ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ: ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଲା ମାର୍ଚ୍ଚ ମାସ

The Sakala Picture
Published On

ନୂଆଦିଲ୍ଲୀ: କେବଳ ଓଡ଼ିଶା ନୁହେଁ ଦେଶରେ ବିଭିନ୍ନ ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସମ୍ଭାଳ ଗରମ ଅନୁଭତ ହେଉଛୁ। ଏହାରି ମଧ୍ଯରେ ଚଳିତ ମାର୍ଚ୍ଚ ମାସ ସବୁଠୁ ଉତ୍ତପ୍ତ ଭାବେ ପରିଗଣିତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ମାର୍ଚ୍ଚ ମାସ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଛି। ୧୯୦୧ ପରଠାରୁ ମାର୍ଚ୍ଚ ମାସରେ କେବେ ଏଭଳି ଗରମ ଅନୁଭୂତ ହୋଇନଥିଲା।  ଚଳିତ ମାର୍ଚ୍ଚ ମାସରେ ଆଭରେଜ୍‌ ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ ରେକର୍ଡ଼ […]

ନୂଆଦିଲ୍ଲୀ: କେବଳ ଓଡ଼ିଶା ନୁହେଁ ଦେଶରେ ବିଭିନ୍ନ ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସମ୍ଭାଳ ଗରମ ଅନୁଭତ ହେଉଛୁ। ଏହାରି ମଧ୍ଯରେ ଚଳିତ ମାର୍ଚ୍ଚ ମାସ ସବୁଠୁ ଉତ୍ତପ୍ତ ଭାବେ ପରିଗଣିତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ମାର୍ଚ୍ଚ ମାସ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଛି। ୧୯୦୧ ପରଠାରୁ ମାର୍ଚ୍ଚ ମାସରେ କେବେ ଏଭଳି ଗରମ ଅନୁଭୂତ ହୋଇନଥିଲା।  ଚଳିତ ମାର୍ଚ୍ଚ ମାସରେ ଆଭରେଜ୍‌ ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଉତ୍ତର-ପଶ୍ଚିମରୁ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଥିବରୁ ଦେଶର ପାରଦ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀ ସବୁଠରୁ ଉତ୍ତପ୍ତ ସହର ପାଲଟିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଗୁରୁବାର ଦିଲ୍ଲୀର ଅନେକ ଅଞ୍ଚଳରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ତେବେ ଆଗକୁ ହିଟ୍‌ ୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୁଖ୍ୟତଃ ଏପ୍ରିଲ ୩ରୁ ୬ ମଧ୍ୟରେ ଉତ୍କଟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଲୋକମାନଙ୍କୁ ପାଣିପାଗ ବିଭାଗ ସତର୍କ କରାଯାଇଛି ଖରାରେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର