ନଷ୍ଟ ଦ୍ରବ୍ୟରେ ଶ୍ରେଷ୍ଠ ଉପହାର: ସ୍କିଲ୍‍ ପାର୍କରେ ଯୋଡ଼ିହେଲା ୩୦ଫୁଟର ଇ-ୱେଷ୍ଟ ରୋବର୍ଟ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ଆଇଟିଆଇର ସ୍କିଲ୍‍ ପାର୍କ ବିଶ୍ୱବିଦିତ। ଏଠାକାର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସ୍କାର୍ପରେ ନିର୍ମିତ ସମସ୍ତ ପ୍ରତିକୃତି ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ବର୍ତ୍ତମାନ ଆଇଟିଆଇ ସ୍କିଲ ପାର୍କରେ ଯୋଡ଼ି ହୋଇଛି ଇ-ୱେଷ୍ଟ ରୋବର୍ଟ। ଏହାର ଉଚ୍ଚତା ୩୦ଫୁଟ ଓ ଓସାର ୧୭ଫୁଟ ରହିଛି। ତିଆରି କରିବାକୁ ୬ମାସ ସମୟ ଲାଗିଛି। ଏଥିରେ ଇ-ୱେଷ୍ଟ ଟିଭି, କିବୋର୍ଡ଼, ପିସିବି, ପ୍ରିଣ୍ଟର, ମାଉସ୍‍, ମନିଟର, ମୋବାଇଲ୍‍, ସିଡ଼ି, ପ୍ଲେୟାର ବ୍ୟବହାର ହୋଇଛି। ଆଇଟିଆଇର ଶିକ୍ଷକ ହୃଷିକେଶ କୋଠିଆଙ୍କ ନେତୃତ୍ୱରେ […]

ବ୍ରହ୍ମପୁର: ବ୍ରହ୍ମପୁର ଆଇଟିଆଇର ସ୍କିଲ୍‍ ପାର୍କ ବିଶ୍ୱବିଦିତ। ଏଠାକାର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସ୍କାର୍ପରେ ନିର୍ମିତ ସମସ୍ତ ପ୍ରତିକୃତି ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ବର୍ତ୍ତମାନ ଆଇଟିଆଇ ସ୍କିଲ ପାର୍କରେ ଯୋଡ଼ି ହୋଇଛି ଇ-ୱେଷ୍ଟ ରୋବର୍ଟ। ଏହାର ଉଚ୍ଚତା ୩୦ଫୁଟ ଓ ଓସାର ୧୭ଫୁଟ ରହିଛି। ତିଆରି କରିବାକୁ ୬ମାସ ସମୟ ଲାଗିଛି। ଏଥିରେ ଇ-ୱେଷ୍ଟ ଟିଭି, କିବୋର୍ଡ଼, ପିସିବି, ପ୍ରିଣ୍ଟର, ମାଉସ୍‍, ମନିଟର, ମୋବାଇଲ୍‍, ସିଡ଼ି, ପ୍ଲେୟାର ବ୍ୟବହାର ହୋଇଛି। ଆଇଟିଆଇର ଶିକ୍ଷକ ହୃଷିକେଶ କୋଠିଆଙ୍କ ନେତୃତ୍ୱରେ ପବିତ୍ର କୁମାର ନାୟକ, ସୁକାନ୍ତ ମିଶ୍ର, ମୁନା ନାୟକ, ପାୟଲ ବିଷୋୟୀ, ପ୍ରିୟଙ୍କା ପାତ୍ର, ଦିପ୍ତୀରାଣି ଦଳେଇ, ମୋନାଲି ମହାରଣା, ଅନୀତା ରୋହିତା, ଲିପ୍ସାରାଣୀ ମହାନ୍ତି, ଗୌରୀ ନାୟକ, ମାମାଲି ବେହେରା, ଦୁର୍ଗେଶ୍ୱରୀ ପାତ୍ର, ଚାନ୍ଦିନୀ ନାୟକ, ଜ୍ୟେତି ସ୍ୱାଇଁ, ଶ୍ରୀକାନ୍ତ ପଣ୍ଡା, ପୂଜା ସାହୁ, ସୁଜିତା ଶବର ପ୍ରମୁଖ ବିଦ୍ୟାର୍ଥୀଙ୍କ ଉଦ୍ୟମରେ ଇ-ୱେଷ୍ଟ ରୋବର୍ଟ ତିଆରି ହୋଇଛି।

ଆହୁରି ପଢ଼ନ୍ତୁ: ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର

nasta drabya re srestha upahara

ଆଜି ଏହାକୁ ଆଇଟିଆଇର ଅଧ୍ୟକ୍ଷ ଡ଼.ରଜତ କୁମାର ବେହେରାଙ୍କ ସମେତ ଇନ୍‍ଷ୍ଟିଟ୍ୟୁସନ୍‍ ଅଫ୍‍ ଇଞ୍ଜିନିୟରର୍ସ ଆସୋସିଏସନ୍‍ ବ୍ରହ୍ମପୁର ଶାଖାର ଡ.ଅରୁଣ ପାଢୀ, ଆନନ୍ଦ ସୁବୁଦ୍ଧି, ଆଶୁତୋଷ ପଣ୍ଡା, ପ୍ରବୀର ଦାଶ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ। ବିଦ୍ୟାର୍ଥୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଏହା ସଫଳ ହୋଇଛି। ଭାରତ ବର୍ଷରେ ଏହା ସବୁଠାରୁ ବୃହତ୍ତମ ଇ-ୱେଷ୍ଟ ରୋବର୍ଟ ବୋଲି ଅଧ୍ୟକ୍ଷ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏସିଆ ବୁକ୍‍ ଅଫ୍‍ ରେକର୍ଡ଼ରେ ସାମିଲ ନିମନ୍ତେ ଆବେଦନ କରାଯିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର