ରାଜ୍ୟରେ ପୁଲିସ ସଂସ୍କାରକୁ କେନ୍ଦ୍ର ସରକାରଙ୍କ ସ୍ବୀକୃତି, ଦେଶର ଶ୍ରେଷ୍ଠ-୩ ଥାନା ମଧ୍ୟରେ ଗଞ୍ଜାମର ଗାଙ୍ଗପୁର ଥାନା

The Sakala Picture
Published On

ଭୁବନେଶ୍ବର : ଶାସନ ଓ ପ୍ରଶାସନର ସବୁ କ୍ଷେତ୍ରରେ ଉନ୍ନତିମୂଳକ ପ୍ରୟୋଗ ସହ ରୂପାନ୍ତରଣ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସଫଳ ହେଉଛି। ଶିକ୍ଷା ହେଉ କି ସ୍ଵାସ୍ଥ୍ୟ, କ୍ରୀଡ଼ା ଅଥବା ପୁଲିସ ବିଭାଗ, ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀ ବିକଶିତ ଓଡ଼ିଶାର ଛବି ଦେଖିବାକୁ ପାଉଛନ୍ତି। ପୂର୍ବରୁ ଆମ ପୁଲିସ, ଥାନାମାନଙ୍କରେ ସ୍ବତନ୍ତ୍ର ମହିଳା ଓ ଶିଶୁ ଡେସ୍କ, ବୟୋଜ୍ୟେଷ୍ଠଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ସହ […]

ଭୁବନେଶ୍ବର : ଶାସନ ଓ ପ୍ରଶାସନର ସବୁ କ୍ଷେତ୍ରରେ ଉନ୍ନତିମୂଳକ ପ୍ରୟୋଗ ସହ ରୂପାନ୍ତରଣ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସଫଳ ହେଉଛି। ଶିକ୍ଷା ହେଉ କି ସ୍ଵାସ୍ଥ୍ୟ, କ୍ରୀଡ଼ା ଅଥବା ପୁଲିସ ବିଭାଗ, ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀ ବିକଶିତ ଓଡ଼ିଶାର ଛବି ଦେଖିବାକୁ ପାଉଛନ୍ତି। ପୂର୍ବରୁ ଆମ ପୁଲିସ, ଥାନାମାନଙ୍କରେ ସ୍ବତନ୍ତ୍ର ମହିଳା ଓ ଶିଶୁ ଡେସ୍କ, ବୟୋଜ୍ୟେଷ୍ଠଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ସହ ଉତ୍ତମ ସେବା ସହ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳୁଛି। ଯାହ ଫଳରେ ରାଜ୍ୟରେ ସଫଳ ହେଉଛି ପୁଲିସ୍ ସଂସ୍କାର। ଆଉ ଏବେ ରାଜ୍ୟରେ ପୁଲିସ ସଂସ୍କାରକୁ ମଧ୍ୟ ମିଳିଛି କେନ୍ଦ୍ର ସରକାରଙ୍କ ସ୍ବୀକୃତି।ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦେଶର ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଛି । ଦେଶର ୩ ଶ୍ରେଷ୍ଠ ଥାନା ମଧ୍ୟରେ ରହିଛି ଓଡିଶାର ଗାଙ୍ଗପୁର ଥାନା । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ଅପରାଧ ନିୟନ୍ତ୍ରଣ, ସିସିଟିଏନ୍‌ଏସ୍‌ରେ କେସ୍ ରେଜିଷ୍ଟ୍ରେସନ୍‌, ଏନ୍‌ଫୋର୍ସମେଣ୍ଟ, ସ୍ଵଚ୍ଛତା, ଜନସାଧାରଣଙ୍କ ମତାମତ ଆଦି ଅନେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ସର୍ଭେ କରିଥିଲା। ସେଥିରେ ଓଡ଼ିଶାର ଗାଙ୍ଗପୁର ଥାନା ଟପ୍ – ୩ ମଧ୍ୟରେ ରହିପାରିଛି। ରାଜ୍ୟ ଅତିରିକ୍ତ ପୁଲିସ ଡିଜି (ଆଇନଶୃଙ୍ଖଳା)ଙ୍କ ଗଞ୍ଜାମ ଏସ୍‌ପିଙ୍କୁ ଚିଠି ନମ୍ବର ୩୪୮୧/ ୧୦.୨୨.୨୧ ମୁତାବକ ଚଳିତ ବର୍ଷ ସକାଶେ ସାରା ଦେଶରୁ ବଛାଯାଇଥିବା ୩ଟି ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ ବ୍ୟୁରୋ) ତାଙ୍କ ପତ୍ରାଙ୍କ ୧୪/ ପୁଲିସ (ଏଲ)/ ୨୦୨୧ (୮)- ୩୮୩୩ରେ ରାଜ୍ୟ ପୋଲିସ ବିଭାଗକୁ ଏହା ସୂଚିତ କରିଛନ୍ତି। ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ ପୁଲିସ ମୁଖ୍ୟାଳୟ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ପୁରସ୍କାର ପ୍ରଦାନ କରିବେ। ଗାଙ୍ଗପୁର ଥାନା ଆଇଆଇସି ଧୀରେଶ ଦାଶ ୟୁନିଫର୍ମ ସହ କ୍ରସ୍ ବେଲ୍ଟ ପରିଧାନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଟ୍ରଫି ଗ୍ରହଣ କରିବାକୁ ଏଡିଜି ଗଞ୍ଜାମ ଏସପି ବ୍ରିଜେଶ ରାଏଙ୍କୁ ପତ୍ର ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ- ନିଶ୍ଚିତ ଭାବେ ଏହି ଖବର ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର କଥା। ରାଜ୍ୟ ସରକାର ପୁଲିସ ବିଭାଗକୁ ଅଧିକ କ୍ରିୟାଶୀଳ କରି ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସେବା ଯୋଗାଇବାକୁ ଅନେକ ପ୍ରୟାସ କରୁଛନ୍ତି। ତାହାର ଫଳସ୍ୱରୂପ ଏଭଳି ସଫଳତା ମିଳିପାରିଛି।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

ସୂଚନାଯୋଗ୍ୟ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ମାର୍ଗଦର୍ଶନରେ ଓଡ଼ିଶା ପୁଲିସ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା, ନକ୍ସଲ ବା ମାଓବାଦ ଦମନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏଥିସହ କରୋନା ମହାମାରୀ ସମୟରେ କୋଭିଡ୍ ଗାଇଡ୍‌ଲାଇନ୍‌ ଏନ୍‌ଫୋର୍ସମେଣ୍ଟ୍ ଭଳି କର୍ତ୍ତବ୍ୟ ସାଙ୍ଗକୁ ପୁଲିସ ନିଜ ସାମାଜିକ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ସାଧାରଣ ଜନତାଙ୍କୁ ଖାଦ୍ୟ ଯୋଗାଇବା, ପ୍ରବାସୀଙ୍କୁ ଆବଶ୍ୟକ ସହାୟତା ଦେଇ ନିଜ ଘରେ ସୁରୁଖୁରୁରେ ପହଞ୍ଚାଇବା ଭଳି କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିଥିଲା। ଆଉ ସବୁଠାରୁ ପ୍ରେରଣାଦାୟୀ ଥିଲା ପୁଲିସ ଏସ୍କର୍ଟରେ ଅନେକ ରାଜ୍ୟକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁସଂଖ୍ୟକ ଅକ୍ସିଜେନ୍ ଟ୍ୟାଙ୍କର୍ ସଡ଼କ ପଥରେ ସୁରକ୍ଷିତ ଭାବେ ଯୋଗାଇ ଦିଆଯାଇ ପାରିଥିଲା। ଏଭଳି ମାନବୀୟ ସହାୟତା ସକାଶେ ଓଡ଼ିଶା ପୁଲିସ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଥିଲା।

11 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର