ଆସନ୍ତା ସପ୍ତାହକ ଭିତରେ ୪ ଡିଗ୍ରୀ ବଢ଼ିବ ତାତି, ହୋଲିରେ ପ୍ରବଳ ଗରମ ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବ ୪ ଡ଼ିଗ୍ରୀ। କେବଳ ଦିନ ନୁହେଁ, ରାତି ତାପମାତ୍ରାରେ ମଧ୍ୟ ଅନ୍ୟୂନ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌) ସ୍ଥିତି ପାଇଁ ପାଗ ଅନୁକୂଳ ହେବ। ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ଏହି ସ୍ଥିତି ଗୁରୁତର ହେବ ବୋଲି ଆକଳନ କରିିଛି ପାଣିପାଗ ବିଭାଗ। ରାଜ୍ୟରେ ବଢ଼ୁଥିବା ଖରା ଓ […]

ଭୁବନେଶ୍ୱର: ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବ ୪ ଡ଼ିଗ୍ରୀ। କେବଳ ଦିନ ନୁହେଁ, ରାତି ତାପମାତ୍ରାରେ ମଧ୍ୟ ଅନ୍ୟୂନ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌) ସ୍ଥିତି ପାଇଁ ପାଗ ଅନୁକୂଳ ହେବ। ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ଏହି ସ୍ଥିତି ଗୁରୁତର ହେବ ବୋଲି ଆକଳନ କରିିଛି ପାଣିପାଗ ବିଭାଗ। ରାଜ୍ୟରେ ବଢ଼ୁଥିବା ଖରା ଓ ଆଗାମୀ ୨ ସପ୍ତାହର ସ୍ଥିତିକୁ ନେଇ ଏଭଳି କିଛି ଆକଳନ କରାଯାଇଛି। ଆଗକୁ ଖରାର ପ୍ରଭାବ ବୃଦ୍ଧି ହେବା ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ସୌମ୍ୟାଶ୍ରୀ ପରିବାରକୁ ବିଜେପି ଧୋକା ଦେଇଛି: ବିଜେଡି

ପାଣିପାଗ ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ଆଗାମୀ ଦୁଇ ସପ୍ତାହ ମାର୍ଚ୍ଚ ୭ ତାରିଖରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମପ୍ରବାହ (ହିଟ୍‌ ୱେଭ୍‌) ସ୍ଥିତି ନେଇ ମଧ୍ୟ ଆଶଙ୍କା କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ସମୟରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବା ସହ ଏହି ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବା ନେଇ ଆଇଏମ୍‌ଡି ଆକଳନ କରିଛି। ରାଜ୍ୟରେ ସାଧାରଣତଃ ଏପ୍ରିଲ୍‌ ଓ ମେ’ ମାସରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଥାଏ। ଗତ ବର୍ଷ ମଧ୍ୟ ଏପ୍ରିଲ୍‌ରେ ହିଁ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଚଳିତ ବର୍ଷ ଏହି ସ୍ଥିତି ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆରମ୍ଭ ଆକଳନ ଚିନ୍ତା ବଢ଼ାଇ ଦେଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ; ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତେଜିବ: ବିଜେଡି

ଚଳିତ ବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେବ ବୋଲି ପୂର୍ବରୁ ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି। ଏହାସହିତ ସ୍ୱାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ଯୋଗୁଁ ଏଥିର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଭାଗ କହି ସାରିଛି। ଏହାସହିତ ମାର୍ଚ୍ଚ ମାସରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ ହେବାକୁ ପରିସ୍ଥିତି ଅନୁକୂଳ ହେବ। ଯଦିଓ ରାଜ୍ୟରେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି, ମାତ୍ର ଏହା ଖରାକୁ ନିୟନ୍ତ୍ରଣ କରିବାରେ କେତେ ସକ୍ଷମ ହେବ ତାହା ଆକଳନ କରାଯାଇ ପାରୁନାହିଁ।

ଆହୁରି ପଢ଼ନ୍ତୁ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣା ମାନବିକ ଅଧିକାର ଉଲ୍ଲଂଘନର ସବୁଠୁ ଖରାପ ନିଦର୍ଶନ: ମାନସ ମଙ୍ଗରାଜ

ଆଇଏମ୍‌ଡିର ମାନଦଣ୍ଡ ଅନୁଯାୟୀ ସାଧାରଣ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସହ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ ସହ ସ୍ୱାଭାବିକଠାରୁ ତାପମାତ୍ରା ୪.୫ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ରହିଥିଲେ ଏହାକୁ ହିଟ୍‌ ୱେଭ୍‌ ଭାବେ ଗଣନା କରାଯାଏ। ଏହା ବ୍ୟତୀତ କୌଣସି ଏକ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କଲେ ଏହାକୁ ମଧ୍ୟ ହିଟ୍‌େଓଭ୍‌ ବୋଲି ବିବେଚନା କରାଯାଇଥାଏ। ଦୁଇ ଦିନ ଧରି ଏହି ସ୍ଥିତି ସୃଷ୍ଟି ହେଲେ ଏହାକୁ ଗ୍ରୀଷ୍ମ ଲହରୀରେ ତାଲିକାଭୁକ୍ତ କରାଯିବାର ବ୍ୟବସ୍ଥା ରହିଛି। ସାଧାରଣ ଭାବେ କୌଣସି ଗୋଟିଏ ବର୍ଷରେ ୧୧ ଦିନ ହିଟ୍‌ ୱେଭ୍‌ ହେଲେ ଏହାକୁ ସ୍ୱାଭାବିକ କୁହାଯାଇଥାଏ। ମାତ୍ର ଗତ ବର୍ଷ କେବଳ ଏପ୍ରିଲ ମାସରେ ଓଡ଼ିଶାରେ ଲଗାତାର ୧୯ ଦିନ ଧରି ହିଟ୍‌ୱେଭ୍‌ ସ୍ଥିତି ଜାରି ରହିଥିଲା, ଚଳିତ ବର୍ଷ ଏହା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି ।

08 Mar 2025 By The Sakala

ଆସନ୍ତା ସପ୍ତାହକ ଭିତରେ ୪ ଡିଗ୍ରୀ ବଢ଼ିବ ତାତି, ହୋଲିରେ ପ୍ରବଳ ଗରମ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବ ୪ ଡ଼ିଗ୍ରୀ। କେବଳ ଦିନ ନୁହେଁ, ରାତି ତାପମାତ୍ରାରେ ମଧ୍ୟ ଅନ୍ୟୂନ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌) ସ୍ଥିତି ପାଇଁ ପାଗ ଅନୁକୂଳ ହେବ। ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ଏହି ସ୍ଥିତି ଗୁରୁତର ହେବ ବୋଲି ଆକଳନ କରିିଛି ପାଣିପାଗ ବିଭାଗ। ରାଜ୍ୟରେ ବଢ଼ୁଥିବା ଖରା ଓ ଆଗାମୀ ୨ ସପ୍ତାହର ସ୍ଥିତିକୁ ନେଇ ଏଭଳି କିଛି ଆକଳନ କରାଯାଇଛି। ଆଗକୁ ଖରାର ପ୍ରଭାବ ବୃଦ୍ଧି ହେବା ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ଆଗାମୀ ଦୁଇ ସପ୍ତାହ ମାର୍ଚ୍ଚ ୭ ତାରିଖରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମପ୍ରବାହ (ହିଟ୍‌ ୱେଭ୍‌) ସ୍ଥିତି ନେଇ ମଧ୍ୟ ଆଶଙ୍କା କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ସମୟରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବା ସହ ଏହି ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବା ନେଇ ଆଇଏମ୍‌ଡି ଆକଳନ କରିଛି। ରାଜ୍ୟରେ ସାଧାରଣତଃ ଏପ୍ରିଲ୍‌ ଓ ମେ’ ମାସରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଥାଏ। ଗତ ବର୍ଷ ମଧ୍ୟ ଏପ୍ରିଲ୍‌ରେ ହିଁ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଚଳିତ ବର୍ଷ ଏହି ସ୍ଥିତି ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆରମ୍ଭ ଆକଳନ ଚିନ୍ତା ବଢ଼ାଇ ଦେଇଛି।

ଚଳିତ ବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେବ ବୋଲି ପୂର୍ବରୁ ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି। ଏହାସହିତ ସ୍ୱାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ଯୋଗୁଁ ଏଥିର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଭାଗ କହି ସାରିଛି। ଏହାସହିତ ମାର୍ଚ୍ଚ ମାସରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ ହେବାକୁ ପରିସ୍ଥିତି ଅନୁକୂଳ ହେବ। ଯଦିଓ ରାଜ୍ୟରେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି, ମାତ୍ର ଏହା ଖରାକୁ ନିୟନ୍ତ୍ରଣ କରିବାରେ କେତେ ସକ୍ଷମ ହେବ ତାହା ଆକଳନ କରାଯାଇ ପାରୁନାହିଁ।

ଆଇଏମ୍‌ଡିର ମାନଦଣ୍ଡ ଅନୁଯାୟୀ ସାଧାରଣ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସହ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ ସହ ସ୍ୱାଭାବିକଠାରୁ ତାପମାତ୍ରା ୪.୫ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ରହିଥିଲେ ଏହାକୁ ହିଟ୍‌ ୱେଭ୍‌ ଭାବେ ଗଣନା କରାଯାଏ। ଏହା ବ୍ୟତୀତ କୌଣସି ଏକ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କଲେ ଏହାକୁ ମଧ୍ୟ ହିଟ୍‌େଓଭ୍‌ ବୋଲି ବିବେଚନା କରାଯାଇଥାଏ। ଦୁଇ ଦିନ ଧରି ଏହି ସ୍ଥିତି ସୃଷ୍ଟି ହେଲେ ଏହାକୁ ଗ୍ରୀଷ୍ମ ଲହରୀରେ ତାଲିକାଭୁକ୍ତ କରାଯିବାର ବ୍ୟବସ୍ଥା ରହିଛି। ସାଧାରଣ ଭାବେ କୌଣସି ଗୋଟିଏ ବର୍ଷରେ ୧୧ ଦିନ ହିଟ୍‌ ୱେଭ୍‌ ହେଲେ ଏହାକୁ ସ୍ୱାଭାବିକ କୁହାଯାଇଥାଏ। ମାତ୍ର ଗତ ବର୍ଷ କେବଳ ଏପ୍ରିଲ ମାସରେ ଓଡ଼ିଶାରେ ଲଗାତାର ୧୯ ଦିନ ଧରି ହିଟ୍‌ୱେଭ୍‌ ସ୍ଥିତି ଜାରି ରହିଥିଲା, ଚଳିତ ବର୍ଷ ଏହା ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର