ସରସ୍ୱତୀ ପୂଜା ପାଇଁ ଜାରି ହେଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି କଟକଣା

The Sakala Picture
Published On

ଭୁବନେଶ୍ବର : ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଫେବ୍ରୁଆରୀ ପହିଲାରୁ ଫେବ୍ରୁଆରୀ ୨୮ ଯାଏଁ ଏହି ଗାଇଡଲାଇନ ଜାରି ରହିବ । ଫେବ୍ରୁଆରୀ ୫ରେ ସରସ୍ୱତୀ ପୂଜା ପଡୁଛି ତେଣୁ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ରୀତିନୀତି ଅନୁଯାୟୀ ମନ୍ଦିରରେ ସରସ୍ୱତୀ ପୂଜା ପାଳନ କରାଯିବ । ତେବେ ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ମିଳିଛି । ଏହାବାଦ୍ ଶିକ୍ଷାନୁଷ୍ଠାନରେ ସରସ୍ୱତୀ […]

ଭୁବନେଶ୍ବର : ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଫେବ୍ରୁଆରୀ ପହିଲାରୁ ଫେବ୍ରୁଆରୀ ୨୮ ଯାଏଁ ଏହି ଗାଇଡଲାଇନ ଜାରି ରହିବ । ଫେବ୍ରୁଆରୀ ୫ରେ ସରସ୍ୱତୀ ପୂଜା ପଡୁଛି ତେଣୁ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ରୀତିନୀତି ଅନୁଯାୟୀ ମନ୍ଦିରରେ ସରସ୍ୱତୀ ପୂଜା ପାଳନ କରାଯିବ । ତେବେ ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ମିଳିଛି । ଏହାବାଦ୍ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ମିଳିଛି, ତେବେ ଖୁବ କମ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ହୋଇପାରିବ । ଶିକ୍ଷାନୁଷ୍ଠାନ ଛାଡିଦେଲେ ସର୍ବସାଧାରଣରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ତେବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାଡିଦେଲେ ସର୍ବସାଧାରଣରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କୋଭିଡ ନିୟମାବଳନୀ ଅନୁଯାୟୀ ଲୋକମାନେ ନିଜ ଘରେ ସରସ୍ୱତୀ ପୂଜା ପାଳନ କରିପାରିବେ। ସେହିପରି ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ଦିଆଯାଇଛି।ଏହାଛଡା ସରସ୍ୱତୀ ପୂଜାରେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମାରେ ସମୁଦ୍ର, ନଦୀ, ପୋଖରୀ କିମ୍ବା ଅନ୍ୟ ଜଳାଶୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନେ ଏସବୁ ଜଳସ୍ରୋତରେ ବୁଡ଼ ପକାଇ ପାରିବେ ନାହିଁ। ତେବେ ମାଘ ମେଳା ଓ ମାଘ ପୂର୍ଣ୍ଣିମା ରୀତିନୀତି ଅନୁସାରେ ମନ୍ଦିର/ଦେବାଳୟରେ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହୋଇପାରିବ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନ୍ୟପଟେ ନୂଆ ନିୟମାବଳୀରେ ରାତ୍ରୀକାଳୀନ କର୍ଫ୍ୟୁ ଅବଧି ରାତି ୧୦ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏ ଜାରି ରହିବ ବୋଲି ଦର୍ଶାଯାଇଛି। ଜାନୁଆରୀ ମାସରେ ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେଉଥିଲା। ହେଲେ ଫେବୃଆରୀରେ ପୁଣିଥରେ ୧୦ଟାରୁ କର୍ଫ୍ୟୁ ଆରମ୍ଭ ହେବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫୁ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

31 Jan 2022 By The Sakala

ସରସ୍ୱତୀ ପୂଜା ପାଇଁ ଜାରି ହେଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି କଟକଣା

ଭୁବନେଶ୍ବର : ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଫେବ୍ରୁଆରୀ ପହିଲାରୁ ଫେବ୍ରୁଆରୀ ୨୮ ଯାଏଁ ଏହି ଗାଇଡଲାଇନ ଜାରି ରହିବ । ଫେବ୍ରୁଆରୀ ୫ରେ ସରସ୍ୱତୀ ପୂଜା ପଡୁଛି ତେଣୁ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ରୀତିନୀତି ଅନୁଯାୟୀ ମନ୍ଦିରରେ ସରସ୍ୱତୀ ପୂଜା ପାଳନ କରାଯିବ । ତେବେ ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ମିଳିଛି । ଏହାବାଦ୍ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ମିଳିଛି, ତେବେ ଖୁବ କମ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ହୋଇପାରିବ । ଶିକ୍ଷାନୁଷ୍ଠାନ ଛାଡିଦେଲେ ସର୍ବସାଧାରଣରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ତେବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାଡିଦେଲେ ସର୍ବସାଧାରଣରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କୋଭିଡ ନିୟମାବଳନୀ ଅନୁଯାୟୀ ଲୋକମାନେ ନିଜ ଘରେ ସରସ୍ୱତୀ ପୂଜା ପାଳନ କରିପାରିବେ। ସେହିପରି ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ଦିଆଯାଇଛି।ଏହାଛଡା ସରସ୍ୱତୀ ପୂଜାରେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମାରେ ସମୁଦ୍ର, ନଦୀ, ପୋଖରୀ କିମ୍ବା ଅନ୍ୟ ଜଳାଶୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନେ ଏସବୁ ଜଳସ୍ରୋତରେ ବୁଡ଼ ପକାଇ ପାରିବେ ନାହିଁ। ତେବେ ମାଘ ମେଳା ଓ ମାଘ ପୂର୍ଣ୍ଣିମା ରୀତିନୀତି ଅନୁସାରେ ମନ୍ଦିର/ଦେବାଳୟରେ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହୋଇପାରିବ।

ଅନ୍ୟପଟେ ନୂଆ ନିୟମାବଳୀରେ ରାତ୍ରୀକାଳୀନ କର୍ଫ୍ୟୁ ଅବଧି ରାତି ୧୦ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏ ଜାରି ରହିବ ବୋଲି ଦର୍ଶାଯାଇଛି। ଜାନୁଆରୀ ମାସରେ ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେଉଥିଲା। ହେଲେ ଫେବୃଆରୀରେ ପୁଣିଥରେ ୧୦ଟାରୁ କର୍ଫ୍ୟୁ ଆରମ୍ଭ ହେବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫୁ ଲାଗୁ ହେବ।

https://www.thesakala.in/latest-odisha-news/guidelines-for-saraswati-puja-know-what-the-restrictions/article-8880
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର