ଆଶ୍ୱିନରେ ବୈଶାଖ ତାତି, ୩୬ ଡିଗ୍ରୀ ଉପରେ ରାଜ୍ୟର ୫ ସହର

The Sakala Picture
Published On

ଭୁବନେଶ୍ୱର : ଆଶ୍ୱିନ ଆସି ଅଧା ହେଲାଣି। ପ୍ରାୟ ଦଶନ୍ଧି ପୂର୍ବରୁ ଏହି ସମୟରେ ଶୀତର ପହିଲି ଛୁଆଁ ଦେହରେ ଲାଗୁଥିଲା। ମାତ୍ର ଏବେ ରାଜ୍ୟରେ ଅନୁଭୂତ ହେଉଛି ବୈଶାଖ ସମ ତାତି। ସକାଳ ୯ ଟାରୁ ପ୍ରବଳ ତାତି ଆରମ୍ଭ ହୋଇ ଦିନ ୩ ଟା ପର୍ଯ୍ୟନ୍ତ ପ୍ରଭାବ ରହୁଛି। ସପ୍ତାହେ ହେବ ଏଭଳି ସ୍ଥିତି ଜାରି ରହିଥିବା ବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର […]

ଭୁବନେଶ୍ୱର : ଆଶ୍ୱିନ ଆସି ଅଧା ହେଲାଣି। ପ୍ରାୟ ଦଶନ୍ଧି ପୂର୍ବରୁ ଏହି ସମୟରେ ଶୀତର ପହିଲି ଛୁଆଁ ଦେହରେ ଲାଗୁଥିଲା। ମାତ୍ର ଏବେ ରାଜ୍ୟରେ ଅନୁଭୂତ ହେଉଛି ବୈଶାଖ ସମ ତାତି। ସକାଳ ୯ ଟାରୁ ପ୍ରବଳ ତାତି ଆରମ୍ଭ ହୋଇ ଦିନ ୩ ଟା ପର୍ଯ୍ୟନ୍ତ ପ୍ରଭାବ ରହୁଛି। ସପ୍ତାହେ ହେବ ଏଭଳି ସ୍ଥିତି ଜାରି ରହିଥିବା ବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବୁଧବାର ରାଜ୍ୟର ୨୧ ସହରରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ୩୭ ଡିଗ୍ରୀ ସହ ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଅନ୍ୟ ୫ ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି।

ଆହୁରି ପଢ଼ନ୍ତୁ: କୋକୋଇ ବନ୍ଧା ସରିଥିଲା, ଅନ୍ତିମ ସଂସ୍କାର ବେଳେ ଚେଇଁ ଉଠିଲା ଶବ

ତାତି ସହ ତାପମାତ୍ରା ବୃଦ୍ଧି ଚାଷ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ବିଶେଷ କରି ତାତି ଯୋଗୁଁ ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦେବାଶିଷ ଜେନା କହିଛନ୍ତି ଯେ ବର୍ତ୍ତମାନ ଧାନ ଫୁଲ ଧରିବା ସ୍ଥିତିରେ। ଏବେ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହୁଛି। ମୁଖ୍ୟତଃ ରାତି ତାପମାତ୍ରା ଅଧିକ ରହିଲେ ଧାନ ଉପରେ କୁପ୍ରଭାବ ପଡ଼ିବ। ଏହାଦ୍ୱାରା ଧାନର ଗର୍ଭଧାରଣ ପ୍ରକ୍ରିୟାରେ ପ୍ରଭାବ ପଡ଼ିବ। ଦ୍ୱିତୀୟରେ ପରାଗ ସଂଗମ ଓ ଫଳ ଧରିବା ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବ। ଏହି ସମୟରେ ତାପମାତ୍ରା ଅଧିକ ଓ ପାଣିର ଅଭାବ ରହିଲେ ଧାନ ଅମଳ କ୍ଷମତା ହ୍ରାସ ହୋଇଥାଏ। ଏହାଦ୍ୱାରା ପ୍ରାୟତଃ ୬୦ ପ୍ରତିଶତ ପର୍ଯ୍ୟନ୍ତ ଅମଳ ହ୍ରାସ ହେବାର ଆଶଙ୍କା ରହିଥାଏ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

ବର୍ତ୍ତମାନ ସମୟରେ ସର୍ବାଧିକ ତାପମାତ୍ରା ୩୦-୩୫ ଡିଗ୍ରୀ ମଧ୍ୟରେ ସୀମିତ ରହିବା କଥା। ହେଲେ ଅଧିକାଂଶ ଜିଲ୍ଲାରେ ବର୍ତ୍ତମାନ ୩୫-୩୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହୁଛି। ଯାହାକି ଧାନ ଚାଷ ଉପରେ ପ୍ରଭାବ ପକାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ତାପମାତ୍ରା ଅଧିକ ରହିବା ଦ୍ୱାରା ଉକୁଣିଆ ପୋକ (ଥ୍ରୀପ୍ସ) ଓ ଦହିଆ ପୋକ(ମିଲିବଗ୍‌‌)ର ପ୍ରଭାବ ବଢ଼଼ିଥାଏ। ବର୍ତ୍ତମାନ ସାଧାରଣତଃ ୫-୧୦ ସେଣ୍ଟିମିଟର ପର୍ଯ୍ୟନ୍ତ ପାଣି ରଖିବା ଉଚିତ। ଏଥିପାଇଁ ଆବଶ୍ୟକୀୟ ଜଳସେଚନ କରିବା ସହିତ ଏହି ପୋକ ଦାଉରୁ ଫସଲ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ପାରାଦୀପରେ ଅକ୍ଟୋବର ମାସର ସର୍ବକାଳୀନ ତାତି ରେକର୍ଡ ଭଙ୍ଗ ହୋଇଛି। ଏହା ପୂର୍ବରୁ ୧୦ ଅକ୍ଟୋବର ୨୦୦୬ରେ ୩୬ ଡିଗ୍ରୀ ତାପମାତ୍ରା ରହିଥିଲା। ଏହା ସର୍ବକାଳୀନ ରେକର୍ଡ ହୋଇଥିବା ବେଳେ ବୁଧବାର ୩୬.୫ ଡିଗ୍ରୀ ସହ ଏହି ରେକର୍ଡ ଭଙ୍ଗ ହୋଇଛି।

ଆହୁରି ପଢ଼ନ୍ତୁ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନରେ କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ସଂସଦରେ ମାନସଙ୍କ ଉଦ୍‌ବେଗ

12 Oct 2023 By The Sakala

ଆଶ୍ୱିନରେ ବୈଶାଖ ତାତି, ୩୬ ଡିଗ୍ରୀ ଉପରେ ରାଜ୍ୟର ୫ ସହର

ଭୁବନେଶ୍ୱର : ଆଶ୍ୱିନ ଆସି ଅଧା ହେଲାଣି। ପ୍ରାୟ ଦଶନ୍ଧି ପୂର୍ବରୁ ଏହି ସମୟରେ ଶୀତର ପହିଲି ଛୁଆଁ ଦେହରେ ଲାଗୁଥିଲା। ମାତ୍ର ଏବେ ରାଜ୍ୟରେ ଅନୁଭୂତ ହେଉଛି ବୈଶାଖ ସମ ତାତି। ସକାଳ ୯ ଟାରୁ ପ୍ରବଳ ତାତି ଆରମ୍ଭ ହୋଇ ଦିନ ୩ ଟା ପର୍ଯ୍ୟନ୍ତ ପ୍ରଭାବ ରହୁଛି। ସପ୍ତାହେ ହେବ ଏଭଳି ସ୍ଥିତି ଜାରି ରହିଥିବା ବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବୁଧବାର ରାଜ୍ୟର ୨୧ ସହରରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ୩୭ ଡିଗ୍ରୀ ସହ ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଅନ୍ୟ ୫ ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି।

ତାତି ସହ ତାପମାତ୍ରା ବୃଦ୍ଧି ଚାଷ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ବିଶେଷ କରି ତାତି ଯୋଗୁଁ ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦେବାଶିଷ ଜେନା କହିଛନ୍ତି ଯେ ବର୍ତ୍ତମାନ ଧାନ ଫୁଲ ଧରିବା ସ୍ଥିତିରେ। ଏବେ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହୁଛି। ମୁଖ୍ୟତଃ ରାତି ତାପମାତ୍ରା ଅଧିକ ରହିଲେ ଧାନ ଉପରେ କୁପ୍ରଭାବ ପଡ଼ିବ। ଏହାଦ୍ୱାରା ଧାନର ଗର୍ଭଧାରଣ ପ୍ରକ୍ରିୟାରେ ପ୍ରଭାବ ପଡ଼ିବ। ଦ୍ୱିତୀୟରେ ପରାଗ ସଂଗମ ଓ ଫଳ ଧରିବା ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବ। ଏହି ସମୟରେ ତାପମାତ୍ରା ଅଧିକ ଓ ପାଣିର ଅଭାବ ରହିଲେ ଧାନ ଅମଳ କ୍ଷମତା ହ୍ରାସ ହୋଇଥାଏ। ଏହାଦ୍ୱାରା ପ୍ରାୟତଃ ୬୦ ପ୍ରତିଶତ ପର୍ଯ୍ୟନ୍ତ ଅମଳ ହ୍ରାସ ହେବାର ଆଶଙ୍କା ରହିଥାଏ ବୋଲି ସେ କହିଛନ୍ତି।

ବର୍ତ୍ତମାନ ସମୟରେ ସର୍ବାଧିକ ତାପମାତ୍ରା ୩୦-୩୫ ଡିଗ୍ରୀ ମଧ୍ୟରେ ସୀମିତ ରହିବା କଥା। ହେଲେ ଅଧିକାଂଶ ଜିଲ୍ଲାରେ ବର୍ତ୍ତମାନ ୩୫-୩୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହୁଛି। ଯାହାକି ଧାନ ଚାଷ ଉପରେ ପ୍ରଭାବ ପକାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ତାପମାତ୍ରା ଅଧିକ ରହିବା ଦ୍ୱାରା ଉକୁଣିଆ ପୋକ (ଥ୍ରୀପ୍ସ) ଓ ଦହିଆ ପୋକ(ମିଲିବଗ୍‌‌)ର ପ୍ରଭାବ ବଢ଼଼ିଥାଏ। ବର୍ତ୍ତମାନ ସାଧାରଣତଃ ୫-୧୦ ସେଣ୍ଟିମିଟର ପର୍ଯ୍ୟନ୍ତ ପାଣି ରଖିବା ଉଚିତ। ଏଥିପାଇଁ ଆବଶ୍ୟକୀୟ ଜଳସେଚନ କରିବା ସହିତ ଏହି ପୋକ ଦାଉରୁ ଫସଲ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ପାରାଦୀପରେ ଅକ୍ଟୋବର ମାସର ସର୍ବକାଳୀନ ତାତି ରେକର୍ଡ ଭଙ୍ଗ ହୋଇଛି। ଏହା ପୂର୍ବରୁ ୧୦ ଅକ୍ଟୋବର ୨୦୦୬ରେ ୩୬ ଡିଗ୍ରୀ ତାପମାତ୍ରା ରହିଥିଲା। ଏହା ସର୍ବକାଳୀନ ରେକର୍ଡ ହୋଇଥିବା ବେଳେ ବୁଧବାର ୩୬.୫ ଡିଗ୍ରୀ ସହ ଏହି ରେକର୍ଡ ଭଙ୍ଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର