ଗୋପାଳପୁର ବିଚ୍‍ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ବ୍ରହ୍ମପୁର: ଗୋପାଳପୁର ବିଚ୍‍ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ର ପାଣି ପିଇ ଦେଇଥିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୋପାଳପୁର ଥାନାଧିକାରୀ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିପରି ମହିଳା ଜଣକ ଗୋପାଳପୁର ବିଚ୍‍କୁ ଆସିଲେ ସେ ନେଇ ପୁଲିସ ତନାଘନା ଜାରି ରଖିଛି। ମୃତଦେହ ନିକଟରୁ ମିଳିଥିବା ଛତା ଏବଂ ଯୋତା ମୃତ ମହିଳାଙ୍କ ନା ଅନ୍ୟକାହାର ସେ ନେଇ […]

ବ୍ରହ୍ମପୁର: ଗୋପାଳପୁର ବିଚ୍‍ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ର ପାଣି ପିଇ ଦେଇଥିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୋପାଳପୁର ଥାନାଧିକାରୀ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିପରି ମହିଳା ଜଣକ ଗୋପାଳପୁର ବିଚ୍‍କୁ ଆସିଲେ ସେ ନେଇ ପୁଲିସ ତନାଘନା ଜାରି ରଖିଛି। ମୃତଦେହ ନିକଟରୁ ମିଳିଥିବା ଛତା ଏବଂ ଯୋତା ମୃତ ମହିଳାଙ୍କ ନା ଅନ୍ୟକାହାର ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛି ପୁଲିସ। ତେବେ ଖବର ଲେଖା ହେଲା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳି ପାରିନାହିଁ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ପୁଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୭ଟାରେ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଗୋପାଳପୁର ବିଚ୍‍ ନିକଟ ମୁହାଣ ନିକଟରେ ପଡ଼ିଥିବା କେତେକ ମତ୍ସଜୀବୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ମହିଳା ଜଣକ ଅନ୍ୟ କେଉଁଠାରୁ ଭାସି ଆସିଛନ୍ତି ନା ଗୋପାଳପୁର ବୁଲିବାକୁ ଆସି ପାଣିରେ ଗାଧୋଉଥିବା ବେଳେ ଭାସି ଯାଇଛନ୍ତି ସେ ନେଇ ପୁଲିସ ସନ୍ଦେହ କରୁଛି। ମହିଳାଙ୍କ ପରିଚୟ ମିଳିନଥିବାରୁ ନିକଟସ୍ଥ ଥାନାରେ ହୋଇଥିବା ମିସିଂ ରିପୋର୍ଟ ଉପରେ ପୁଲିସର ତଦନ୍ତ ଜାରି ରହିଛି। ତେବେ ଆସନ୍ତାକାଲି ବ୍ୟବଚ୍ଛେଦ ହେବ। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନାଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

12 Oct 2021 By The Sakala

ଗୋପାଳପୁର ବିଚ୍‍ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋପାଳପୁର ବିଚ୍‍ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ର ପାଣି ପିଇ ଦେଇଥିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୋପାଳପୁର ଥାନାଧିକାରୀ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିପରି ମହିଳା ଜଣକ ଗୋପାଳପୁର ବିଚ୍‍କୁ ଆସିଲେ ସେ ନେଇ ପୁଲିସ ତନାଘନା ଜାରି ରଖିଛି। ମୃତଦେହ ନିକଟରୁ ମିଳିଥିବା ଛତା ଏବଂ ଯୋତା ମୃତ ମହିଳାଙ୍କ ନା ଅନ୍ୟକାହାର ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛି ପୁଲିସ। ତେବେ ଖବର ଲେଖା ହେଲା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳି ପାରିନାହିଁ।

ପୁଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୭ଟାରେ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଗୋପାଳପୁର ବିଚ୍‍ ନିକଟ ମୁହାଣ ନିକଟରେ ପଡ଼ିଥିବା କେତେକ ମତ୍ସଜୀବୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ମହିଳା ଜଣକ ଅନ୍ୟ କେଉଁଠାରୁ ଭାସି ଆସିଛନ୍ତି ନା ଗୋପାଳପୁର ବୁଲିବାକୁ ଆସି ପାଣିରେ ଗାଧୋଉଥିବା ବେଳେ ଭାସି ଯାଇଛନ୍ତି ସେ ନେଇ ପୁଲିସ ସନ୍ଦେହ କରୁଛି। ମହିଳାଙ୍କ ପରିଚୟ ମିଳିନଥିବାରୁ ନିକଟସ୍ଥ ଥାନାରେ ହୋଇଥିବା ମିସିଂ ରିପୋର୍ଟ ଉପରେ ପୁଲିସର ତଦନ୍ତ ଜାରି ରହିଛି। ତେବେ ଆସନ୍ତାକାଲି ବ୍ୟବଚ୍ଛେଦ ହେବ। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନାଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର