ଗଜପତିରେ ମାତିଛନ୍ତି ଲୁଟେରା : ଦିବାଲୋକରେ ମହିଳାଙ୍କୁ ଟାର୍ଗେଟ କରି ଝାମ୍ପି ନେଉଛନ୍ତି ସୁନା ଗହଣା
ପାରଳାଖେମୁଣ୍ଡି : ଗୁରାଣ୍ଡି ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ଲୁଟେରା ମାତିଛନ୍ତି । ଗତ କାଲି ପାରଳାଖେମୁଣ୍ଡି ସହରର ନୂଆବସ୍ ଷ୍ଟାଣ୍ଡ ଠାରେ ଜଣେ ମହିଳାଙ୍କ ଠାରୁ ଛିନ୍ ତାଇ କରିଥିବା ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ ଆଜି ସକାଳୁ ସକାଳୁ ବୃଦ୍ଧାଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ […]
ପାରଳାଖେମୁଣ୍ଡି : ଗୁରାଣ୍ଡି ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ଲୁଟେରା ମାତିଛନ୍ତି । ଗତ କାଲି ପାରଳାଖେମୁଣ୍ଡି ସହରର ନୂଆବସ୍ ଷ୍ଟାଣ୍ଡ ଠାରେ ଜଣେ ମହିଳାଙ୍କ ଠାରୁ ଛିନ୍ ତାଇ କରିଥିବା ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ ଆଜି ସକାଳୁ ସକାଳୁ ବୃଦ୍ଧାଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ ଜଣେ ବୃଦ୍ଧାଙ୍କ ଠାରୁ ଲୁଟେରା ମାନେ ପ୍ରାୟ ୨ ତୁଳାରୁ ଉର୍ଦ୍ଧ ସୁନା ଗହଣା ଲୁଟିନେଇଥିବାର ଜଣାପଡିଛି ।
ପ୍ରକାଶ ଯେ, ଶରଧାପୁର ଗ୍ରାମର ମାଳତୀ ବେହେରା (୬୦) ସାଗ, ପରିବା ଆଦି ବିକ୍ରି କରି ଗୁଜାରଣ ମେଣ୍ଟାଇଥାନ୍ତି । ସବୁ ଦିନ ପରି ଆଜି ମଧ୍ୟ ସେ ସାଗ ବିକ୍ରି କରିବାପାଇଁ ନିକଟସ୍ଥା ଗ୍ରାମ ବାଘଶଳା, ବାପୁଜୀପେଣ୍ଠ ଆଦି ଗ୍ରାମକୁ ଚାଲି ଚାଲି ଯାଇ ଆସୁଥିଲେ । ହେଲେ ସକାଳ ପ୍ରାୟ ୮.୩୦ ସମୟରେ ଶରଧାପୁର ଗ୍ରାମ ବ୍ରିଜ୍ ପୂର୍ବରୁ ଦୁଇଜଣ ଲୁଟେରା ମୋଟର ସାଇକେଲରେ ଆସି ମାଳତୀଙ୍କୁ କେଉଁ ଗ୍ରାମ ବୋଲି ପଚାରି ଥିଲେ । ମାଳତୀ ଶରଧାପୁର ଗ୍ରାମ ବୋଲି ଉତ୍ତର ଦେଇଥିଲେ । ଏହାପରେ ଦୁଇ ଜଣ ବାଘଶଳା ଗ୍ରାମ ପଟେ ଯାଇ ପୁଣି ଫେରି ବୃଦ୍ଧାଙ୍କୁ ପଛପଟରୁ ଧରି ନେଇ ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଲଟାବୁଦାକୁ ଟେକି ନେଇଥିଲେ । ସେଠାରେ ବୃଦ୍ଧା ବେକରେ ପରିଧାନ କରିଥିବା ଦୁଇ ତୁଳା ସୁନା ଗହଣାକୁ ଯୋର୍ ଜବରଦସ୍ତ ଭାବେ ଛାଡାଛଡି କରି କାଡିଥିବା ନେଇ ବେଳେ ବୃଦ୍ଧା ଜଣକ ଧରିଥିବା ସମସ୍ତ ଜିନିଷ ତଥା ଘର ଏବଂ ଆଲମିରାର ଚାବିକାଠି, କିଛି ଟଙ୍କା ଆଦିକୁ ମଧ୍ୟ ନେଇଯାଇଥିଲେ । ଏହି ସମୟରେ ବୃଦ୍ଧା ଜଣକ ଚିତ୍କାର କରିଥିଲେ । ଚିତ୍କାର ଶୁଣି ବାପୁଜୀପେଣ୍ଠ ଗ୍ରାମ ଲୋକେ ପହଞ୍ଚିଲାବେଳକୁ ଦୁଇ ଲୁଟେରା ମୋଟରସାଇକେଲ ଯୋଗେ ଦ୍ରୁତଗତିରେ ପଳାୟନ କରିଥିବାର ଦେଖିବାକୁ ପାଇଥିଲେ । ଲୁଟେରା ଦ୍ବୟ ବାଘଶଳା ଗ୍ରାମ ଦେଇ ଯାଇଥିବାର କିଛି ପ୍ରତ୍ୟେକ୍ଷଦର୍ଶୀ ଜଣାଇଛନ୍ତି ।
ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଏବଂ ତାଙ୍କ ଦଳୀୟ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଏପରି ବାଇକ ଯୋଗେ ଆସି ଲୁଟେରା ମାନେ ମହିଳାମାନଙ୍କୁ ଟାର୍ଗେଟ କରୁଥିବାର ଆଲୋଚନା ହେଉଛି । ଗତକାଲି ପାରଳାଖେମୁଣ୍ଡି ସହରର ବସଷ୍ଟାଣ୍ଡ ଠାରେ ଚଳଚଞ୍ଚଳ ମଧ୍ୟରେ ଜଣେ ମହିଳାଙ୍କ ଠାରୁ ପ୍ରାୟ ୪ ତୁଳା ସୁନା ଝାମ୍ପି ନେଇଥିବାର ସୂଚନା ରହିଛି । ପାରଳାଖେମୁଣ୍ଡି ଛିନତାଇ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଠାରେ ଏପରି ଘଟଣାକୁ ନେଇ ନାନାଦି ଚର୍ଚ୍ଚା ହେଉଛି । ମହିଳା ମାନେ ସୁନା ଗହଣା ବେକରେ ପିନ୍ଧୁଥିବାର ଦେଖି ଲୁଟେରା ମାନେ ଟାର୍ଗେଟ କରି ଲୁଟୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରି ଦିନ ଦିପହରରେ ଲୁଟେରା ମାନଙ୍କ ଉତ୍ପାତ ବଢି ଚାଲିଥିବାରୁ ଲୋକେ ବିଶେଷ କରି ମହିଳାମାନେ ଭୟର ବାତାବରଣରେ ରହୁଥିବାର ଜଣାପଡିଛି ।