ମଣିପୁରରେ କାର୍ଯ୍ୟରତ ଓଡ଼ିଆ ଯବାନ ଶହୀଦ

The Sakala Picture
Published On

ଭଞ୍ଜନଗର: ମଣିପୁର ଠାରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ଶହୀଦ ଯବାନ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମର ରବୀନ୍ଦ୍ର ନାଥ ସାହୁ। ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ହଠାତ୍ ଜଣାପଡ଼ିବା ପରେ ତାଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବିଏସ୍ଏଫ୍ ପକ୍ଷରୁ ଫୋନ୍ ଯୋଗେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ତାଙ୍କ ଝିଅ ପ୍ରଗତି ପ୍ରିୟଦର୍ଶିନୀ କହିଛନ୍ତି। ମଣିପୁରରେ ନିର୍ବାଚନୀ ହିଂସା […]

ଭଞ୍ଜନଗର: ମଣିପୁର ଠାରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ଶହୀଦ ଯବାନ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମର ରବୀନ୍ଦ୍ର ନାଥ ସାହୁ। ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ହଠାତ୍ ଜଣାପଡ଼ିବା ପରେ ତାଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବିଏସ୍ଏଫ୍ ପକ୍ଷରୁ ଫୋନ୍ ଯୋଗେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ତାଙ୍କ ଝିଅ ପ୍ରଗତି ପ୍ରିୟଦର୍ଶିନୀ କହିଛନ୍ତି। ମଣିପୁରରେ ନିର୍ବାଚନୀ ହିଂସା ନା ଅନ୍ୟ କଣିଣସି କାରଣରୁ ରବୀନ୍ଦ୍ରଙ୍କ ଅକାଳ ବିୟୋଗ ହେଲା, ଏହାକୁ ନେଇ ପରିବାର ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ମୃତଦେହ ପହଞ୍ଚିବା ପରେ ହିଁ ସଠିକ କାରଣ ବିଷୟରେ ଜଣାଯିବ ବୋଲି ପରିବାର ଲୋକେ କହିଛନ୍ତି। ତ୍ରିପୁରାରେ କାର୍ଯ୍ୟ କରିବା ପରେ ସେଠାରୁ ରବୀନ୍ଦ୍ର କିଛିଦିନ ପାଇଁ କୋଲକାତା ଆସିଥିଲେ। ଏହାପରେ ଗତମାସରେ ମଣିପୁରରେ ନିର୍ବାଚନ ଡ୍ୟୁଟି ପଡ଼ିବାରୁ ସେ ସେଠାକୁ ଯାଇଥିଲେ। ଗତକାଲି ପତ୍ନୀ ଜୟନ୍ତୀ ଓ ଝିଅଙ୍କୁ ହଠାତ୍ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ଉଭୟଙ୍କୁ କୋଲକାତାର ବେସ୍ କ୍ୟାମ୍ପରୁ ଭୁବନେଶ୍ୱର ପଠାଯାଇଥିଲା। ଜୟନ୍ତୀଙ୍କୁ ତାଙ୍କ ପୁତୁରା ଗାଲେରୀ ଗ୍ରାମକୁ ଆଣିଛନ୍ତି। ଜନ୍ମମାଟି ଗାଲେରୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦିବଙ୍ଗତ ରବୀନ୍ଦ୍ରଙ୍କ ୪ ଭାଇ ରହିଥିବା ବେଳେ ସେ ବେଲଗୁଣ୍ଠା ବ୍ଲକ୍ ବେଣିପଲ୍ଲୀ ଗ୍ରାମରେ ବିବାହ କରିଥିଲେ। ୧୯୯୪ ମସିହାରେ ବିଏସ୍ଏଫ୍ ଚାକିରିରେ ଯୋଗ ଦେଇଥିଲେ। ବାପାମାଆଙ୍କ ପୂର୍ବରୁ ଦେହାନ୍ତ ଘଟିଥିବା ବେଳେ ସାନଭାଇ ଶିବରାମ କିଛିମାସ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଭାଇ ଗାଲେରୀ ଗ୍ରାମରେ ଅଛନ୍ତି। ରବୀନ୍ଦ୍ର ଗାଲେରୀ ବଡ଼ଦାଣ୍ଡ ସାହିର ମୂଳବାସିନ୍ଦା ହୋଇଥିବା ବେଳେ ସେ ପତ୍ନୀ ଓ ଝିଅ ସହ କୋଲକାତା ବିଏସ୍ଏଫ୍ ବେସ୍ କ୍ୟାମ୍ପରେ ରହୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର