ଆହୁରି ତ୍ୱରାନ୍ୱିତ ହେବ ସ୍ୱାସ୍ଥ୍ୟ ସେବା: ସମସ୍ୟାର କାରଣ ଖୋଜାଯିବ, ସେବା ହେବ ଶୃଙ୍ଖଳିତ

The Sakala Picture
Published On

ଭୁବନେଶ୍ୱର: ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଭିତ୍ତିଭୂମି ନିର୍ମାଣ କରୁଛନ୍ତି ; ନିୟମିତ ନିଯୁକ୍ତି ମାଧ୍ୟମରେ ଖାଲି ପଦବୀ ପୂରଣ କରାଯାଉଛି । ମୋ ସରକାର ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ସେବାକୁ ନେଇ ସର୍ବାଧିକ ହିତାଧିକାରୀ ସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହି ସେବାକୁ ଆହୁରି ଶୃଙ୍ଖଳିତ କରାଯିବା ନିମନ୍ତେ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା ମୁଖ୍ୟାଳୟ ଅବା ମେଡିକାଲ କଲେଜର ସମସ୍ୟା ଅନୁଧ୍ୟାନ କରି ଏହାର ସମାଧାନ ନିମନ୍ତେ ବିଭାଗ ଆରମ୍ଭ […]

ଭୁବନେଶ୍ୱର: ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଭିତ୍ତିଭୂମି ନିର୍ମାଣ କରୁଛନ୍ତି ; ନିୟମିତ ନିଯୁକ୍ତି ମାଧ୍ୟମରେ ଖାଲି ପଦବୀ ପୂରଣ କରାଯାଉଛି । ମୋ ସରକାର ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ସେବାକୁ ନେଇ ସର୍ବାଧିକ ହିତାଧିକାରୀ ସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହି ସେବାକୁ ଆହୁରି ଶୃଙ୍ଖଳିତ କରାଯିବା ନିମନ୍ତେ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା ମୁଖ୍ୟାଳୟ ଅବା ମେଡିକାଲ କଲେଜର ସମସ୍ୟା ଅନୁଧ୍ୟାନ କରି ଏହାର ସମାଧାନ ନିମନ୍ତେ ବିଭାଗ ଆରମ୍ଭ କରିଛି ପ୍ରକ୍ରିୟା । କେବଳ ଡାକ୍ତରଖାନା ନୁହେଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ପରିସରକୁ ଆହୁରି ବ୍ୟାପକ କରାଯିବା ସହ ସ୍ୱାସ୍ଥ୍ୟ ସେବା ସହ ଜଡିତ କ୍ଷେତ୍ର ଉପରେ ମଧ୍ୟ ନଜର ଦିଆଯିବ । ରାଜ୍ୟରେ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥାରେ ଆହୁରି ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ ବିଭାଗ ହେଲଥ୍‌ ସିଷ୍ଟମ୍‌ ଟ୍ରାନ୍ସଫର୍ମେସନ୍‌ ପ୍ଲାଟଫର୍ମ (ଏଚ୍‌ଏସ୍‌ଟିପି) ସହିତ ହାତ ମିଳାଇଛି । ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ସେବାରେ ବିକାଶ ପାଇଁ କାମ କରୁଥିବା ଏହି ଅଣଲାଭକାରୀ ଅନୁଷ୍ଠାନ ବିଭିନ୍ନ ଦିଗକୁ ନେଇ କାମ କରିବ । ମୋଟାମୋଟି ଭାବେ ସ୍ୱାସ୍ଥ୍ୟ ସେବା ଉପରେ ଜନସାଧରଣଙ୍କ ସନ୍ତୁଷ୍ଟିି ସହିତ ନୂଆ ନୂଆ ଚିକିତ୍ସା ପଦ୍ଧତି ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଯୋଗସୂତ୍ର ରକ୍ଷା କରିବ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ତ୍ୱରାନ୍ୱିତ କରିବା, ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ଉପଲବ୍ଧ ବ୍ୟବସ୍ଥାରେ ଉନ୍ନତି ଆଣିବା, କଲ୍ୟାଣମୂଳକ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପାଇଁ ପାଣ୍ଠି ବିନିଯୋଗ, ଡିଜିଟାଲ ବ୍ୟବସ୍ଥା ଏବଂ ଅନ୍ୟ କ୍ଷେତ୍ରରେ ସୁଧାର ଆଣିବା ଦିଗରେ ଏହି ଏଚ୍‌ଏସ୍‌ଟିପି ସ୍ୱାସ୍ଥ୍ୟ ବିଭାଗକୁ ସହାୟତା ପ୍ରଦାନ କରିବ । ମୁଖ୍ୟତଃ ସ୍ୱାସ୍ଥ୍ୟ ବ୍ୟବସ୍ଥା ଡିଜାଇନ୍‌, ରଣନୀତି, ଗବେଷଣା ଏବଂ ସମ୍ବଳର ସଦୁପଯୋଗ କରିବା ଉପରେ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ଏବଂ ଏଚ୍‌ଏସ୍‌ଟିପି ମଧ୍ୟରେ ଭାଗିଦାରୀ ଚିକିତ୍ସା ବିଜ୍ଞାନରେ ନୂଆ ଉଦ୍ଭାବନ, ସଫଳ କାର୍ଯ୍ୟ ଆଦିକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ । ଏହାର ନିଷ୍କର୍ସକୁ ନେଇ ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯିବ । ଏହି ଅନୁଷ୍ଠାନ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ନିଜର ଅଭିଜ୍ଞତାକୁ ଓଡ଼ିଶାରେ ବିନିଯୋଗ କରିବ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ସମ୍ପ୍ରତି ଭାରତ ସମେତ ବିଶ୍ୱରେ ବିଭିନ୍ନ ପ୍ରକାର ନୂଆ ଏବଂ ଘାତକ ସଂକ୍ରାମକ ତଥା ଅଣ ସଂକ୍ରାମକ ରୋଗ ସମେତ ଅନେକ ଅଜଣା ରୋଗ ଚିକିତ୍ସା ବିଜ୍ଞାନ ପ୍ରତି ଆହ୍ୱାନ ସୃଷ୍ଟି କରୁଛି । ଓଡିଶାରେ ସ୍କ୍ରବ୍‌ ଟାଇଫସ୍‌ ଠାରୁ ଆରମ୍ଭ କରି ଡେଙ୍ଗୁ, ଆନ୍ଥ୍ରାକ୍ସ ତଥା ବିରଳ ରୋଗ ଦେଖା ଦେଉଛି । ତେବେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡିଶା ଯଥେଷ୍ଟ ଅଗ୍ରଗତି କରିଥିବା ବେଳେ ରାଜ୍ୟରେ ଥିବା କେନ୍ଦ୍ରୀୟ ଓ ଆଞ୍ଚଳିକ ଗବେଷଣା ପ୍ରତିଷ୍ଠାନ ନୂଆ ନୂଆ ଆବିଷ୍କାର କରୁଛନ୍ତି । ସେହିପରି ରାଜ୍ୟରେ ଅନେକ ବିରଳ ରୋଗର ସଫଳ ଚିକିତ୍ସା ସମ୍ଭବ ହେଉଛି । ଏପରିସ୍ଥଳେ ଏଚ୍‌ଏସ୍‌ଟିପି ନୂଆ ତଥା ପୁରୁଣା ଜ୍ଞାନର ଆଦାନ ପ୍ରଦାନ ସହିତ ଗବେଷଣା କ୍ଷେତ୍ରକୁ ସମୃଦ୍ଧ କରିବ ବୋଲି କୁହାଯାଇଛି । ଅପରପକ୍ଷେ ସରକାରୀ ସ୍ୱାସ୍ଥ୍ୟ ସେବା ଗତ ଦୁଇ ଦଶନ୍ଧୀ ମଧ୍ୟରେ ନୂଆ ରୂପାନ୍ତରଣ ଦେଖିଥିବା ବେଳେ ମୌଳିକ ଭିତ୍ତିଭୂମିରେ ସୁଧାର ଏଥିରେ ଆହୁରି ପରିବର୍ତ୍ତନ ଆଣିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର