ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ୍ଯୁ

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ୍ଯୁ ଘଟିଛି। ମୃତ ଶ୍ୱଶୁର ହେଲେ ୫୫ ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ ସୁରତରେ କାମ କରନ୍ତି । ସାନପୁଅ ଓ ଝିଅ ମଧ୍ୟ ଅନ୍ୟ ରାଜ୍ୟରେ କାମ କରୁଛନ୍ତି ।ବଡପୁଅର ସ୍ତ୍ରୀ ସୁଲତା ଓ ଶ୍ୱଶୁର ସୀମାଞ୍ଚଳ ଗାଁରେ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ୍ଯୁ ଘଟିଛି। ମୃତ ଶ୍ୱଶୁର ହେଲେ ୫୫ ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ ସୁରତରେ କାମ କରନ୍ତି । ସାନପୁଅ ଓ ଝିଅ ମଧ୍ୟ ଅନ୍ୟ ରାଜ୍ୟରେ କାମ କରୁଛନ୍ତି ।ବଡପୁଅର ସ୍ତ୍ରୀ ସୁଲତା ଓ ଶ୍ୱଶୁର ସୀମାଞ୍ଚଳ ଗାଁରେ ରହୁଥିଲେ । ଶ୍ୱଶୁର ଓ ବୋହୂ ମଧ୍ୟରେ ପ୍ରତିଦିନ ଟିକିଏ ଟିକିଏ କଥାରେ ଝଗଡ଼ା ହେଉଥିଲା ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଅଭାବନୀୟ ଘଟଣା: ୯ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲେ ବୁଲା କୁକୁର

ଅଭିଯୋଗ ଅନୁଯାୟୀ, ଶ୍ବଶୁର ସୀମାଞ୍ଚଳ ବିଭିନ୍ନ ସମୟରେ ମଦ୍ୟପାନ କରି ବୋହୂକୁ ମାରପିଟ କରୁଥିଲେ । ବିଭିନ୍ନ ସମୟରେ ବୋହୂ ଏହାକୁ ପ୍ରତିବାଦ କରି ଆସୁଥିଲେ । ଶ୍ବଶୁରଙ୍କ ଏପରି କାର୍ୟ୍ୟକୁ ବିରୋଧ କରିଆସୁଥିଲେ । ତେବେ ଏହି କାରଣରୁ ହିଁ ଶ୍ୱଶୁର ସୀମାଞ୍ଚଳଙ୍କୁ ବୋହୂ ସୁଲତା ହତ୍ୟା କରିଥିବା ଅନୁମାନ କରାଯାଉଛି । ଘରେ କେହି ନଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ଆସିକା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କାଠ ଫାଳିଆ ଜବତ କରି ତଦନ୍ତ ଆରମ୍ଭ କରିଛି। ବୋହୂ ସୁଲତାକୁ ପୁଲିସ ଥାନାରେ ଅଟକ ରଖିବା ସହ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚରା ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର, ଏମକେସିଜିରେ ଚାଲିଛି ଚିକିତ୍ସା

19 Jun 2022 By The Sakala

ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ୍ଯୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ୍ଯୁ ଘଟିଛି। ମୃତ ଶ୍ୱଶୁର ହେଲେ ୫୫ ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ ସୁରତରେ କାମ କରନ୍ତି । ସାନପୁଅ ଓ ଝିଅ ମଧ୍ୟ ଅନ୍ୟ ରାଜ୍ୟରେ କାମ କରୁଛନ୍ତି ।ବଡପୁଅର ସ୍ତ୍ରୀ ସୁଲତା ଓ ଶ୍ୱଶୁର ସୀମାଞ୍ଚଳ ଗାଁରେ ରହୁଥିଲେ । ଶ୍ୱଶୁର ଓ ବୋହୂ ମଧ୍ୟରେ ପ୍ରତିଦିନ ଟିକିଏ ଟିକିଏ କଥାରେ ଝଗଡ଼ା ହେଉଥିଲା ।

ଅଭିଯୋଗ ଅନୁଯାୟୀ, ଶ୍ବଶୁର ସୀମାଞ୍ଚଳ ବିଭିନ୍ନ ସମୟରେ ମଦ୍ୟପାନ କରି ବୋହୂକୁ ମାରପିଟ କରୁଥିଲେ । ବିଭିନ୍ନ ସମୟରେ ବୋହୂ ଏହାକୁ ପ୍ରତିବାଦ କରି ଆସୁଥିଲେ । ଶ୍ବଶୁରଙ୍କ ଏପରି କାର୍ୟ୍ୟକୁ ବିରୋଧ କରିଆସୁଥିଲେ । ତେବେ ଏହି କାରଣରୁ ହିଁ ଶ୍ୱଶୁର ସୀମାଞ୍ଚଳଙ୍କୁ ବୋହୂ ସୁଲତା ହତ୍ୟା କରିଥିବା ଅନୁମାନ କରାଯାଉଛି । ଘରେ କେହି ନଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ଆସିକା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କାଠ ଫାଳିଆ ଜବତ କରି ତଦନ୍ତ ଆରମ୍ଭ କରିଛି। ବୋହୂ ସୁଲତାକୁ ପୁଲିସ ଥାନାରେ ଅଟକ ରଖିବା ସହ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚରା ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର