ଗଜପତି : ଗୁଣପୁର କଟକ ମେମୁ ଟ୍ରେନ ଧକ୍କାରେ ଯୁବକର ମୃତ୍

The Sakala Picture
Published On

ଗଜପତି: ଗୁଣପୁର କଟକ ମେମୁ ଟ୍ରେନ ଧକ୍କାରେ ଯୁବକର ମୃତ୍ୟୁ। ମୃତକ ହେଉଛନ୍ତି ନିଜାମାବାଦର ୨୮ ବର୍ଷୀୟ ଭି ମହେଶ। ତିନି ଦିନ ପୂର୍ବେ ପାରଳାଖେମୁଣ୍ଡି ସେରି ସାହିର ନିଜ ଶାଶୁ ଘରକୁ ନିଜ ସ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ଯୁବକ ଜଣକ। ଗର୍ଭବତୀ ଥିବାରୁ ମାଁ ଘରକୁ ଆସିଥିଲେ ସ୍ତ୍ରୀ। ସକାଳୁ ଟ୍ରେନ ଲାଇନ କଡ଼ରେ ଚାଲୁଥିବା ବେଳେ ଗୁଣୁପୁର ଦିଗରୁ ଆସୁଥିବା ମେମୁ ଟ୍ରେନ ଯୁବକଙ୍କୁ ଧକ୍କା ହୋଇଥିବା ଅନୁମାନ କରାଯାଉଛି। ପାରଳାଖେମୁଣ୍ଡି ଷ୍ଟେସନ ଠାରୁ […]

ଗଜପତି: ଗୁଣପୁର କଟକ ମେମୁ ଟ୍ରେନ ଧକ୍କାରେ ଯୁବକର ମୃତ୍ୟୁ। ମୃତକ ହେଉଛନ୍ତି ନିଜାମାବାଦର ୨୮ ବର୍ଷୀୟ ଭି ମହେଶ। ତିନି ଦିନ ପୂର୍ବେ ପାରଳାଖେମୁଣ୍ଡି ସେରି ସାହିର ନିଜ ଶାଶୁ ଘରକୁ ନିଜ ସ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ଯୁବକ ଜଣକ। ଗର୍ଭବତୀ ଥିବାରୁ ମାଁ ଘରକୁ ଆସିଥିଲେ ସ୍ତ୍ରୀ। ସକାଳୁ ଟ୍ରେନ ଲାଇନ କଡ଼ରେ ଚାଲୁଥିବା ବେଳେ ଗୁଣୁପୁର ଦିଗରୁ ଆସୁଥିବା ମେମୁ ଟ୍ରେନ ଯୁବକଙ୍କୁ ଧକ୍କା ହୋଇଥିବା ଅନୁମାନ କରାଯାଉଛି। ପାରଳାଖେମୁଣ୍ଡି ଷ୍ଟେସନ ଠାରୁ ଦୁଇ କିମି ଦୂର ଏକ ନିରୋଳା ସ୍ଥାନର ରେଳ ଧାରରେ ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ଶାଶୁ ଘର ପରିବାର ଲୋକେ ଓ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ। ଏ ନେଇ ବ୍ରହ୍ମପୁର ଜିଆରପି କେସ ନମ୍ବର ୬୨/ ୧୮.୮.୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର