ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ : ଆହୁରି ଦୁଇ ଦିନ ସ୍ଥିତି ଅସମ୍ଭାଳ, ୧ରୁ କାଳବୈଶାଖୀ

The Sakala Picture
Published On

ଭୁବନେଶ୍ୱର : ତାତି ଓ ଗୁଳୁଗୁଳିରେ ଅସ୍ତବସ୍ତ ସାରା ଓଡ଼ିଶା। ସକାଳ ୮ରୁ ପଶ୍ଚିମରେ ଅନୁଭୂତ ହେଉଛି ତାତି। ଗୁଳିଗୁଳିରେ ଉପକୂଳବାସୀ କଲବଲ ହେଉଛନ୍ତି। ଗଲା ୩ ଦିନ ହେବ ଏହି ସ୍ଥିତି ଲୋକଙ୍କୁ ଅସମ୍ଭାଳ କରିଥିବା ବେଳେ ଆହୁରି ୨ ଦିନ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି। ସେପଟେ ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି। ସକାଳ ସାଢ଼େ […]

ଭୁବନେଶ୍ୱର : ତାତି ଓ ଗୁଳୁଗୁଳିରେ ଅସ୍ତବସ୍ତ ସାରା ଓଡ଼ିଶା। ସକାଳ ୮ରୁ ପଶ୍ଚିମରେ ଅନୁଭୂତ ହେଉଛି ତାତି। ଗୁଳିଗୁଳିରେ ଉପକୂଳବାସୀ କଲବଲ ହେଉଛନ୍ତି। ଗଲା ୩ ଦିନ ହେବ ଏହି ସ୍ଥିତି ଲୋକଙ୍କୁ ଅସମ୍ଭାଳ କରିଥିବା ବେଳେ ଆହୁରି ୨ ଦିନ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ସେପଟେ ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି। ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି । ଅନ୍ୟପଟେ ପ୍ରାୟ ମାସେ ପରେ ରାଜ୍ୟରେ ଗତକାଲି ପୁଣି ଥରେ ତାପମାତ୍ରା ୪୬ ଡିଗ୍ରୀ ଡେଇଁଥିବା ବେଳେ ଏକାଧିକ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହୋଇଛି। ୪୬.୩ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ୧୦ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ବଲାଙ୍ଗିର ସମେତ ସୋନପୁରରେ ତାପମାତ୍ରା ୪୬.୨, ଟିଟିଲାଗଡ଼ ୪୬ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ ହୋଇଥିଲା। ସମ୍ବଲପୁର, ବୌଦ୍ଧ ଓ ହୀରାକୁଦରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା। ଏହାକୁ ମିଶାଇ ୭ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ସହ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ରାଜ୍ୟକୁ ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍‌ ରାଜସ୍ଥାନ ପଟୁ ଗରମ ପବନ ଆସୁଛି। ସେଠାରେ ଦୈନିକ ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ରହୁଥିବାରୁ ରାଜ୍ୟର ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହି ଗରମ ପବନ ତାତି ବୃଦ୍ଧି କରାଯାଉଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ବାସ୍ତବିକତା ତାପମାତ୍ରା ତୁଳନାରେ ତାତି ଯଥେଷ୍ଟ ଅଧିକ ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଏହାକୁ ‘ଫିଲ୍‌ ଲାଇକ୍‌ ଟେମ୍ପରେଚର’(ଅନୁଭବର ତାତି) କୁହାଯାଉଛି। ବୁଧବାର ପୁରୀରେ ଦ୍ୱିପ୍ରହର ସମୟରେ ତାପମାତ୍ରା ୩୪ ଡିଗ୍ରୀ ରହିଥିବା ବେଳେ ଏହି ସମୟରେ ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିଲା। ଏହାଦ୍ୱାରା ଏଠାରେ ଅତ୍ୟଧିକ ଗୁଳୁଗୁଳି ସହ ୫୨ ଡିଗ୍ରୀ ତାପମାତ୍ରା ଭଳି ସ୍ଥିତି ଅନୁଭୂତ ହୋଇଥିଲା। ସେହିପରି ଚାନ୍ଦବାଲିରେ ୩୭ ଡିଗ୍ରୀ ତାପମାତ୍ରା ସହ ୬୯ ପ୍ରତିଶତ ଆର୍ଦ୍ରତା ଯୋଗୁଁ ଏଠାରେ ୫୯ ଡିଗ୍ରୀ ଭଳି ସ୍ଥିତି ଅନୁଭୂତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ପାଣିପାଗ କେନ୍ଦ୍ର କହିଛି ଯେ ଏହି ସ୍ଥିତି ଆହୁରି ୨ ଦିନ ପର୍ଯ୍ୟନ୍ତ ଜାରି ରହିବ। ୧ ତାରିଖରୁ କାଳବୈଶାଖୀ ଜନିତ ବର୍ଷା ଓ ପବନ ଯୋଗୁଁ ସ୍ଥିତିରେ ପରିବର୍ତ୍ତନ ଆସିବ। ତେବେ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ଲହରୀ ସାଙ୍ଗକୁ ଉଷ୍ମ ଆର୍ଦ୍ର ପାଣିପାଗ ଜନିତ ଆଲର୍ଟ ଜାରି କରାଯାଇଛି। ଦିନ ଭଳି ରାତିରେ ବି ଗ୍ରୀଷ୍ମ ସ୍ଥିତି ଅନୁଭୂତ ହେବାକୁ ଥିବାରୁ ବହୁ ଜିଲ୍ଲା ପାଇଁ ଉଷ୍ମ ରାତ୍ରୀ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁଯାୟୀ ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗିରରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ସେହିପରି କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ଗ୍ରୀଷ୍ମ ଲହରି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଏହାସହିତ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼ରେ ଉଷ୍ମ ରାତ୍ରୀ ସ୍ଥିତି ନେଇ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଢେଙ୍କାନାଳ ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜନିତ ଆଲର୍ଟ ଜାରି କାରଯାଇଛି।

30 May 2024 By The Sakala

ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ : ଆହୁରି ଦୁଇ ଦିନ ସ୍ଥିତି ଅସମ୍ଭାଳ, ୧ରୁ କାଳବୈଶାଖୀ

ଭୁବନେଶ୍ୱର : ତାତି ଓ ଗୁଳୁଗୁଳିରେ ଅସ୍ତବସ୍ତ ସାରା ଓଡ଼ିଶା। ସକାଳ ୮ରୁ ପଶ୍ଚିମରେ ଅନୁଭୂତ ହେଉଛି ତାତି। ଗୁଳିଗୁଳିରେ ଉପକୂଳବାସୀ କଲବଲ ହେଉଛନ୍ତି। ଗଲା ୩ ଦିନ ହେବ ଏହି ସ୍ଥିତି ଲୋକଙ୍କୁ ଅସମ୍ଭାଳ କରିଥିବା ବେଳେ ଆହୁରି ୨ ଦିନ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

ସେପଟେ ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି। ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି । ଅନ୍ୟପଟେ ପ୍ରାୟ ମାସେ ପରେ ରାଜ୍ୟରେ ଗତକାଲି ପୁଣି ଥରେ ତାପମାତ୍ରା ୪୬ ଡିଗ୍ରୀ ଡେଇଁଥିବା ବେଳେ ଏକାଧିକ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହୋଇଛି। ୪୬.୩ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ୧୦ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ବଲାଙ୍ଗିର ସମେତ ସୋନପୁରରେ ତାପମାତ୍ରା ୪୬.୨, ଟିଟିଲାଗଡ଼ ୪୬ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ ହୋଇଥିଲା। ସମ୍ବଲପୁର, ବୌଦ୍ଧ ଓ ହୀରାକୁଦରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା। ଏହାକୁ ମିଶାଇ ୭ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ସହ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ରାଜ୍ୟକୁ ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍‌ ରାଜସ୍ଥାନ ପଟୁ ଗରମ ପବନ ଆସୁଛି। ସେଠାରେ ଦୈନିକ ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ରହୁଥିବାରୁ ରାଜ୍ୟର ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହି ଗରମ ପବନ ତାତି ବୃଦ୍ଧି କରାଯାଉଛି।

ବାସ୍ତବିକତା ତାପମାତ୍ରା ତୁଳନାରେ ତାତି ଯଥେଷ୍ଟ ଅଧିକ ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଏହାକୁ ‘ଫିଲ୍‌ ଲାଇକ୍‌ ଟେମ୍ପରେଚର’(ଅନୁଭବର ତାତି) କୁହାଯାଉଛି। ବୁଧବାର ପୁରୀରେ ଦ୍ୱିପ୍ରହର ସମୟରେ ତାପମାତ୍ରା ୩୪ ଡିଗ୍ରୀ ରହିଥିବା ବେଳେ ଏହି ସମୟରେ ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିଲା। ଏହାଦ୍ୱାରା ଏଠାରେ ଅତ୍ୟଧିକ ଗୁଳୁଗୁଳି ସହ ୫୨ ଡିଗ୍ରୀ ତାପମାତ୍ରା ଭଳି ସ୍ଥିତି ଅନୁଭୂତ ହୋଇଥିଲା। ସେହିପରି ଚାନ୍ଦବାଲିରେ ୩୭ ଡିଗ୍ରୀ ତାପମାତ୍ରା ସହ ୬୯ ପ୍ରତିଶତ ଆର୍ଦ୍ରତା ଯୋଗୁଁ ଏଠାରେ ୫୯ ଡିଗ୍ରୀ ଭଳି ସ୍ଥିତି ଅନୁଭୂତ ହୋଇଥିଲା।

ପାଣିପାଗ କେନ୍ଦ୍ର କହିଛି ଯେ ଏହି ସ୍ଥିତି ଆହୁରି ୨ ଦିନ ପର୍ଯ୍ୟନ୍ତ ଜାରି ରହିବ। ୧ ତାରିଖରୁ କାଳବୈଶାଖୀ ଜନିତ ବର୍ଷା ଓ ପବନ ଯୋଗୁଁ ସ୍ଥିତିରେ ପରିବର୍ତ୍ତନ ଆସିବ। ତେବେ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ଲହରୀ ସାଙ୍ଗକୁ ଉଷ୍ମ ଆର୍ଦ୍ର ପାଣିପାଗ ଜନିତ ଆଲର୍ଟ ଜାରି କରାଯାଇଛି। ଦିନ ଭଳି ରାତିରେ ବି ଗ୍ରୀଷ୍ମ ସ୍ଥିତି ଅନୁଭୂତ ହେବାକୁ ଥିବାରୁ ବହୁ ଜିଲ୍ଲା ପାଇଁ ଉଷ୍ମ ରାତ୍ରୀ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁଯାୟୀ ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗିରରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ସେହିପରି କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ଗ୍ରୀଷ୍ମ ଲହରି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଏହାସହିତ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼ରେ ଉଷ୍ମ ରାତ୍ରୀ ସ୍ଥିତି ନେଇ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଢେଙ୍କାନାଳ ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜନିତ ଆଲର୍ଟ ଜାରି କାରଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର