ବେସାହାରା ପରିବାରର ଦୁଃଖ ଶୁଣ ପ୍ରଶାସନ, ଆଣ୍ଠୁଏ ପାଣିରେ କଟୁଛି ଜୀବନ

The Sakala Picture
Published On

କେନ୍ଦ୍ରାପଡା : ଦୁଃଖ ଦାରିଦ୍ର୍ୟତା କଣ ଏହି ପରିବାରକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଉଛି । ଦୁଃଖୀ ରଙ୍କିଙ୍କ ପାଇଁ ସରକାରଙ୍କ କୁଢ଼ କୁଢ଼ ଯୋଜନା । ହେଲେ ସେସବୁ ଯେମେତି କାଗଜ କଲମରେ ସୀମିତ ଭଳି ମନେ ହୁଏ । ସ୍ଥାନୀୟ ପ୍ରଶାସନର ଲାଞ୍ଚ କାରବାର ଯୋଗୁ ଥିଲା ଵାଲାକୁ ସମସ୍ତ ସରକାରୀ ସୁବିଧା । ହେଲେ ଦୁଃଖୀ ରଙ୍କିଙ୍କୁ ଏଥିରୁ ବାଦ ଦିଆଯାଉଛି । ଆଉ ଯଦି ଏହିଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି […]

କେନ୍ଦ୍ରାପଡା : ଦୁଃଖ ଦାରିଦ୍ର୍ୟତା କଣ ଏହି ପରିବାରକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଉଛି । ଦୁଃଖୀ ରଙ୍କିଙ୍କ ପାଇଁ ସରକାରଙ୍କ କୁଢ଼ କୁଢ଼ ଯୋଜନା । ହେଲେ ସେସବୁ ଯେମେତି କାଗଜ କଲମରେ ସୀମିତ ଭଳି ମନେ ହୁଏ । ସ୍ଥାନୀୟ ପ୍ରଶାସନର ଲାଞ୍ଚ କାରବାର ଯୋଗୁ ଥିଲା ଵାଲାକୁ ସମସ୍ତ ସରକାରୀ ସୁବିଧା । ହେଲେ ଦୁଃଖୀ ରଙ୍କିଙ୍କୁ ଏଥିରୁ ବାଦ ଦିଆଯାଉଛି । ଆଉ ଯଦି ଏହିଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି ତେବେ ସ୍ଥାନୀୟ ତହସିଲଦାର କିମ୍ବା ବିଡ଼ିଓ ଆଉ ନିଜକୁ ସମାଜସେବୀ କହୁଥିବା କିଛି ବ୍ୟକ୍ତି ଅସହାୟ ପରିବାର ନିକଟରେ ପହଁଚି ବିସ୍କୁଟ, ଚୁଡା ଆଉ ପାଲ ଖଣ୍ଡେ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ପ୍ରିଣ୍ଟ ମିଡିଆ ପର୍ଯ୍ୟନ୍ତ ଖବର ପ୍ରକାଶିତ କରି ବାଃହବା ନେବା ଛଡା ଆଉ କିଛି ନାହିଁ ବୋଲି ଆଲୋଚନା ହୁଏ ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଚାରିପଟେ ପାଣି ଘେରି ରହିଛି । ପାଣି ଭିତରେ କଟୁଛି ମା ଓ ଝିଅଙ୍କ ଜୀବନ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ ଅଧିନ ନଇଁନ୍ଦିପୁର ଦାଶ ସାହିରେ । ଏହି ସାହିରେ ୭୦ ବର୍ଷୀୟ ବୃଦ୍ଧା ରେଣୁବାଳା ଦାଶ । ଆଉ ତାଙ୍କର ଗୋଟେ ୪୦ ବର୍ଷୀୟ ଅବିବାହିତ ଝିଅ । ରେଣୁବାଳାଙ୍କ ସ୍ୱାମୀ ଗତ ୧୬ ବର୍ଷ ହେଲା କୁଆଡେ ପଳାଇଛନ୍ତି । ଗୋଟେ ପୁଅ ବାହାରେ ଦାଦନ ଖଟୁଥିବା ବେଳେ ନିଜ ପରିବାର ଚଲେଇବା ତାଙ୍କ ପାଇଁ କଷ୍ଟକର। ଘରେ ଥିବା ଅନ୍ୟ ଗୋଟେ ପୁଅ ସୁଶାନ୍ତ କୁମାର ଦାଶ ଭିନ୍ନକ୍ଷମ । ସେ କୌଣସି କାମ କରିପାରୁନାହାନ୍ତି । ସୁଶାନ୍ତ ଆଉ ତାଙ୍କ ପତ୍ନୀ ଦିନେ ଖାଇଲେ ଦୁଇଦିନ ଉପାସ ।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

ତେବେ ଅବିବାହିତ ଭଉଣୀ ଆଉ ମାଙ୍କୁ ସେ କେଉଁଠୁ ଆଣି ଖାଇବାକୁ ଦେବେ । ସେପଟେ ମା ଆଉ ଝିଅ ଦୁହେଁ ପର ଘରେ ବୁଲି ବୁଲି ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଲଗାଣ ବର୍ଷାରେ ଝାଟି ମାଟି ଘର ଭାଙ୍ଗିଗଲା।  ଆଉ ଘରର ଚାରିପଟେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଲା। ଘର ଭିତରେ ପାଣି ପଶି ଥିବାରୁ ଏବେ ମା ଓ ଝିଅ ଦୁହେଁ ପର ଘର ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ବର୍ଷ ବର୍ଷ ଧରି ଆବାସ ଖଣ୍ଡେ ପାଇଁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ମାଳମାଳ ଯୋଜନା ଥିଲେ ମଧ୍ୟ ଏହି ଅସହାୟ ବୃଦ୍ଧା ଆଉ ଅବିବାହିତ ଝିଅ ଭଂଗା ଦଦରା ଘରେ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି । ଗରଦପୁର ବ୍ଲକ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ କରି ସରକାରଙ୍କ ଟଙ୍କା ଚଳୁ କରାଯାଉଥିବା ବେଳେ
ଜଣେ ବେସାହାର ଲୋକ ଭଙ୍ଗା ଘରେ ଜଳବନ୍ଦୀ ଅବସ୍ଥାରେ ରହୁଥିଲେ ମଧ୍ୟ କାହାରି ନଜର ନପଡିବା ବଡ଼ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସେପଟେ କୁଢ଼ କୁଢ଼ ଆବାସ ମୋଟା ଅଙ୍କର ଟଙ୍କା ନେଇ ଧନୀ ଲୋକଙ୍କୁ ଦିଆଯାଇଛି । ହେଲେ ପ୍ରକୃତ ହିତାଧିକାରୀ ବେଳକୁ ବିଭିନ୍ନ ଆଳ ଦେଖାଇ ବାସହୀନଙ୍କୁ ବାଦ ଦିଆଯାଉଥିବା ଅଭିଯୋଗ ହେଉଛି ।

ଏହାଛଡା ରେଣୁବାଳା ଘରେ ପଶିଥିବା ଜଳ ନିଷ୍କାସନ ପାଇଁ ମଧ୍ୟ ଗରଦପୁର ବିଡ଼ିଓ ଆଉ ତହସିଲଦାରଙ୍କ ନିକଟକୁ ଦୌଡ଼ି ଥିଲେ ମଧ୍ୟ କିଛି ଫଳ ମିଳିନି ବୋଲି ସେ ଅଭିଯୋଗ କରିଛନ୍ତି । ରେଣୁବାଳା ଆଉ ତାଙ୍କ ଝିଅ ଜୀବନକୁ ବାଜି ଲଗାଇ ପାଣି ଘେରରେ ରାତି କାଟୁଛନ୍ତି । ଘରକୁ ଯିବାକୁ ଆଉ ବାହାରିବାକୁ ହେଲେ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡୁଛି । ଏହି ଜଳବନ୍ଦୀ ଆଉ ବେସାହାରା ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

05 Oct 2021 By The Sakala

ବେସାହାରା ପରିବାରର ଦୁଃଖ ଶୁଣ ପ୍ରଶାସନ, ଆଣ୍ଠୁଏ ପାଣିରେ କଟୁଛି ଜୀବନ

କେନ୍ଦ୍ରାପଡା : ଦୁଃଖ ଦାରିଦ୍ର୍ୟତା କଣ ଏହି ପରିବାରକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଉଛି । ଦୁଃଖୀ ରଙ୍କିଙ୍କ ପାଇଁ ସରକାରଙ୍କ କୁଢ଼ କୁଢ଼ ଯୋଜନା । ହେଲେ ସେସବୁ ଯେମେତି କାଗଜ କଲମରେ ସୀମିତ ଭଳି ମନେ ହୁଏ । ସ୍ଥାନୀୟ ପ୍ରଶାସନର ଲାଞ୍ଚ କାରବାର ଯୋଗୁ ଥିଲା ଵାଲାକୁ ସମସ୍ତ ସରକାରୀ ସୁବିଧା । ହେଲେ ଦୁଃଖୀ ରଙ୍କିଙ୍କୁ ଏଥିରୁ ବାଦ ଦିଆଯାଉଛି । ଆଉ ଯଦି ଏହିଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି ତେବେ ସ୍ଥାନୀୟ ତହସିଲଦାର କିମ୍ବା ବିଡ଼ିଓ ଆଉ ନିଜକୁ ସମାଜସେବୀ କହୁଥିବା କିଛି ବ୍ୟକ୍ତି ଅସହାୟ ପରିବାର ନିକଟରେ ପହଁଚି ବିସ୍କୁଟ, ଚୁଡା ଆଉ ପାଲ ଖଣ୍ଡେ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ପ୍ରିଣ୍ଟ ମିଡିଆ ପର୍ଯ୍ୟନ୍ତ ଖବର ପ୍ରକାଶିତ କରି ବାଃହବା ନେବା ଛଡା ଆଉ କିଛି ନାହିଁ ବୋଲି ଆଲୋଚନା ହୁଏ ।

ଚାରିପଟେ ପାଣି ଘେରି ରହିଛି । ପାଣି ଭିତରେ କଟୁଛି ମା ଓ ଝିଅଙ୍କ ଜୀବନ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ ଅଧିନ ନଇଁନ୍ଦିପୁର ଦାଶ ସାହିରେ । ଏହି ସାହିରେ ୭୦ ବର୍ଷୀୟ ବୃଦ୍ଧା ରେଣୁବାଳା ଦାଶ । ଆଉ ତାଙ୍କର ଗୋଟେ ୪୦ ବର୍ଷୀୟ ଅବିବାହିତ ଝିଅ । ରେଣୁବାଳାଙ୍କ ସ୍ୱାମୀ ଗତ ୧୬ ବର୍ଷ ହେଲା କୁଆଡେ ପଳାଇଛନ୍ତି । ଗୋଟେ ପୁଅ ବାହାରେ ଦାଦନ ଖଟୁଥିବା ବେଳେ ନିଜ ପରିବାର ଚଲେଇବା ତାଙ୍କ ପାଇଁ କଷ୍ଟକର। ଘରେ ଥିବା ଅନ୍ୟ ଗୋଟେ ପୁଅ ସୁଶାନ୍ତ କୁମାର ଦାଶ ଭିନ୍ନକ୍ଷମ । ସେ କୌଣସି କାମ କରିପାରୁନାହାନ୍ତି । ସୁଶାନ୍ତ ଆଉ ତାଙ୍କ ପତ୍ନୀ ଦିନେ ଖାଇଲେ ଦୁଇଦିନ ଉପାସ ।

ତେବେ ଅବିବାହିତ ଭଉଣୀ ଆଉ ମାଙ୍କୁ ସେ କେଉଁଠୁ ଆଣି ଖାଇବାକୁ ଦେବେ । ସେପଟେ ମା ଆଉ ଝିଅ ଦୁହେଁ ପର ଘରେ ବୁଲି ବୁଲି ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଲଗାଣ ବର୍ଷାରେ ଝାଟି ମାଟି ଘର ଭାଙ୍ଗିଗଲା।  ଆଉ ଘରର ଚାରିପଟେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଲା। ଘର ଭିତରେ ପାଣି ପଶି ଥିବାରୁ ଏବେ ମା ଓ ଝିଅ ଦୁହେଁ ପର ଘର ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ବର୍ଷ ବର୍ଷ ଧରି ଆବାସ ଖଣ୍ଡେ ପାଇଁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ମାଳମାଳ ଯୋଜନା ଥିଲେ ମଧ୍ୟ ଏହି ଅସହାୟ ବୃଦ୍ଧା ଆଉ ଅବିବାହିତ ଝିଅ ଭଂଗା ଦଦରା ଘରେ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି । ଗରଦପୁର ବ୍ଲକ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ କରି ସରକାରଙ୍କ ଟଙ୍କା ଚଳୁ କରାଯାଉଥିବା ବେଳେ
ଜଣେ ବେସାହାର ଲୋକ ଭଙ୍ଗା ଘରେ ଜଳବନ୍ଦୀ ଅବସ୍ଥାରେ ରହୁଥିଲେ ମଧ୍ୟ କାହାରି ନଜର ନପଡିବା ବଡ଼ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସେପଟେ କୁଢ଼ କୁଢ଼ ଆବାସ ମୋଟା ଅଙ୍କର ଟଙ୍କା ନେଇ ଧନୀ ଲୋକଙ୍କୁ ଦିଆଯାଇଛି । ହେଲେ ପ୍ରକୃତ ହିତାଧିକାରୀ ବେଳକୁ ବିଭିନ୍ନ ଆଳ ଦେଖାଇ ବାସହୀନଙ୍କୁ ବାଦ ଦିଆଯାଉଥିବା ଅଭିଯୋଗ ହେଉଛି ।

ଏହାଛଡା ରେଣୁବାଳା ଘରେ ପଶିଥିବା ଜଳ ନିଷ୍କାସନ ପାଇଁ ମଧ୍ୟ ଗରଦପୁର ବିଡ଼ିଓ ଆଉ ତହସିଲଦାରଙ୍କ ନିକଟକୁ ଦୌଡ଼ି ଥିଲେ ମଧ୍ୟ କିଛି ଫଳ ମିଳିନି ବୋଲି ସେ ଅଭିଯୋଗ କରିଛନ୍ତି । ରେଣୁବାଳା ଆଉ ତାଙ୍କ ଝିଅ ଜୀବନକୁ ବାଜି ଲଗାଇ ପାଣି ଘେରରେ ରାତି କାଟୁଛନ୍ତି । ଘରକୁ ଯିବାକୁ ଆଉ ବାହାରିବାକୁ ହେଲେ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡୁଛି । ଏହି ଜଳବନ୍ଦୀ ଆଉ ବେସାହାରା ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର