ରାଜ୍ୟରେ ଆଜିଠୁ ପୁଣି ବଢ଼ିବ ବର୍ଷାର ପରିମାଣ, ବର୍ଷାରେ ଭିଜିବ ଗଣେଶ ପୂଜା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷାର ପ୍ରକୋପ ବଢ଼଼ିବ। ରବିବାର କଟକ, ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ସୋମବାରଠାରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରହିବାର ସକାଳେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ […]

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷାର ପ୍ରକୋପ ବଢ଼଼ିବ। ରବିବାର କଟକ, ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ସୋମବାରଠାରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରହିବାର ସକାଳେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ୨୧ ତାରିଖରେ ରାଜ୍ୟ ସ୍ଥଳଭାଗରେ ପହଞ୍ଚି ପଶ୍ଚିମମୁହାଁ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୬ ପର୍ଯ୍ୟନ୍ତ ପ୍ରତି ଦିନ କିଛି ନା କିଛି ବର୍ଷା ହେବାକୁ ଥିବା ବେଳେ ୨୦-୨୨ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ହେବ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୨୦ ରାତିରୁ ୨୪ ଘଣ୍ଟାରେ ଭାରୀ ବର୍ଷା ସମ୍ଭାବନା ରହିଛି। ଏହି ଲଘୁଚାପ ଦ୍ୱାରା ବର୍ଷାର ପରିମାଣ ଉତ୍ତର ଉପକୂଳରେ କମ୍‌‌ ହୋଇପାରେ। ତେବେ ୨୫ ଓ ୨୬ରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ପୁଣି ବଢ଼଼ିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୯-୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଏହି ସମୟରେ ମଧ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାକୁ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଥିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ, ନୟାଗଡ଼, ରାୟଗଡ଼ା, କୋରାପଟ, ମାଲକାନଗିରି ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

ଅନ୍ୟପଟେ ମହାନଦୀ ଉପମୁଣ୍ଡରେ ହୋଇଥିବା ବର୍ଷା ଯୋଗୁଁ ମହାନଦୀ ବର୍ତ୍ତମାନ ଫୁଲି ରହିଛି। ମହାନଦୀ ନରାଜଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ହୀରାକୁଦରେ ୨୬ ଟି ଗେଟ୍‌‌ ଖୋଲା ହେବା ଯୋଗୁଁ ମହାନଦୀର ବୌଦ୍ଧ ଓ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ହୀରାକୁଦକୁ ବର୍ତ୍ତମାନ ସେକେଣ୍ଡ ପିଛା ୪ ଲକ୍ଷ ୫୬ ହାଜର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୬ ଟି ଗେଟ୍‌‌ ଦେଇ ସମାନ ପରିମାଣର ଜଳ ନିଷ୍କାସିତ କରାଯାଉଛି।

18 Sep 2023 By The Sakala

ରାଜ୍ୟରେ ଆଜିଠୁ ପୁଣି ବଢ଼ିବ ବର୍ଷାର ପରିମାଣ, ବର୍ଷାରେ ଭିଜିବ ଗଣେଶ ପୂଜା

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷାର ପ୍ରକୋପ ବଢ଼଼ିବ। ରବିବାର କଟକ, ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ସୋମବାରଠାରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରହିବାର ସକାଳେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ୨୧ ତାରିଖରେ ରାଜ୍ୟ ସ୍ଥଳଭାଗରେ ପହଞ୍ଚି ପଶ୍ଚିମମୁହାଁ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୬ ପର୍ଯ୍ୟନ୍ତ ପ୍ରତି ଦିନ କିଛି ନା କିଛି ବର୍ଷା ହେବାକୁ ଥିବା ବେଳେ ୨୦-୨୨ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ହେବ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୨୦ ରାତିରୁ ୨୪ ଘଣ୍ଟାରେ ଭାରୀ ବର୍ଷା ସମ୍ଭାବନା ରହିଛି। ଏହି ଲଘୁଚାପ ଦ୍ୱାରା ବର୍ଷାର ପରିମାଣ ଉତ୍ତର ଉପକୂଳରେ କମ୍‌‌ ହୋଇପାରେ। ତେବେ ୨୫ ଓ ୨୬ରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ପୁଣି ବଢ଼଼ିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୯-୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଏହି ସମୟରେ ମଧ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାକୁ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଥିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ, ନୟାଗଡ଼, ରାୟଗଡ଼ା, କୋରାପଟ, ମାଲକାନଗିରି ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଅନ୍ୟପଟେ ମହାନଦୀ ଉପମୁଣ୍ଡରେ ହୋଇଥିବା ବର୍ଷା ଯୋଗୁଁ ମହାନଦୀ ବର୍ତ୍ତମାନ ଫୁଲି ରହିଛି। ମହାନଦୀ ନରାଜଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ହୀରାକୁଦରେ ୨୬ ଟି ଗେଟ୍‌‌ ଖୋଲା ହେବା ଯୋଗୁଁ ମହାନଦୀର ବୌଦ୍ଧ ଓ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ହୀରାକୁଦକୁ ବର୍ତ୍ତମାନ ସେକେଣ୍ଡ ପିଛା ୪ ଲକ୍ଷ ୫୬ ହାଜର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୬ ଟି ଗେଟ୍‌‌ ଦେଇ ସମାନ ପରିମାଣର ଜଳ ନିଷ୍କାସିତ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର