ଗୁରୁତର ଘଷିପୁରା ବିଧାୟକ ବଦ୍ରି ପାତ୍ର, ଭୁବନେଶ୍ୱରରୁ ହାଇଦ୍ରାବାଦକୁ କରାଗଲା ଏୟାର ଲିଫ୍ଟ

The Sakala Picture
Published On

ଭୁବନେଶ୍ବର : ଏୟାରଲିଫ୍ଟ ହେଲେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଛି । ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ ବଦ୍ରି ପାତ୍ରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର […]

ଭୁବନେଶ୍ବର : ଏୟାରଲିଫ୍ଟ ହେଲେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଛି । ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ ବଦ୍ରି ପାତ୍ରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସିନଥିଲା। ଯାହା ଫଳରେ ଆଜି ସନ୍ଧ୍ୟାରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ଏୟାର ଲିଫ୍ଟ କରାଯାଇଛି। ଏୟାର ଲିଫ୍ଟ ନେଇ ପୁଅ ଦେବପ୍ରିୟ ପାତ୍ର ଶନିବାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ମିିଳିଥିବା ସୂଚନା ମୁତାବକ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ହାର୍ଟରେ ଦୁଇଟି ଆଟେରୀ ବ୍ଲକେଜ୍ ଥିବା ଜଣାପଡିଥିଲା। ତୁରନ୍ତ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେନ୍ ଲଗାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଇଣ୍ଟରନାଲ ବ୍ଲିଡିଂ ଆରମ୍ଭ ହୋଇଥିଲା। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି। ଏଣୁ ତାଙ୍କର ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ପଠାଯାଇଛି । ଭୁବନେଶ୍ୱରର ଉକ୍ତ ହସପିଟାଲର ଏକ ଡାକ୍ତରୀ ଟିମ ବଦ୍ରି ପାତ୍ରଙ୍କ ସହ ହାଇଦ୍ରାବାଦ ଗସ୍ତ କରିଛି । ରାତି ୮ଟା ସୁଦ୍ଧା ହାଇଦ୍ରାବାଦ ଏଆଇଜି ହସ୍ପିଟାଲରେ ଆଡ଼ମିଶନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର