ଜାତୀୟ ହାରଠାରୁ ଓଡ଼ିଶାରେ ଅପରାଧ ଅଧା

The Sakala Picture
Published On

ଭୁବନେଶ୍ୱର: ଜାତୀୟ ହାର ତୁଳନାରେ ଓଡ଼ିଶାର ଅପରାଧ ହାର ଯଥେଷ୍ଟ କମ୍ । ଏହା ହେଉଛି ଜାତୀୟ ଅପରାଧ ନଥି ସଂସ୍ଥା (ଏନସିଆର୍‌ବି) ସଦ୍ୟ ପ୍ରକାଶିତ ରିପୋର୍ଟ। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଦେଶରେ ହାରାହାରି ୪୮୭.୮ ଟି ଅପରାଧ ସଂଘଟିତ ହେଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ମାତ୍ର ୨୯୫.୨। ତାମିଲନାଡୁ ଦିଲ୍ଲୀ, ଗୁଜରାଟ, ହରିଆଣା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ପରି ବଡ଼ବଡ଼ ରାଜ୍ୟରେ ଯେତିକି ଅପରାଧ ଘଟୁଛି ଓଡ଼ିଶାରେ ତାହା ତୁଳନାରେ କମ ଅପରାଧ […]

ଭୁବନେଶ୍ୱର: ଜାତୀୟ ହାର ତୁଳନାରେ ଓଡ଼ିଶାର ଅପରାଧ ହାର ଯଥେଷ୍ଟ କମ୍ । ଏହା ହେଉଛି ଜାତୀୟ ଅପରାଧ ନଥି ସଂସ୍ଥା (ଏନସିଆର୍‌ବି) ସଦ୍ୟ ପ୍ରକାଶିତ ରିପୋର୍ଟ। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଦେଶରେ ହାରାହାରି ୪୮୭.୮ ଟି ଅପରାଧ ସଂଘଟିତ ହେଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ମାତ୍ର ୨୯୫.୨। ତାମିଲନାଡୁ ଦିଲ୍ଲୀ, ଗୁଜରାଟ, ହରିଆଣା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ପରି ବଡ଼ବଡ଼ ରାଜ୍ୟରେ ଯେତିକି ଅପରାଧ ଘଟୁଛି ଓଡ଼ିଶାରେ ତାହା ତୁଳନାରେ କମ ଅପରାଧ ଘଟୁଥିବା ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ବିରୋଧୀ ବିଜେପି ସବୁବେଳେ ସରକାରଙ୍କୁ ନିଶାଣ କରୁଛି। ମାତ୍ର ଦେଖିବାକୁ ଗଲେ ବିଜେପି ଶାସିତ ରାଜ୍ୟରେ ଅପରାଧ ହାର ଓଡ଼ିଶାଠାରୁ ୩ ଗୁଣ ଅଧିକ । ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିଧାନସଭାରେ ହଙ୍ଗାମା କରୁଛି, ରାଜ୍ୟ ସରକାରଙ୍କଠାରୁ ଶ୍ବେତପତ୍ର ଦାବି କରୁଛି। ମାତ୍ର ବିଜେପି ଶାସିତ ଗୁଜରାଟ, ମଧ୍ୟପ୍ରଦେଶ, ହରିଆଣା ଆଦି ରାଜ୍ୟରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଯେତିକି ଅପରାଧ ଘଟୁଛି ଓଡ଼ିଶାରେ ତାହାର ପରିମାଣ ଏକ ତୃତୀୟାଂଶ ବୋଲି ଜାତୀୟ ଅପରାଧ ନଥ୍ ସଂସ୍ଥା ରିପୋର୍ଟରେ ଦର୍ଶାଯାଇଛି ।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ତାମିଲନାଡୁରେ ଅପରାଧ ସଂଖ୍ୟା ହେଉଛି ୧୮୦୮. ୮। ଦିଲ୍ଲୀରେ ଏହି ସଂଖ୍ୟା ୧୩୦୯ ରୁ ଅଧିକ। ଗୁଜରାଟରେ ପ୍ରତି ୧ ଲକ୍ଷ ଲୋକସଂଖ୍ୟାରେ ୧୦୧୧ଟି ଅପରାଧ ଘଟୁଛି । ହରିଆଣାରେ ଏହି ସଂଖ୍ୟା ୬୫୮, ମଧ୍ୟପ୍ରଦେଶରେ ୫୧୧ ଓ ମହାରାଷ୍ଟ୍ରରେ ଏହି ସଂଖ୍ୟା ୪୩୫.୮ । ଏହି ତୁଳନାରେ ଓଡ଼ିଶାରେ ଅପରାଧ ସଂଖ୍ୟା ଯଥେଷ୍ଟ କମ୍ |

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

ଅପରପକ୍ଷରେ ପଡ଼ୋଶୀ ତେଳଙ୍ଗାନା, ଆନ୍ଧ୍ରପ୍ରଦେଶ ତୁଳନାରେ ମଧ୍ୟ ଓଡ଼ିଶାରେ ଅପରାଧ ହାର ଯଥେଷ୍ଟ କମ୍ ବୋଲି ଅପରାଧ ନଥି ବ୍ୟୁରୋ ଉଲ୍ଲେଖ କରିଛି । ଓଡ଼ିଶା ଅପେକ୍ଷା ଆନ୍ଧ୍ରରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ପାଖାପାଖୁ ୧୮୦% ଅର୍ଥାତ ଅର୍ଥାତ ୪୫୨ଟି ଓ ତେଲଙ୍ଗାନାରେ ୧୫୦% ଅଧିକ ଅର୍ଥାତ୍ ୩୯୩ଟି ଅପରାଧ ଘଟୁଥିବା ଏହି ରିପୋର୍ଟରେ କୁହାଯାଇଛି।

18 Sep 2021 By The Sakala

ଜାତୀୟ ହାରଠାରୁ ଓଡ଼ିଶାରେ ଅପରାଧ ଅଧା

ଭୁବନେଶ୍ୱର: ଜାତୀୟ ହାର ତୁଳନାରେ ଓଡ଼ିଶାର ଅପରାଧ ହାର ଯଥେଷ୍ଟ କମ୍ । ଏହା ହେଉଛି ଜାତୀୟ ଅପରାଧ ନଥି ସଂସ୍ଥା (ଏନସିଆର୍‌ବି) ସଦ୍ୟ ପ୍ରକାଶିତ ରିପୋର୍ଟ। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଦେଶରେ ହାରାହାରି ୪୮୭.୮ ଟି ଅପରାଧ ସଂଘଟିତ ହେଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ମାତ୍ର ୨୯୫.୨। ତାମିଲନାଡୁ ଦିଲ୍ଲୀ, ଗୁଜରାଟ, ହରିଆଣା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ପରି ବଡ଼ବଡ଼ ରାଜ୍ୟରେ ଯେତିକି ଅପରାଧ ଘଟୁଛି ଓଡ଼ିଶାରେ ତାହା ତୁଳନାରେ କମ ଅପରାଧ ଘଟୁଥିବା ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ବିରୋଧୀ ବିଜେପି ସବୁବେଳେ ସରକାରଙ୍କୁ ନିଶାଣ କରୁଛି। ମାତ୍ର ଦେଖିବାକୁ ଗଲେ ବିଜେପି ଶାସିତ ରାଜ୍ୟରେ ଅପରାଧ ହାର ଓଡ଼ିଶାଠାରୁ ୩ ଗୁଣ ଅଧିକ । ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିଧାନସଭାରେ ହଙ୍ଗାମା କରୁଛି, ରାଜ୍ୟ ସରକାରଙ୍କଠାରୁ ଶ୍ବେତପତ୍ର ଦାବି କରୁଛି। ମାତ୍ର ବିଜେପି ଶାସିତ ଗୁଜରାଟ, ମଧ୍ୟପ୍ରଦେଶ, ହରିଆଣା ଆଦି ରାଜ୍ୟରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଯେତିକି ଅପରାଧ ଘଟୁଛି ଓଡ଼ିଶାରେ ତାହାର ପରିମାଣ ଏକ ତୃତୀୟାଂଶ ବୋଲି ଜାତୀୟ ଅପରାଧ ନଥ୍ ସଂସ୍ଥା ରିପୋର୍ଟରେ ଦର୍ଶାଯାଇଛି ।

ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ତାମିଲନାଡୁରେ ଅପରାଧ ସଂଖ୍ୟା ହେଉଛି ୧୮୦୮. ୮। ଦିଲ୍ଲୀରେ ଏହି ସଂଖ୍ୟା ୧୩୦୯ ରୁ ଅଧିକ। ଗୁଜରାଟରେ ପ୍ରତି ୧ ଲକ୍ଷ ଲୋକସଂଖ୍ୟାରେ ୧୦୧୧ଟି ଅପରାଧ ଘଟୁଛି । ହରିଆଣାରେ ଏହି ସଂଖ୍ୟା ୬୫୮, ମଧ୍ୟପ୍ରଦେଶରେ ୫୧୧ ଓ ମହାରାଷ୍ଟ୍ରରେ ଏହି ସଂଖ୍ୟା ୪୩୫.୮ । ଏହି ତୁଳନାରେ ଓଡ଼ିଶାରେ ଅପରାଧ ସଂଖ୍ୟା ଯଥେଷ୍ଟ କମ୍ |

ଅପରପକ୍ଷରେ ପଡ଼ୋଶୀ ତେଳଙ୍ଗାନା, ଆନ୍ଧ୍ରପ୍ରଦେଶ ତୁଳନାରେ ମଧ୍ୟ ଓଡ଼ିଶାରେ ଅପରାଧ ହାର ଯଥେଷ୍ଟ କମ୍ ବୋଲି ଅପରାଧ ନଥି ବ୍ୟୁରୋ ଉଲ୍ଲେଖ କରିଛି । ଓଡ଼ିଶା ଅପେକ୍ଷା ଆନ୍ଧ୍ରରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ପାଖାପାଖୁ ୧୮୦% ଅର୍ଥାତ ଅର୍ଥାତ ୪୫୨ଟି ଓ ତେଲଙ୍ଗାନାରେ ୧୫୦% ଅଧିକ ଅର୍ଥାତ୍ ୩୯୩ଟି ଅପରାଧ ଘଟୁଥିବା ଏହି ରିପୋର୍ଟରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର