ଆଜିଠୁ ରାଜ୍ୟରେ ଭୟଙ୍କର ତାତି; ୨ ଦିନରେ ବଢ଼ିବ ୫ ଡିଗ୍ରୀ, ୪ ଜିଲ୍ଲାକୁ ଆଲର୍ଟ

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରବଳ ତାତି ଆରମ୍ଭ ହେବ। ଏପ୍ରିଲ୍‌‌ ମାସ ପରେ ଏହା ଦ୍ୱିତୀୟ ପର୍ଯ୍ୟାୟ ତାତି ହେବାକୁ ଥିବା ବେଳେ ଏହି ସମୟରେ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବ। ୧୫ରୁ ତାତି ଆରମ୍ଭ ହୋଇ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ତାତି ବୃଦ୍ଧି ଯୋଗୁଁ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାକୁ ଥିବା ବେଳେ ବହୁ ସ୍ଥାନରେ ତାପମାତ୍ରା […]

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରବଳ ତାତି ଆରମ୍ଭ ହେବ। ଏପ୍ରିଲ୍‌‌ ମାସ ପରେ ଏହା ଦ୍ୱିତୀୟ ପର୍ଯ୍ୟାୟ ତାତି ହେବାକୁ ଥିବା ବେଳେ ଏହି ସମୟରେ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବ। ୧୫ରୁ ତାତି ଆରମ୍ଭ ହୋଇ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ତାତି ବୃଦ୍ଧି ଯୋଗୁଁ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାକୁ ଥିବା ବେଳେ ବହୁ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବ। ଏଭଳି ସ୍ଥିତି ପାଇଁ ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ପାଇଁ ହିଟ୍‌‌ ୱେଭ୍‌‌ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ରାଜ୍ୟକୁ ଶୁଷ୍କ ପବନ ପ୍ରବେଶ କରିବାର ଥିବାରୁ ରାଜ୍ୟରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ। ୨ ଦିନ ମଧ୍ୟରେ ଅନେକ ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଏବେ ସୁଦ୍ଧା ଅନେକ ସ୍ଥାନରେ ୪୩ ଡିଗ୍ରୀ ତାପମାତ୍ରା ପହଞ୍ଚି ସାରିଥିବାରୁ ତାପମାତ୍ରା ବୃଦ୍ଧି ପରେ କିଛି ସ୍ଥାନରେ ତାତି ୪୬ ଡିଗ୍ରୀ ଛୁଇଁବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ସତର୍କ କରାଇଛନ୍ତି। ଗ୍ରୀଷ୍ମକାଳୀନ ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଝାରୁସୁଗଡ଼ାରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୪୨.୨, ସୁନ୍ଦରଗଡ଼ରେ ୪୧.୮, ତାଳଚେରରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଛି। ମୋଟ୍‌‌ ୧୪ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

15 May 2023 By The Sakala

ଆଜିଠୁ ରାଜ୍ୟରେ ଭୟଙ୍କର ତାତି; ୨ ଦିନରେ ବଢ଼ିବ ୫ ଡିଗ୍ରୀ, ୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରବଳ ତାତି ଆରମ୍ଭ ହେବ। ଏପ୍ରିଲ୍‌‌ ମାସ ପରେ ଏହା ଦ୍ୱିତୀୟ ପର୍ଯ୍ୟାୟ ତାତି ହେବାକୁ ଥିବା ବେଳେ ଏହି ସମୟରେ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବ। ୧୫ରୁ ତାତି ଆରମ୍ଭ ହୋଇ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ତାତି ବୃଦ୍ଧି ଯୋଗୁଁ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାକୁ ଥିବା ବେଳେ ବହୁ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବ। ଏଭଳି ସ୍ଥିତି ପାଇଁ ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ପାଇଁ ହିଟ୍‌‌ ୱେଭ୍‌‌ ଆଲର୍ଟ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ରାଜ୍ୟକୁ ଶୁଷ୍କ ପବନ ପ୍ରବେଶ କରିବାର ଥିବାରୁ ରାଜ୍ୟରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ। ୨ ଦିନ ମଧ୍ୟରେ ଅନେକ ସ୍ଥାନରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଏବେ ସୁଦ୍ଧା ଅନେକ ସ୍ଥାନରେ ୪୩ ଡିଗ୍ରୀ ତାପମାତ୍ରା ପହଞ୍ଚି ସାରିଥିବାରୁ ତାପମାତ୍ରା ବୃଦ୍ଧି ପରେ କିଛି ସ୍ଥାନରେ ତାତି ୪୬ ଡିଗ୍ରୀ ଛୁଇଁବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ସତର୍କ କରାଇଛନ୍ତି। ଗ୍ରୀଷ୍ମକାଳୀନ ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଝାରୁସୁଗଡ଼ାରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୪୨.୨, ସୁନ୍ଦରଗଡ଼ରେ ୪୧.୮, ତାଳଚେରରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଛି। ମୋଟ୍‌‌ ୧୪ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର