ଅଟୋକୁ ପିଟିଲା କାର: ୧୩ ଆହତ

The Sakala Picture
Published On

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ଏକ ସଡକ ଦୁର୍ଘଟଣା ଘଟିଛି। ଅଟୋକୁ ଏକ କାର୍‍ ଧକ୍କା ଦେବା ଫଳରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଟୋ ଚାଳକ ମଧ୍ୟ ଅଛି। ଆହତ ହୋଇଥିବା ସମସ୍ତ ଶ୍ରମିକ କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଜଗନ୍ନାଥ ସାହିର। ଅଟୋ ନମ୍ୱର (ଓଡ଼ି୧୨ଏ-୪୮୦୫) ଯୋଗେ ଜମିରେ ତଳି ରୋଇବା ପାଇଁ ବାଲୁଗାଁ ନିକଟସ୍ଥ ଧୂଆଁଳ ଗ୍ରାମକୁ ଯାଇଥିଲେ। ସନ୍ଧ୍ୟାରେ […]

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ଏକ ସଡକ ଦୁର୍ଘଟଣା ଘଟିଛି। ଅଟୋକୁ ଏକ କାର୍‍ ଧକ୍କା ଦେବା ଫଳରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଟୋ ଚାଳକ ମଧ୍ୟ ଅଛି। ଆହତ ହୋଇଥିବା ସମସ୍ତ ଶ୍ରମିକ କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଜଗନ୍ନାଥ ସାହିର। ଅଟୋ ନମ୍ୱର (ଓଡ଼ି୧୨ଏ-୪୮୦୫) ଯୋଗେ ଜମିରେ ତଳି ରୋଇବା ପାଇଁ ବାଲୁଗାଁ ନିକଟସ୍ଥ ଧୂଆଁଳ ଗ୍ରାମକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ କହ୍ନେଇପୁର ଛକରେ ଅଟୋଟି ରାସ୍ତା ପାର ହେଉଥିବା ବେଳେ ବ୍ରହ୍ମପୁର ପଟୁ ଆସୁଥିବା (ଓଡ଼ି୦୨ଏକ୍ସ-୨୩୭୮) ନମ୍ବରର କାର ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ଆହତମାନେ ହେଲେ ଅଟୋ ଡ୍ରାଇଭର ସୁଦାମ ଦାସ, ଶ୍ରମିକ ପିଙ୍କି ଦାସ, ତମ୍ୱାଳୁ ଦାସ, ବଇଁଶୀ ଦାସ, ଶାନ୍ତି ଦାସ, ଚନ୍ଦୁରି ଦାସ, ସୁକାନ୍ତି ଦାସ, ଅନି ଦାସ, ଫାଶୀ ଦାସ, ଗାଣୁ ଦାସ, ପୂଜା ଦାସ, ମାମା ଦାସ ଓ ଦେବ ଦାସ। ଆହତମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଟୋ ଓ କାର୍‍କୁ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

16 Aug 2021 By The Sakala

https://www.thesakala.in/latest-odisha-news/ganjam/accident-13-injured/article-4652
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର