ଗଞ୍ଜାମ ଜିଲ୍ଲାରୁ ନକଲି ମୃଦୁ ପାନୀୟ କାରଖାନା ଠାବ

The Sakala Picture
Published On

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ କରିଛି ପୁଲିସ। ଖଣ୍ଡଦେଉଳି ଗାଁରେ ୬ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ନକଲି ମୃଦୁ ପାନୀୟ ଓ ଅନ୍ୟ ନକଲି ସାମଗ୍ରୀ କାରଖାନା ଠାବ କରିଛି ପାଟପୁର ପୁଲିସ । ନକଲି ଥଣ୍ଡା ପାନୀୟ ପ୍ରସ୍ତୁତିରେ ବ୍ୟବହୃତ ବହୁ ଜିନିଷ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ଜବତ ନକଲି ଜିନିଷ ମଧ୍ୟରେ ରହିଛି ପାଣି ବୋତଲ, ହୋଲଗ୍ରାମ, […]

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ କରିଛି ପୁଲିସ। ଖଣ୍ଡଦେଉଳି ଗାଁରେ ୬ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ନକଲି ମୃଦୁ ପାନୀୟ ଓ ଅନ୍ୟ ନକଲି ସାମଗ୍ରୀ କାରଖାନା ଠାବ କରିଛି ପାଟପୁର ପୁଲିସ । ନକଲି ଥଣ୍ଡା ପାନୀୟ ପ୍ରସ୍ତୁତିରେ ବ୍ୟବହୃତ ବହୁ ଜିନିଷ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ଜବତ ନକଲି ଜିନିଷ ମଧ୍ୟରେ ରହିଛି ପାଣି ବୋତଲ, ହୋଲଗ୍ରାମ, ମାଜା, କୁରକୁରେ ଓ ଏସବୁ ତିଆରି କରାଯାଉଥିବା ମେସିନ। ୩ଦିନ ପୂର୍ବରୁ ପାଟପୁର ପୁଲିସ ନକଲି ଗୁଟକା କାରଖାନା ଠାବ କରି ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର