ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ସମ୍ଭାବ୍ୟ ଲଘୁଚାପଟି ଓଡ଼ିଶା ଉପରେ ଦୁଇ ଦିନ ରହିବା ପରେ ଉତ୍ତର-ପଶ୍ଚିମ ବା ପଶ୍ଚିମ ଆଡ଼େ ଗତି କରିବ। ଏହା ପ୍ରଭାବରେ ୧୪-୧୬ ରାଜ୍ୟରେ ଭାରୀ ବର୍ଷା ହେବ। ପ୍ରଫସେର ପଶୁପାଳକଙ୍କ ଆକଳନ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ସପ୍ତାହକରେ ବର୍ଷାର ପରିମାଣ ୨୦୦ ମିମିରୁ ଅଧିକ ରହିବ। ଏମିତି କି ସ୍ଥାନେ ସ୍ଥାନେ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୧୪-୧୬ ତିନିଦିନ କେତେକ ସ୍ଥାନରେ ଅତି ପ୍ରବଳ ଲଗାଣ ବର୍ଷା ହେବ। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ଅଞ୍ଚଳରେ ସବୁଠାରୁ କମ୍‍ ବର୍ଷା ହେବ। ବାକି ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସପ୍ତାହକରେ ସମୁଦାୟ ବର୍ଷା ୧୫୦-୨୦୦ ମିମି ଓ ସ୍ଥାନେସ୍ଥାନେ ଅଧିକ ହୋଇପାରେ। ୧୫ ଓ ୧୬ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମହାନଦୀ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ନଦୀରେ ପାଣି ଫୁଲିବାକୁ ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର ସୃଷ୍ଟି ହୋଇଥିବା ଲଘୁଚାପଟି ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଗତ ୩୬ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଅନୁଗୁଳ ଓ ବାରିପଦାରେ ୫୧ ମିମି ଲେଖାଏଁ ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୪୧, ଢେଙ୍କାନାଳରେ ୩୫, ପାରଳାଖେମୁଣ୍ଡିରେ ୩୨ ମିମି ବର୍ଷା ହୋଇଛି। ସୋମବାର ବର୍ଷାର ପ୍ରକୋପ ସାମାନ୍ୟ କମିବାକୁ ଥିବା ବେଳେ କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ପୁରୀ, ଜଗତସିଂହପୁର, ଅନୁଗୁଳ ଓ କଟକ ଆଦିର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ତେବେ ମଙ୍ଗଳବାରଠାରୁ ବର୍ଷାର ପରିମାଣ ବଢ଼ିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

11 Jul 2022 By The Sakala

୧୪ରୁ ୧୬ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ମହାନଦୀ ସହ ଫୁଲିବ ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଗକୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଓଡ଼ିଶା ଉପରେ ଗୋଟିଏ ଲଘୁଚାପର ପ୍ରଭାବ ରହିଛି। ଏହାସହିତ ଆସନ୍ତା ୧୨-୧୩ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ମୌସୁମୀ ସକ୍ରିୟ ହେବା ସାଙ୍ଗକୁ ରାଜ୍ୟକୁ ଭଲ ପରିମାଣରେ ବର୍ଷା ମିଳିବାର ସମ୍ଭାବନା ରହିଛି। ଏମିତି ଆଗକୁ ହେବାକୁ ଥିବା ବର୍ଷା ଦ୍ୱାରା ରାଜ୍ୟର ବିଭିନ୍ନ ନଦୀ ଫୁଲିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨ ଟି ଲଘୁଚାପ ହେବା ନେଇ ଆକଳନ କରାଯାଇଥିଲା। ଏହାଦ୍ୱାରା ରାଜ୍ୟରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ପ୍ରଥମ ଲଘୁଚାପଟି ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରେ ରହିବା ଦ୍ୱାରା ୧୧-୧୩ ସାରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ।

ସେହିପରି ଦ୍ୱିତୀୟ ଲଘୁଚାପଟି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ସହ ୧୪ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ସମ୍ଭାବ୍ୟ ଲଘୁଚାପଟି ଓଡ଼ିଶା ଉପରେ ଦୁଇ ଦିନ ରହିବା ପରେ ଉତ୍ତର-ପଶ୍ଚିମ ବା ପଶ୍ଚିମ ଆଡ଼େ ଗତି କରିବ। ଏହା ପ୍ରଭାବରେ ୧୪-୧୬ ରାଜ୍ୟରେ ଭାରୀ ବର୍ଷା ହେବ। ପ୍ରଫସେର ପଶୁପାଳକଙ୍କ ଆକଳନ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ସପ୍ତାହକରେ ବର୍ଷାର ପରିମାଣ ୨୦୦ ମିମିରୁ ଅଧିକ ରହିବ। ଏମିତି କି ସ୍ଥାନେ ସ୍ଥାନେ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୧୪-୧୬ ତିନିଦିନ କେତେକ ସ୍ଥାନରେ ଅତି ପ୍ରବଳ ଲଗାଣ ବର୍ଷା ହେବ। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ଅଞ୍ଚଳରେ ସବୁଠାରୁ କମ୍‍ ବର୍ଷା ହେବ। ବାକି ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସପ୍ତାହକରେ ସମୁଦାୟ ବର୍ଷା ୧୫୦-୨୦୦ ମିମି ଓ ସ୍ଥାନେସ୍ଥାନେ ଅଧିକ ହୋଇପାରେ। ୧୫ ଓ ୧୬ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମହାନଦୀ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ନଦୀରେ ପାଣି ଫୁଲିବାକୁ ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର ସୃଷ୍ଟି ହୋଇଥିବା ଲଘୁଚାପଟି ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଗତ ୩୬ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଅନୁଗୁଳ ଓ ବାରିପଦାରେ ୫୧ ମିମି ଲେଖାଏଁ ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୪୧, ଢେଙ୍କାନାଳରେ ୩୫, ପାରଳାଖେମୁଣ୍ଡିରେ ୩୨ ମିମି ବର୍ଷା ହୋଇଛି। ସୋମବାର ବର୍ଷାର ପ୍ରକୋପ ସାମାନ୍ୟ କମିବାକୁ ଥିବା ବେଳେ କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ପୁରୀ, ଜଗତସିଂହପୁର, ଅନୁଗୁଳ ଓ କଟକ ଆଦିର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ତେବେ ମଙ୍ଗଳବାରଠାରୁ ବର୍ଷାର ପରିମାଣ ବଢ଼ିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର